ଭିଣୋଇଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ...

ଭିଣୋଇଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ...

କଟକ,୨୪/୦୨ : ଭିଣୋଇଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ପୁଲିସ ବାବୁ। ଏଭଳି ‌ଅଭିଯୋଗରେ ଗିରଫ ହେବା ସହିତ ଜେଲ୍ ଯାଇଛନ୍ତି ପୁରୀ କୁମ୍ଭାରପଡା ଥାନା ଏସ୍ ଆଇ ଚିତ୍ତ ରଞ୍ଜନ ଦାସ। 

             Ad..



ବଡମ୍ବା ଥାନାରେ ଅପହରଣ ମାମଲାରେ ମାମଲା ରୁଜୁ କରିବା ସହିତ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୋଗ ଅନୁସାରେ, ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡିପଡା ଗ୍ରାମର ଚିତ୍ତ ରଂଜନ ନାୟକ ନରସିଂହପୁର ବ୍ଲକ୍‌ର ଚମ୍ପେଶ୍ବର ଗ୍ରାମର ଅନୁପମାଙ୍କୁ ବିବାହ କରିଥିଲେ। 

୨୦୧୯, ମେ ୧୮ତାରିଖରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ଅନୁପମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଅନୁପମାଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଗତବର୍ଷ ଜୁନ ମାସରେ ମାମଲା ରଜୁ ହୋଇଥିଲା। 

ତେବେ ଘଟଣାରେ ଆପୋସ ବୁଝାମଣା ପାଇଁ ଉଭୟ ପରିବାରବର୍ଗଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ପୁଅ ଘର ପରିବାର ଏଥିରେ ରାଜି ହେଉନଥିବା କୁହାଯାଉଛି।

ଏଭଳି ସ୍ଥିତିରେ ଗତକାଲି ଅନୁପମାଙ୍କ ଭାଇ ତଥା ପୁରୀ କୁମ୍ଭାରପଡା ଥାନା ସବ୍‌ଇନ୍ସପେକ୍ଟର ଚିତ୍ତରଂଜନ ଦାସ ଭିଣୋଇଙ୍କୁ ତାଙ୍କ ରଗଡିପଡାସ୍ଥିତ ଘରୁ ଅପହରଣ କରିନେଇ ମାଡପିଟ କରିଥିବା ସଂକ୍ରାନ୍ତରେ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଚିତ୍ତଙ୍କୁ ଗିରଫ କରି‌ କୋର୍ଟ ଚାଲାଣ କରିଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...