ଯାତ୍ରୀ ବାହି ବସକୁ ଧକ୍କା ଦେଲା ଔଷଧ ବୋଝେଇ ଟ୍ରକ: ତିନି ଗୁରୁତର ଆହତ...

ଯାତ୍ରୀ ବାହି ବସକୁ ଧକ୍କା ଦେଲା ଔଷଧ ବୋଝେଇ ଟ୍ରକ: ତିନି ଗୁରୁତର ଆହତ...

ବସ୍ତା,୨୬/୦୨ : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ୱର୍ ଜାତୀୟ ରାଜପଥ ଗୁଡ଼ିଖାଳ ନିକଟରେ ଏକ ଔଷଧ ବୋଝେଇ ଟ୍ରକ ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ପାଞ୍ଚଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିବା ଜଣାଯାଇଛି।
          Ad..



ସୂଚନା ଅନୁସାରେ, ଶନିବାର ବିଳମ୍ୱିତ ରାତ୍ରିରେ ଓଡି ୦୧ ଏଆର୍ ୨୦୫୫ ବସ୍ ପୁରୀରୁ ଚନ୍ଦନେଶ୍ଵର ଅଭିମୁଖେ ଆସୁଥିବା ବେଳେ ଗୁଡ଼ିଖାଳ ବସଷ୍ଟାଣ୍ଡ ନିକଟରେ ଏକ ଚା ଦୋକାନରେ ଠିଆହୋଇ କିଛି ଯାତ୍ରୀ ଚା ପିଉଥିଲେ। 

ସେହି ସମୟରେ ସମାନ ଦିଗରୁ ଆସୁଥିବା ଔଷଧ ବୋଝେଇ ଟ୍ରକ ଏମ ଏଚ୍ ୪୩ ବିଏକ୍ସ ୮୬୧୩ ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା। ଫଳରେ ବସଟି ଦ୍ରୁତଗତିରେ ପଚାଶ ମିଟର ଆଗକୁ ଗଡ଼ିଯିବା ସହିତ ବସଟିର ପଛପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା।

ପଛରେ ବସିଥିବା ପାଞ୍ଚଜଣ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ସେଥିରୁ ତିନିଜଣ ଗୁରୁତର ଥିବା ଜଣାଯାଇଛି। 

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ଓ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ସମେତ ଦୁର୍ଘଟଣା ଗ୍ରସ୍ତ ବସ, ଟ୍ରକକୁ ଜବତ କରିଛି ପୁଲିସ। 

ପାଞ୍ଚ ଜଣ ଆହତଙ୍କ ପରିଚୟ ମିଳିପାରି ନଥିବା ବେଳେ ଟ୍ରକ୍ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ ଜାତୀୟ ରାଜପଥ ପାର୍ଶ୍ବରେ ବିନା ପାର୍କିଂ ବେଆଇନ ନିର୍ମାଣ ହୋଇଥିବା ଦୋକାନ ପାଇଁ ଦୁର୍ଘଟଣାଟି ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।








Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...