ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଣ୍ଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ ! ...

ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଣ୍ଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ ! ... କଣ୍ଟାବାଞ୍ଜି, ୨୮/୦୨ : ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଂଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ । ନିଜ କର୍ମଚାରି ମାନଙ୍କ ପାଇଁ ୧୪ ରୁ ୧୫ ଲକ୍ଷ ବ୍ୟୟ ଅଟକଲରେ ତିଆରି କରୁଥିବା କୋଠା ନିମ୍ନ ମାନର ହେଉଥିବା ବେଳେ ଲୁହା ପାଇପ ବଦଳରେ କାଠ ଖୁଣ୍ଟ ( ଜେକ)ବ୍ୟବହାର କରି କାମ କରାଯାଉଛି । Ad.. ନିୟମ ଅନୁସାରେ ଏଭଲି କରାଯିବ କଥା ନୁହେଁ କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଛି । ଅନ୍ୟ ପଟେ ବନ ବିଭାଗ ଏହି ସବୁ କାମ ଜାଣୁଥିବା ବେଳେ ଚୁପ ହୋଇ ବସିଛି । ଯଦି କୌଣସି ଲୋକ କାଠ ଚୋରା ଚାଲାଣ କରି ଏମିତି କରିବା ତେବେ ବନ ବିଭାଗ ଚଢାଉ କରି କାର୍ଯ୍ୟନୁଷ୍ଠାନ ନେବାକୁ ଆଗକୁ ଆସିଥାଏ । କିନ୍ତୁ ଏଠି ବନ ବିଭାଗ ଚୁପ ବସିଥିବା ଯୋଗୁ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଲି ସଂଦେହ ଘେରରେ ଆସୁଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ପ୍ରଧାନ ଙ୍କୁ ପଚାରିବାରୁ କୋଠା ତରିଆରି ପାଇଁ ଠିକାଦାରକୁ ନିଯୁକ୍ତ କାରାଯାଇଛି ସେ ଏହି ବିଷୟରେ ଜାଣିବେ ବୋଲି କହିଥିଲେ। କୋଠା କାମ ନିର୍ମାଣ କରାଯିବା , କାମ କେମିତି ହେଉଛି ଏସବୁ କାମ କନିଷ୍ଠ ଯନ୍ତ୍ରୀଙ୍କର ତାଙ୍କ ପ୍ରତିକ୍ରୟାରୁ ଯାହା ଜଣାପଡୁଛି ଯେ ଯନ୍ତ୍ରି କାମର ତଦାରକ କରୁନାହାନ...