ପଦ୍ମପୁର ସହରରେ ଉତ୍କଟ ପାନୀୟ ଜଳ ସମସ୍ୟା ...

ପଦ୍ମପୁର ସହରରେ ଉତ୍କଟ ପାନୀୟ ଜଳ ସମସ୍ୟା ...

ବରଗଡ଼, ୨୫/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଗାଁ ଠାରୁ ସହର ସବୁଠି ଏବେ ପାଣି ସମସ୍ୟା। ଆବଶ୍ୟକତା ଠାରୁ କମ୍ ବର୍ଷା ସହ ସୁଖା ମରୁଡି ପ୍ରପିଡିତ ଅଞ୍ଚଳ ହୋଇଥିବାରୁ ଉପଖଣ୍ଡ ବ୍ୟାପି ଜଳିୟ ସମସ୍ୟା ଗୁରୁତର ଆକାର ନେବାକୁ ବସୁଛି। 

            Ad..



ଗତ ଥର ବର୍ଷା ଆରମ୍ଭ ରୁ ଭଲ ହୋଇଥିଲେ ବି ଶେଷ ସମୟ ବର୍ଷା ଉଭା ହେବା କାରଣରୁ ନଦୀ ପୋଖରୀ ଗୁଡ଼ିକ ଭର୍ତ୍ତି ହେବାରେ କଷ୍ଟକର ହୋଇଥିଲା ଫଳରେ ଏବେ ତାର ପ୍ରଭାବ ଫେବୃଆରୀ ମାସ ଦ୍ବିତୀୟ ସପ୍ତାହ ରୁ  ଦେଖା ଦେଲାଣି । 

ଗାଁ ଗୁଡ଼ିକରେ ଥିବା ଅଧିକାଂଶ ପୋଖରୀ ଗୁଡ଼ିକ ରେ ଜଳ ନିଅଣ୍ଟିଆ ହେବା ସମସ୍ୟା ବଢିବାରେ ଲାଗିଛି। ଗାଁ ଗୁଡ଼ିକରେ ଅଧିକାଂଶ ଗ୍ରାମବାସୀ ପୋଖରୀ ଜଳ ଉପରେ ନିର୍ଭରଶୀଳ। ଗାଧୋଇବା, ଗାଇବଳଦ ଗାଧେଇବା ଏପରିକି ଖାଇବା ଲୋକ ପୋଖରୀ ଓ ନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ବେଳେ ଏବେଠାରୁ ଜଳିୟ ସମସ୍ୟା ଲୋକଙ୍କୁ ବିଚଳିତ କରୁଛି। 

ଆହୁରି ମଧ୍ୟ ପଦ୍ମପୁର ଏନଏସି ସହରର ସମସ୍ତ ୧୧ଗୋଟି ଞ୍ବାଡ ରେ ପାନିୟ ଜଳ ସମସ୍ୟା ଦେଖାଦେଇଛି। ସହରରେ ପାନୀୟ ଜଳଯୋଗାଣ ପୂର୍ବରୁ ସକାଳୁ ଏକ ଘଣ୍ଟା ଧରି ଯୋଗାଣ ହେଉଥିବା ବେଳେ ଏବେ ଦଶ ମିନିଟ ପରେ ଖେଲ ଆତ୍ମ ହେଉଛି ସେଥିରେ ପୁଣି ଛୋଟ ଗେଣ୍ଡା ଅତି ଛୋଟ ସାମୁକା ବାହାରୁଛି ଯାହା ଜୀବନ ପ୍ରତି ବିପଦ ଦେଖା ଦେଉଛି । 

ପଦ୍ମପୁର ବ୍ଲକ ବୁଡେନ ଅଞ୍ଚଳରେ ଏଭଳି ପୋଖରୀ ମୁଖା ଥିବାର ଦେଖାଯାଉଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଉପ ନିର୍ବାଚନ ସମୟରେ ପାଣି ସମସ୍ୟା ଥିଲା ତାକୁ ସରକାର ସମାଧାନ କରି ଦିବାରାତ୍ରି ୨୪ ଘଣ୍ଟା ଜଳ ଯୋଗାଣ କଲେ ଏବେ ଉପ ନିର୍ବାଚନ କୁ ଦୁଇମାସ ହେଲା, ହେଲେ ସହରର ଦିର୍ଘ ବର୍ଷ ର ପାନିୟ ଜଳ ସମସ୍ୟା ସମାଧାନ ପରିବର୍ତ୍ତେ ବଢ଼ିଗଲା । 

ଉପ ନିର୍ବାଚନ ସମୟରେ ଯେଉଁ ଭଲି ଜଳ ଯୋଗାଣ ହେଲା ଲୋକେ ଭାବିଲେ ଯେ ପଦ୍ମପୁର ସହରର ଦିର୍ଘ ଦିନ ର ସମସ୍ୟା ସମାଧାନ ହେଲା ହେଲେ ଏବେ ଯେଉଁ ସମସ୍ୟା କୁ ସେହି ସମସ୍ୟା ଦେଖା ଦେଇଛି। 

ଏନଏସି ହେଉକି ସହର ଜଳ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ପଚରାଗଲେ ଅଙ୍ଗ ନଦୀ ରେ ପାଣି ନ ଥିବାରୁ ସମସ୍ୟା ହେଉଛି ବୋଲି ଉତ୍ତର ମିଳୁଛି। ଆଗକୁ ସମସ୍ୟା ଆହୁରି ବଢିବ ନୂଆ ବିଧାୟିକା ଗୁରୁତ୍ଵ ଦେବେ କି ବୋଲି ସହରର ଜନସାଧାରଣ ଦାବି ଉଠାଉଛନ୍ତି।






(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...