ଆଜି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା...

ଆଜି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା...



ଭୁବନେଶ୍ୱର,୨୮/୦୨ : ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି। ଆଜି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା। ରାଜ୍ୟର କୋଣ ଅନୁକୋଣରୁ ବିଜେପି କର୍ମୀ ଆସି ଆନ୍ଦୋଳନରେ ସାମିଲ ହେବେ। 

             Ad..



ନବ ହତ୍ୟା ମାମଲାରେ ଜବାବ ମାଗିବାକୁ ଜୋରଦାର ଆନ୍ଦୋଳନ କରିବ ଦଳ। ଘଟଣାକୁ ମାସେ ପୁରିବାକୁ ଦିନେ ବାକି ଥିବା ବେଳେ ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମବ୍ରାଞ୍ଚ ଫେଲ ମାରିଛି।

ହତ୍ୟା ଘଟଣାକୁ ନେଇ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଦଳ ଅଭିଯୋଗ ଆଣିଛି। ହତ୍ୟା କିଏ କରିଛି ଆଉ କଣ ପାଇଁ କରିଛି ତାହା ସ୍ପଷ୍ଟ କରୁନାହାନ୍ତି ସରକାର। ତେଣୁ ଏହାର ଜବାବ ମାଗିବା ପାଇଁ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...