କରୋନାରେ ମୃତ୍ୟୁ ଶିକ୍ଷକଙ୍କ ପରିବାରକୁ ଓଷ୍ଟା ତରଫରୁ ସହାୟତା ରାଶି ପ୍ରଦାନ...

କରୋନାରେ ମୃତ୍ୟୁ ଶିକ୍ଷକଙ୍କ ପରିବାରକୁ ଓଷ୍ଟା ତରଫରୁ ସହାୟତା ରାଶି ପ୍ରଦାନ...

ଭାଲୁମୁଣ୍ଡା ,୨୬/୦୨ :ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସ୍ବର୍ଗତ ବସନ୍ତ କୁମାର ଶାନ୍ତ ଓ ଅଲଣ୍ଡା ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ସ୍ବର୍ଗତ ନିଲାମ୍ବର ସୁନା ଗତ ୨୦୨୧ ମସିହା ରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। 
            Ad..



ଏହି ଦୁହି ମହାନ ବ୍ୟକ୍ତିଙ୍କୁ ଦୁଇ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଝୁରୁ ଥିବା ଦେଖିବା କୁ ମିଳିଛି। ଏନେଇ ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ସଂପାଦକ ରସାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକ ସଭାପତି ଅରୁଣ କୁମାର ବାରିକ, ଜିଲ୍ଲା ସଂଯୋଜକ ଲୋକନାଥ ମେହେର,ଗଣପତି ସାହୁ,ବ୍ଲକ ପ୍ରତିନିଥି ସମର କୁମାର ଜେନା,ଜିଲ୍ଲା ଯୁଗ୍ମ ସଂପାଦକ ଦିଲ୍ଲୀପ ନାୟକ, ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ଆପତ, ପରିଚାଲନା କମିଟିର ସଭ୍ୟ ଯୋଗୀନ୍ଦ୍ର ମିଶ୍ର ତଥା ଦୁଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଦୁଇ ପରିବାରକୁ ୫ହଜାର ଟଙ୍କା ଲେଖାଏ ଘର ଘରକୁ ଯାଇ ସହାୟତା ରାଶି ପ୍ରଦାନ କରିଥିଲେ।






(Report : Radhey shyam meher)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...