ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...
ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...
ବରଗଡ଼,୦୧/୦୬ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ପୋଲିସ ବିଭାଗ ର ଅବହେଳା ଯୋଗୁଁ ଦିନକୁ ଦିନ ଆଇନ୍ ବିଶୃଙ୍ଖଳା ଦେଖାଦେଉଛି। ପଦ୍ମପୁର ସହରରେ ଚୋରି,ଗୁଣ୍ଡାଗର୍ଦି ବଢ଼ିଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିଛି।
Ad..
ଗାଁ ରେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରାଯାଉଛି। ଏପରିକି ବିଭିନ୍ନ ପର୍ବପର୍ବାଣି ଗୁଡ଼ିକ ରେ ଅବାଧରେ ମିଳୁଥିବା ନିଶା ଖାଇ ଗୁଣ୍ଡାଗର୍ଦି ହେଉଛି ଯାହାର ଜୀବନ୍ତ ଉଦାହରଣ ହେଉଛନ୍ତି ପଦ୍ମପୁର ଥାନା ଅର୍ନ୍ତଗତ ଲମ୍ବରଜୁନା ଗାଁ ର ଛବିଳ ଧରୁଆ।ରଥଦେଖିବାକୁ ବମରିତ ଗାଁ ଯାଇଥିଲେ।
Ad..
ସନ୍ଧ୍ୟା ରେ ରଥ ଦେଖିଥିଲେ ,ରାତିରେ ଘରକୁ ଫେରିନଥିଲେ। ସକାଳୁ ବମରିତ ଗାଁ ର ଚିତ ଭୋଇ,ପତିରାମ ଭୋଇ ଚାଷକାମ ଦେଖିବା ପାଇଁ ଯାଉଥିବା ସମୟରେ ଉକ୍ତ ଛବିଳ ପଡିଥିବାର ଦେଖିଥିଲେ। ମୁର୍ମୁର୍ଷ ଅବସ୍ଥାରେ ସେଠାରୁ ଗାଁ କୁ ଆଣିଥିଲେ।
ଗାଁ ମଝିରେ ଗ୍ରାମବାସୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସାପରେ ଚିହ୍ନଟ କରାଗଲା ଲମ୍ବରଜୁନା ଗାଁ କୁ ଖବର ଦିଆଗଲା। ଲମ୍ବରଜୁନା ଗ୍ରାମବାସୀଙ୍କ ସହ ପରିବାର ଲୋକ ବମରିତ ଗାଁ କୁ ଆସି ଗୁରୁତର ହୋଇ ଅତି ଦୟନୀୟ ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।
ଏପଟେ ଲମ୍ବରଜୁନା ଓ ବମରିତ ଗାଁ ରେ ଗ୍ରାମବାସୀ ଙ୍କ ଦ୍ବାରା ବୈଠକ ବସି ଘଟଣା ବିଷୟରେ ଆଲୋଚନା ଓ ପର୍ଯାଲୋଚନା ହୋଇ ଘଟଣା ର ସତ୍ୟ ଖୋଲାଯାଇଛି।
ଛବିଳ ଙ୍କ ବୟାନ ଅନୁସାରେ ବମରିତ ଗାଁ ରେ ରଥଦେଖୁଥିବା ସମୟରେ ବମରିତ ଗାଁ ର ତିନିଦଣ ଡାକିନେଇ ଟଙ୍କା ମାଗି ପ୍ରବଳ ମାଡମାରିଥିଲେ ଶେଷରେ ମରିଯାଇଥିବାର ସନ୍ଦେହ କରି ଫିଙ୍ଗି ଦେଇ ପଲାଇଥିଲେ ଯାହାକି ସକାଳୁ ବମରିତ ର ଦୁଇଜଣ ଲୋକ ଦେଖି ଗାଁ କୁ ଆଣିଥିଲେ ଓ ପରିବାର ଲୋକ ଙ୍କୁ ଖବର ଦେଇଥିଲେ।
ରଥ ଦେଖିବାକୁ ଯାଇ ବିନା କାରଣରେ ମାଡ ଖାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଛବିଳ ର ଦୋଷ କ'ଣ ବୋଲି ଏବେ ପ୍ରଶ୍ନ ଉଠୁଛି। ଉକ୍ତ ଘଟଣାକୁ ନେଇ ଜଗଦଲପୁର ଥାନା ରେ ମାମଲା ରୁଜ୍ଜୁ ସୋଇଥିଲେ ବି ପୋଲିସ ନାମକୁ ମାତ୍ର ଖଗେ ଭୁଏ ପିତା ଜେହେରୁ ଓ ଶୁକୃ ଭେଏ, ଜୟନ୍ତ ବରିହା ଙ୍କୁ ଉଠାଇ ନେଇ କାର୍ଯାନୁଷ୍ଠାନ ଗ୍ରହଣ କରିଛି ଯାହା ତଦନ୍ତ କିଛି ହୋଇନାହିଁ।
ଏଭଳି ଗାଁ ଗୁଡ଼ିକରେ ଗଣ୍ଡଗୋଳ ଘଟୁଥିଲେ ବି ପୋଲିସ ର ଭୁମିକା ଗୋଣ ରହୁଥିବା ରୁ ପୋଲିସ ପ୍ରତି କାହାକୁ ଭୟ ରହୁନାହିଁ। ଏଭଲି ରଥ ସମୟରେ ଗଣ୍ଡଗୋଳ ର ଭୟ ଯୋଗୁଁ ଉଭୟ ଗାଁ ରେ ଭୟର ବାତାବରଣ ରହିଛି ହେଲେ ପୋଲିସ ଏଭଲି ବିପଦପୂର୍ଣ୍ଣ ଘଟଣା ପ୍ରତି ଗୁରୁତ୍ବ ଦେଉନଥିବା ରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
Report : Bijay ku sahu
Edited by k.s thakur...
Comments
Post a Comment