ସହରରେ ଗୋ ମାଂସ ଜବତ ଘଟଣା,ତଦନ୍ତ ପାଇଁ ଆସିଲେ ସତନାମୀ ସମାଜ କଲ୍ୟାଣ ସମିତି ଓଡିଶା ର କିଛି ସଦସ୍ୟ...
ସହରରେ ଗୋ ମାଂସ ଜବତ ଘଟଣା,ତଦନ୍ତ ପାଇଁ ଆସିଲେ ସତନାମୀ ସମାଜ କଲ୍ୟାଣ ସମିତି ଓଡିଶା ର କିଛି ସଦସ୍ୟ...
କଣ୍ଟାବାଞ୍ଜି,୨୫/୦୨ : ଗତ କିଛି ଦିନ ଆଗରୁ କଣ୍ଟାବାଞ୍ଜି ୱାର୍ଡ ନମ୍ୱର୍ ୧୫ ସତାନାମି ପଡ଼ା ଜେଏମଜେ ଛକ ପାଖରେ ଗୋ ମାଂସ ଜବତ କରିଥିଲା କଣ୍ଟାବାଞ୍ଜି ପୋଲିସ।
Ad..
ସ୍ଥାନୀୟ ରାମ ସେନାର କିଛି ସଦସ୍ୟ ସେହି ଅଞ୍ଚଳ ରେ ଗୋ ମାଂସ କଟା ଯାଇଥିବା ପୋଲିସ କୁ ଖବର ଦେବା ପରେ ପୋଲିସ ଆସି ସେହି ସ୍ଥାନରେ ୪ ଜଣଙ୍କୁ ଗିରଫ କରିଥିଲା ।
ପରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଇଥିଲା ଜେ ସେହି ସତନାମି ପଡ଼ା ରେ ବାରମ୍ବାର ଏହି କାର୍ଯ୍ୟ ଚାଲୁ ରହିଛି। ଏହାର ତଦନ୍ତ କରିବା ପାଇଁ ଗତକାଲି ସତନାମୀ ସମାଜ କଲ୍ୟାଣ ସମିତି ଓଡିଶା ର କିଛି ସଦସ୍ୟ ଏହାର ତଦନ୍ତ କରିବା ପାଇଁ ଆସିଥିଲେ ।
ସେମାନେ ତଦନ୍ତ କରି ଜାଣିବାକୁ ପାଇଲେ ଯେ ଯେଉଁମାନେ ସେହି ଘଟନା ରେ ଲିପ୍ତ ଥିଲେ ସେମାନେ ସତନାମୀ ସମାଜର ନୁହନ୍ତି ବୋଲି ସଭାପତି କ୍ଷେତ୍ର ମୋହନ ସତନାମି କହିଛନ୍ତି। ସତନାମୀ ସମାଜର କୁଳପତି କ୍ଷେତ୍ର ମୋହନ ସତନାମୀ ଙ୍କ କହିବା ଅନୁସାରେ ଆମ ସତନାମି ସମାଜରେ ଅନେକ ବର୍ଷ ରୁ ଆମ୍ଭେ ଆମିଷ ବନ୍ଦ୍ କରି ଦେଇଛୁ ତେଣୁ ଯିଏ ବି ଆମ ଏହି ସମାଜରେ ମିଶିଛି ତାଙ୍କୁ ଏହି ନିୟମକୁ ପାଳନ କରିବାକୁ ପଡ଼ିବ।
କିଛି ବାହାର ଲୋକ ସତନାମି ସମାଜକୁ ବଦନାମ କରିବା ପାଇଁ ଏଭଳି ଯୋଜନା କରୁଥିବା ସେ କହିଛନ୍ତି। ଏହି ମିଳିତ ଅନୁସନ୍ଧାନ କମିଟିରେ ଯୋତି ଲାଲ ବଂଜାରେ ପ୍ରଦେଶ ଅଧ୍ୟକ୍ଷ,ଲୁଲୁ ଚେଲକ୍ ନୂଆପଡ଼ା ଜିଲ୍ଲା , ହରୀ ରାମ ଆଦିଲ, ଗୁନଧର ବଘେଲ,ପ୍ରହ୍ଲାଦ ତିଣ୍ଡି ଓ ମିନିକେତନ୍ ସତନାମି ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment