ଶ୍ରୀରାମ ସେନା ପକ୍ଷରୁ ଗୋମାତାର ସୁରକ୍ଷା ଦାବୀ...
ଶ୍ରୀରାମ ସେନା ପକ୍ଷରୁ ଗୋମାତାର ସୁରକ୍ଷା ଦାବୀ...
କଣ୍ଟାବାଞ୍ଜି, ୨୨/୦୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ହଜାର ହଜାର ଗାଇ ଗୋରୁ ବୁଲାବୁଲି କରୁଛନ୍ତି । ଏହାର ରକ୍ଷଣା ବେକ୍ଷଣା ନିମନ୍ତେ କୌଣସ ପ୍ରକାରର କାଞ୍ଜି ଘର ନାହିଁ ।
Ad..
ତେବେ ଏହାକୁ ନେଇ ଗତକାଲି ଶ୍ରୀରାମ ସେନାର ସଦସ୍ୟ ମାନେ ସ୍ଥାନୀୟ ରାମ ମନ୍ଦିର ପରିସରରୁ ଏକ ବାଇକ୍ ରେଲି ଯୋଗେ ମୁଖ୍ୟ ରାସ୍ତା ଦେଇ ଗୋମାତାର ରକ୍ଷା କର, ଗୋ ହତ୍ୟା ବନ୍ଦ ଦର ଡାକରା ଦେଇ ଏନଏସି କାର୍ଯ୍ୟଳୟ ପହଂଚି ଥିଲେ ।
କାର୍ଯ୍ୟନିବାହୀ ଅଧିକାରୀ ନିରଂଜନ ଧଳଙ୍କୁ ସାକ୍ଷାତ କରି ଏ ଦିଗରେ ଅଧିକ ଆଲୋଚନା କରାଯାଇଛି । ଶ୍ରୀରାମ ସେନାର ସଦସ୍ୟ ମାନେ କହିଛନ୍ତି ଯେ, ସହର ଭିତରେ ଏକ କାଞ୍ଜି ଘର ତିଆରି କରାଯାଇ ବୁଲାଗାଇ ଗୋରୁ ମାନଙ୍କୁ ଥଇଥାନ କରାଯାଉ, ଏ ଦିଗରେ ଏନଏସି ନିଜେ ଦୃଷ୍ଟି ଦେଇ ଗୋମାତାର ରକ୍ଷା କରୁ ।
ତେବେ ଶ୍ରୀରାମ ସେନାର ସଦସ୍ୟ ମାନେ ଏକ ଲିଖିତ ଦାବୀ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରି, ତହସିଲଦାର ଏବଂ କଂଟାବାଞ୍ଜି ଥାନାରେ ଦେଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ କାଞ୍ଜି ଘର ନଥିବାରୁ କିଛି ଅସାମାଜିକ ବ୍ୟକ୍ତି ଗୋମାତାଙ୍କ ପ୍ରତି ହିଂସାତ୍ମକ ଆଚରଣ କରିବାକୁ ପଛାଉନାହାନ୍ତି ବୋଲି ଶ୍ରୀରାମ ସେନା କହିଛି ଏବଂ ଭାରତୀୟ ସଂସ୍କୃତି ଅନୁସାରେ ଗାଈ ମାନଙ୍କୁ ସୁରକ୍ଷା ଦେବା ଆମ ଧର୍ମ ମଧ୍ୟ ବୋଲି କହିଛି ।
ତେବେ ଏହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, କାଞ୍ଜିଘର ତିଆରି ପାଇଁ ଆମେ ତହସିଲଦାରଙ୍କୁ ଲଖିତ ଜଣାଇଛୁ । ସହର ଆଖପାଖରେ କୌଣସି ଏକ ସରକାରୀ ଜମି ଚିହ୍ନଟ ହେଲେ ଆମେ ସେଠି କାଞ୍ଜିଘର ତିଆରି କରିବୁ ।
ଗତକାଲି ଏହି ଦାବୀ ପତ୍ର ଦେବା ସମୟରେ ନିଶିକାନ୍ତ ମହାପାତ୍ର, ପପ୍ପୁ ଜୁଏଡ, ଉମେଶ ବାଗ, ଧର୍ମନନ୍ଦ ଜୁଏଡ, ତିରଥ ସିଂହ ଠାକୁର, ଗଣେଶ ସୋନି, ଜୁଗଳ କିଶୋର ଖଣ୍ଡେଲବାଲ, ବିକାଶ ସଡଙ୍ଗୀ, ରାଜେଶ ଆନିଆ, କୁନା ବାଗ, ଗଣେଶ ବାଗ, ରାକେଶ ବେହେରା, ଦେବରାଜ ଯାଦବ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ ।
Edited by k.s thakur...
Comments
Post a Comment