ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ,ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ...

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ,ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ...

ଭୁବନେଶ୍ୱର,୨୧/୦୨ : ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ। ମୁଖ୍ୟତଃ ନବ ଦାସ ହତ୍ୟା ଘଟଣାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

Ad..



ଶାସକ ବିଜେଡିର ଗୁମର ଖୋଲିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ପରାମର୍ଶରେ ପ୍ରସ୍ତୁତି କରିଛି ବିଜେପି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବି ଶାସକ ଦଳକୁ କାଠଗଡ଼ାରେ ଛିଡା କରିବାକୁ ଚେଷ୍ଟା କରିବ ବିଜେପି।

Ad..


 

ଏହାବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, ଚାଷୀ ସମସ୍ୟା, ଧାନ କିଣାରେ ଦୁର୍ନୀତି, ଧାନର ଅଭାବୀ ବିକ୍ରି, ତିର୍ତ୍ତୋଲର ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଛି।

ଅନ୍ୟପଟେ କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ ଶାସକ ଦଳ। କେନ୍ଦ୍ର ସରକାର ୫ କିଲୋ ଲେଖାଏଁ ଚାଉଳ କାଟିବା, କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦକୁ ୨୦ ହଜାର କୋଟି କମ୍ ମିଳିବା, ରେଳ କ୍ଷେତ୍ରରେ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଅଗ୍ରାହ୍ୟ, ବିରୋଧୀ ଦଳ ନେତାଙ୍କ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଆଦି ପ୍ରସଙ୍ଗ ଉଠାଇବ ଶାସକ ବିଜେଡି। ଆଜି ବିଜେଡିର ବିଧାୟକ ଦଳ ବୈଠକରେ ଏ ନେଇ ରଣନୀତି ସ୍ଥିର ହେବ।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୨୪ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ଯାଏଁ ଚାଲିବ ବୋଲି ଧାର୍ଯ୍ୟ ହୋଇଛି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...