କ୍ରିକେଟ ମ୍ୟାଚ ଉଦଯାପିତ, ଚାରପାଣି ଦଳ ଚାମ୍ପି୍ୟାନ...
କ୍ରିକେଟ ମ୍ୟାଚ ଉଦଯାପିତ, ଚାରପାଣି ଦଳ ଚାମ୍ପି୍ୟାନ...
କଣ୍ଟାବାଞ୍ଜି,୨୧/୦୨ : ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଂଚାୟତ ଅନ୍ତର୍ଗତ ଚାରପାଣି ଗ୍ରାମରେ ଚାଲି ଥିବା କ୍ରିକେଟ ମ୍ୟାଚ ଆଜି ଉଦଯାପିତ ହୋଇଯାଇଛି।Ad..
ଆୟୋଜକ ଏମ, ବି,ସି,ସି ଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଖେଳ ରେ ସମୁଦାୟ ୧୬ ଟି ଦଳ ଭାଗ ନେଇଥିଲେ। ମଙ୍ଗଳବାର ଦିନ ଆୟୋଜିତ ଖେଳ ରେ ନୂଆପଡା ଜିଲ୍ଳା କୁଟେନମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ୮୮ ରନ ସଂଗ୍ରହ କରିଥିଲେ।
Ad..
ଶେଷରେ ଚାରପାଣି ଦଳ ୪ ବିକେଟ ବିନିମୟ ରେ ୮୯ ରନ ସଂଗ୍ରହ କରି ବିଜୟ ହାସଲ କରିଛନ୍ତି। ଟ୍ରଫି ସହ ୧୫ ହଜାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ରନର ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯଇଥିଲା ।
ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜେଡି ର ଯୁବ ସମ୍ପାଦକ ଅଜିତ କୁମାର ଯୋଷି ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିତି ଭାବେ ତୁଳସୀ ରାମ ଜଗତ (ସମ୍ବାଦ ପ୍ରତିନିଧି )ଗୋଳକ ବିହାରୀ ନାଗ, ରବି ଟାକରି (ସମିତି ସଭ୍ୟ ବଡବାଙ୍କି ଜିପି )ପ୍ରଭାତ ନାଗ, ଏବଂ ପ୍ରଶାନ୍ତ ବେହେରା, ବିଶେଷ ସହଯୋଗ କରି ଥିଲେ ଏବଂ ହେମନ୍ତ ନିଆଲ, ଜ୍ଞାନ ନିଆଲ, ଶିବା ନାଗ, ରୁଦ୍ର ହରପାଳ, ପ୍ରକାଶ ବଚା, ପ୍ରମୁଖ ଆୟୋଜକ ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment