"ଓଡ଼ିଶା ସୂଚନା ଅଧିକାର ଅଭିଯାନ" ତୁରେକେଲା ବ୍ଲକ ସଂଯୋଜକ ରୋହନ, ସହ- ସଂଯୋଜକ ଯୁଗଳ ମନୋନୀତ...
"ଓଡ଼ିଶା ସୂଚନା ଅଧିକାର ଅଭିଯାନ" ତୁରେକେଲା ବ୍ଲକ ସଂଯୋଜକ ରୋହନ, ସହ- ସଂଯୋଜକ ଯୁଗଳ ମନୋନୀତ...
କଣ୍ଟାବାଞ୍ଜି,୨୮/୦୨ : ରାଜ୍ୟ ରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଚାର, ପ୍ରସାର ନେଇ କାର୍ଯ୍ୟ କରୁଥିବା ସଙ୍ଗଠନ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ସଂଯୋଜକ ନିଯୁକ୍ତି ଦେଇଛନ୍ତି।
Ad..
ଏହି କ୍ରମ ରେ ତୁରେକେଲା ବ୍ଲକ୍ ସଂଯୋଜକ ଭାବେ ରୋହନ କୁମାର ମହତ,ସହ ସଂଯୋଜକ ଭାବେ ଯୁଗଳ କିଶୋର ଶବର ଙ୍କୁ ମନୋନୀତ କରାଯାଇଛି।
ଏହା ସହ ବ୍ଲକ୍ ସ୍ତରୀୟ କମିଟି ରେ କାର୍ଯ୍ୟକାରୀ ସଦସ୍ୟ ଭାବରେ ସୁରଦାସ ବାଗ, ତୁଳସୀରାମ ଜଗତ, ରାଜୁ ଛତ୍ରିଆ, କ୍ଷେତ୍ର ଛତ୍ରିଆ, ମୋହନ ସୁନା, ରାଜେଶ ମହାନନ୍ଦ ,କରନ କୁମାର ଭୋଇ, ସୁମନ ମହତ, ଗୋବିନ୍ଦ ତାଣ୍ଡି, ବିଶିକେଶନ ମାଝୀ ଙ୍କୁ ଚୟନ କରାଯାଇଛି।
ଆଗାମୀ ଦିନ ରେ ତୁରେକେଲା ବ୍ଲକ ରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଚାର, ପ୍ରସାର, ପ୍ରଶିକ୍ଷଣ ଶିବିର, କର୍ମଶାଳା, ଏହି ଆଇନ ଉପଯୋଗ ଓ କାର୍ଯ୍ଯକାରିତା, ଭଳି ଅନ୍ୟ ପ୍ରକଳ୍ପ ମାନ ଙ୍କୁ ହାଥ କୁ ନିଆଯିବ ବୋଲି ବ୍ଲକ ସଂଯୋଜକ ରୋହନ କୁମାର ମହତ କହିଛନ୍ତି।
ତାଙ୍କ ଏହି ନିଯୁକ୍ତି ପାଇଁ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସହ ଆବାହକ ଶ୍ରୀକାନ୍ତ ପାକଳ, ଜିଲ୍ଲା ସଂଯୋଜକ ନୀଳମଣି ଯୋଷୀ, ଶଙ୍କର ପାଣିଗ୍ରାହୀ ଧନ୍ୟବାଦ୍ ଜଣାଇଛନ୍ତି।
ବିଗତ ୨୫,୨୬, ଦୁଇ ଦିନ ଧରି ବଲାଙ୍ଗିର ଠାରେ ସୂଚନା ଅଧିକାର ଆଇନ ଉପରେ ଗୋଟିଏ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଏବଂ ତୁରେକେଲା ବ୍ଲକ ଅଞ୍ଚଳ ରୁ ପ୍ରଭଜିତ ସିଂହ ସାଲୁଜା, ଆନନ୍ଦ ମୋଟେ, ଆଶିଷ ଖେତାନ, ମୋହନ ସୁନା, ରାଜେଶ ମହାନନ୍ଦ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ, ଏହି କର୍ମଶାଳା ରେ ୧୦୦ ରୁ ଉର୍ଦ୍ଧ୍ବ ସୂଚନା ଅଧିକାର କର୍ମୀ ଅଂଶ ଗ୍ରହଣ କରିଥିଲେ।
Edited by k.s thakur...
Comments
Post a Comment