ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଣ୍ଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ ! ...
ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଣ୍ଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ ! ...
କଣ୍ଟାବାଞ୍ଜି, ୨୮/୦୨ : ସରକାରି ନିୟମକୁ ଖୁଲମଖୁଲା ଉଲଘଂନ କରୁଛି କଂଟାବାଞ୍ଜି ଗ୍ରାମ୍ୟ ଉନ୍ନୟନ ବିଭାଗ । ନିଜ କର୍ମଚାରି ମାନଙ୍କ ପାଇଁ ୧୪ ରୁ ୧୫ ଲକ୍ଷ ବ୍ୟୟ ଅଟକଲରେ ତିଆରି କରୁଥିବା କୋଠା ନିମ୍ନ ମାନର ହେଉଥିବା ବେଳେ ଲୁହା ପାଇପ ବଦଳରେ କାଠ ଖୁଣ୍ଟ ( ଜେକ)ବ୍ୟବହାର କରି କାମ କରାଯାଉଛି ।
Ad..
ନିୟମ ଅନୁସାରେ ଏଭଲି କରାଯିବ କଥା ନୁହେଁ କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଛି । ଅନ୍ୟ ପଟେ ବନ ବିଭାଗ ଏହି ସବୁ କାମ ଜାଣୁଥିବା ବେଳେ ଚୁପ ହୋଇ ବସିଛି । ଯଦି କୌଣସି ଲୋକ କାଠ ଚୋରା ଚାଲାଣ କରି ଏମିତି କରିବା ତେବେ ବନ ବିଭାଗ ଚଢାଉ କରି କାର୍ଯ୍ୟନୁଷ୍ଠାନ ନେବାକୁ ଆଗକୁ ଆସିଥାଏ ।
କିନ୍ତୁ ଏଠି ବନ ବିଭାଗ ଚୁପ ବସିଥିବା ଯୋଗୁ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଲି ସଂଦେହ ଘେରରେ ଆସୁଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ପ୍ରଧାନ ଙ୍କୁ ପଚାରିବାରୁ କୋଠା ତରିଆରି ପାଇଁ ଠିକାଦାରକୁ ନିଯୁକ୍ତ କାରାଯାଇଛି ସେ ଏହି ବିଷୟରେ ଜାଣିବେ ବୋଲି କହିଥିଲେ।
କୋଠା କାମ ନିର୍ମାଣ କରାଯିବା , କାମ କେମିତି ହେଉଛି ଏସବୁ କାମ କନିଷ୍ଠ ଯନ୍ତ୍ରୀଙ୍କର ତାଙ୍କ ପ୍ରତିକ୍ରୟାରୁ ଯାହା ଜଣାପଡୁଛି ଯେ ଯନ୍ତ୍ରି କାମର ତଦାରକ କରୁନାହାନ୍ତି ନାଁ ଜାଣିଶୁଣି ନିଜ ପଟେକ ଗରମ କରିବାକୁ ଚୁପ ହୋଇ ବସିଛନ୍ତି।
ଅନେକ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଭଲି କାମ କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ଏଭଲି ହାଲୁକା ପ୍ରତିକ୍ରିୟା ଦେଇ ଠିକାଦାରଙ୍କ ସହ ସଲା ସୁତୁରା ରଖି ଏଭଲି କାମ କରୁଛନ୍ତି ବୋଲି ସାଧାରଣରେ ଆଭିଯୋଗ ଆସୁଛି ।
Edited by k.s thakur...
Comments
Post a Comment