ରକ୍ତନାୟକ ଭାବେ ବିରଞ୍ଚି ଦାଶ ରାଷ୍ଟ୍ରୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ...

ରକ୍ତନାୟକ ଭାବେ ବିରଞ୍ଚି ଦାଶ ରାଷ୍ଟ୍ରୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ...

କଣ୍ଟାବାଞ୍ଜି, ୨୭/୦୨ : ବିଶ୍ବ ବେସରକାରୀ ସଂଗଠନ ଦିବସ ଅବସରରେ ହରିୟାଣା ରାଜ୍ୟର କର୍ଣାଲର ଡ.ମଙ୍ଗଳ ସେନ ଅଡିଟୋରିୟମଠାରେ ସ୍ୱଇଛ୍ଛାରେ ରକ୍ତ ଦାନ ଉପରେ ଦୁଇ ଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ନିଫା ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଅନୁଷ୍ଠିତ ହୋଇଥିଲା।

            Ad..



ନିଫା ସଂସ୍ଥା ତରଫରୁ ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ପାଳନ ଅବସରରେ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା।ଅଗଷ୍ଟ ପନ୍ଦର ତାରିଖରେ ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ କରୋନା କାଳରେ ନିଃସ୍ୱାର୍ଥପର ସେବା କରିଥିବାରୁ ତାଙ୍କୁ ଉକ୍ତ ସମ୍ମିଳନୀରେମୁଖ୍ୟ ଅତିଥି ପଙ୍କଜ ନୈନ,ନିର୍ଦ୍ଦେଶକ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ହରିୟାଣା ସରକାର  ରକ୍ତନାୟକ ଭାବରେ ପ୍ରମାଣ ପତ୍ର ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଏହି ଶ୍ରେୟ ରକ୍ତଦାତା ମାନଙ୍କର ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଥିଲେ।ଖବର ପାଇବା ପରେ ରକ୍ତଦାତା ବୃନ୍ଦ, ବୁଦ୍ଧିଜୀବୀ ତଥା ଜନସାଧାରଣରେ ଖୁସିର ଲହରୀ ଖେଳି ଯାଇଥିଲା।






Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...