ଦୁଇଟି ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ...

ଦୁଇଟି ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ...

ସୋର,୨୪/୦୨ : ବାଲେଶ୍ବର ଜିଲ୍ଲା କୁଳଡ଼ିହା ବନାଞ୍ଚଳ ଅଧୀନ ସୋରରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଆଜି ଭୋର ଅଚନାକ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଛି।

            Ad..


 

ବାଲେଶ୍ୱର ବନ୍ୟଜୀବ ବନଖଣ୍ଡ ଅଧିକାରୀ ସୁମିତ କରଙ୍କ ନିର୍ଦେଶରେ ଅତିରିକ୍ତ ଜିଲା ବନଖଣ୍ଡ ଅଧିକାରୀ ଦିଗନ୍ତ ଶୋଭନ ଚାନ୍ଦ ଓ କୁଲଡ଼ିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ନେତୃତ୍ବରେ ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ, ଅଜୟ ଜେନା, ଉମାକାନ୍ତ ଜେନା, ବିଜୟ ସାହୁ ବନରକ୍ଷୀ ଶଶିକଳା ସାହୁ, ଜୟନ୍ତ ପ୍ରଧାନ, ସିଂ ରାୟ ହେମ୍ରମ ଏବଂ ବନ ସୁରକ୍ଷା କର୍ମୀମାନଙ୍କ ସମେତ ସୋର ପୁଲିସର ସହାୟତାରେ ଆଜି ଭୋର ସମୟରେ ସୋର ଜଗନ୍ନାଥପୁର ଓ ସୋର ତହସିଲ ସାମ୍ନାରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଥିଲା।

ଏହି ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଶଳ କ୍ରମେ ଖସି ପଳାଇଥିଲେ। ତେବେ ଅଭିଯୁକ୍ତମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...