ମନୀଷ ସିଶୋଦିଆ ଙ୍କ ଗିରଫ ପ୍ରତିବାଦ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କଲା ଆପ୍ ...
ମନୀଷ ସିଶୋଦିଆ ଙ୍କ ଗିରଫ ପ୍ରତିବାଦ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କଲା ଆପ୍ ...
ବରଗଡ଼,୨୭/୦୨ :ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିଶୋଦିଆ ଙ୍କୁ ସିବିଆଇ ଗିରଫ କରିବା ଘଟଣା ର ବିରୋଧ ଏବେ ଦେଖିବା କୁ ମିଲିଛି ।
Ad..
ଆମ୍ ଆଦମୀ ପାର୍ଟି ତରଫରୁ ଏହାକୁ ତୀବ୍ର ନିନ୍ଦା କରି ବରଗଡ଼ ଗାନ୍ଧୀ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ହିଣ୍ଡନବର୍ଗ ରିପୋର୍ଟ ଆସିଲା ପରେ ମୋଦୀ ଜୀଙ୍କ ପୁଞ୍ଜିପତି ମିତ୍ର ଗୌତମ ଅଦାନୀଙ୍କ ମହା ଦୁର୍ନୀତି ସାମ୍ନା କୁ ଆସିଛି ତାହାକୁ ଚପେଇ ଦେବା ପାଇଁ ସିବିଆଇ ଦ୍ୱାରା ମନୀଷ ସିଶୋଦିଆ ଙ୍କୁ ଗିରଫ କରାଯାଉଛି ବୋଲି ଆପ୍ ବରଗଡ଼ ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି ।
ମନୀଷ ଜଣ ସଚୋଟ ଲୋକ ହେବା ସହ ଜଣେ ସଫଳ ଶିକ୍ଷା ମନ୍ତ୍ରୀ । ତେଣୁ ତୁରଣ ତାଙ୍କୁ ରିହା କରିବାକୁ ଆପ୍ ଦାବି କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ସ୍ୱରୂପ ଭୋଇ, ମହିଳା ସଭାପତି ମରିୟମ ବାର୍ଳା, ଯୁବ ସଭାପତି ଅବିନାଶ ବାଗ, ସରୋଜ ସାଗର, ଅସିତ ସାହୁ,ମିଳୁ ନାଗ, ଗୁଳାପୀ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
(Report : Bijay ku sahu)
Edited by k.s thakur...
Comments
Post a Comment