ରାଜେନ୍ଦ୍ର ନଗର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ...
ରାଜେନ୍ଦ୍ର ନଗର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ...
କଣ୍ଟାବାଞ୍ଜି, ୨୪/୦୨ : କଣ୍ଟାବାଞ୍ଜି କ୍ଳଷ୍ଟର ଅନ୍ତର୍ଗତ ରାଜେନ୍ଦ୍ର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ମନୋରମା ରାଉତ, ଉପନଗରପାଳ, ଏନଏସି କଣ୍ଟାବାଞ୍ଜି ମୁଖ୍ୟ ଅତିଥି,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ବାଗ,ଶ୍ରୀମତୀ ଲଳିତା ପୁଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ସର୍ବ ପ୍ରଥମେ ଅତିଥି ବୃନ୍ଦ ମାସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟଗୀତ ପରିବେଷଣ କରିଥିଲେ।
ତାପରେ ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ସହଯୋଗ କରିଥିଲେ।
Edited by k.s thakur...
Comments
Post a Comment