ଦ୍ବିତୀୟ ଥର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର...

ଦ୍ବିତୀୟ ଥର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର...

ଭୁବନେଶ୍ୱର,୨୬/୦୨ : ଯାହା ଚର୍ଚ୍ଚା ହେଉଥିଲା ତାହା ହେଲା ସତ । ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ବିତୀୟ ଥର ପାଇଁ ବିବାହ ବେଦୀରେ ବସିଛନ୍ତି। 

             Ad..



ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷରୁ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। 

ପୁରୀ ଜିଲ୍ଲା ପିିପିଲିସ୍ଥିତ ହୋଟେଲ ‘ଆଭେଞ୍ଚର’ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ସମାରୋହରେ ସମ୍ପର୍କୀୟ ଓ ଅତି ପାଖ ଲୋକ ହିଁ ସାମିଲ ହୋଇଥିଲେ। ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନଥିଲା। 

ଅର୍ଥାତ ଯେଉଁମାନଙ୍କ ନିକଟରେ ପ୍ରବେଶ ପାଇଁ ପାସ୍‌ ଥିଲା, ସେମାନଙ୍କୁ ଛଡାଯାଇଥିଲା। ବିମାହ କାର୍ଯ୍ୟକ୍ରମରେ ମୋଟ ୬୦ ଜଣ ଲୋକ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେଲା, କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। 

ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଦିବ୍ୟଶଙ୍କର ପୁଅ ଅଛନ୍ତି। ସେ ଏବେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...