Posts

Showing posts from December, 2022

ଅସହାୟ କିଡ୍ନୀ ରୋଗୀର ସହାୟ ହେଲେ ଗିରିରାଜ...

Image
ଅସହାୟ କିଡ୍ନୀ ରୋଗୀର ସହାୟ ହେଲେ ଗିରିରାଜ... କଣ୍ଟାବାଞ୍ଜି,୩୧/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ତୁରକେଲା ବ୍ଲକ କନ୍ଦେଇ ପଞ୍ଚାୟତ  ଟିକ୍ରାପଡା ଗାଁ ର ଗୋପବନ୍ଧୁ ବାଗ କିଛି ମାସରୁ କିଡ୍ନୀ ରୋଗରେ ଆକ୍ରାନ୍ତ ଅଛନ୍ତି।                Ad.. ତାଙ୍କ ଦେହ ଅସୁସ୍ଥ ଥିବାରୁ କୌଣସି ସାହାଯ୍ୟ ନ ପାଇଁ ପରିବାରୁ, ସେ କଣ୍ଟାବାଞ୍ଜି ସ୍ଥିତ  ଏକ୍ସ କମାଣ୍ଡୋ ଇଣ୍ଡିଆନ ଆର୍ମି  "ଗିରିରାଜ ସିଂ ମାଝୀ" ଙ୍କ ବାସ ଭବନ କୁ ଯାଇ ତାଙ୍କର ମେଡିକାଲ ସମସ୍ୟା ବିଷୟରେ ଜଣେଇ ଥିଲେ। ତାଙ୍କୁ ମଳକଣ୍ଠ ଏବଂ କିଡ଼ନୀ ଜନିତ ରୋଗ ରେ ବହୁତ ଗମ୍ଭୀର ଆକ୍ରାନ୍ତ ହୋଇଥିବାରୁ ଗିରିରାଜ ତାଙ୍କୁ ସାହାଯ୍ୟ କରିଥିଲେ। ଛତିଶଗଡ଼ ରାୟପୁର ସ୍ଥିତ  ବର୍ଦ୍ଧମାନ  ହସ୍ପିଟାଲ ସହିତ ଯୋଗାଯୋଗ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ନିଜେ ଯିବା ଆସିବା ସବୁ ସହଯୋଗ କରି ରାୟପୁର ପଠେଇ ଥିଲେ।  ଗିରିରାଜ ନିଜେ ରାଇପୁର ଯାଇ ବର୍ଦ୍ଧମାନ ହସ୍ପିଟାଲ ର ଡାକ୍ତର ଙ୍କ ସହିତ ଯୋଗଯୋଗ କରି ତାଙ୍କରି ପାଇଁ ୪ ୟୁନିଟ ରକ୍ତ ଯୋଗାଇ ଦେଲା ପରେ ଦେହ ଟିକିଏ ସୁସ୍ଥ ହେଲା ପରେ ତାଙ୍କୁ ମଳକଣ୍ଠ ଅପେରସନ କରେଇ ଏବଂ କୀଡୀନି ର ମେଡ଼ିସିନ ଯୋଗେଇ ଦେହ ଭଲ ହେଲା ପରେ ସେ ତାଙ୍କ ବାସ ଭବନରେ ସୁସ୍ତ ରେ ଫେରିଛନ୍ତି।  ଗିରିରାଜ ମୁଖ୍ୟମନ୍ତ୍ରୀ ନବୀନ ପ...

ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ....

Image
ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ.... ବଙ୍ଗୋମୁଣ୍ଡା,୩୦/୧୨ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ର ଜଣେ ଦିବ୍ୟାଙ୍ଗ ନିଜ ପରିଶ୍ରମ ରେ ପରିବାର ଭରଣ ପୋଷଣ କରୁଛନ୍ତି । ସେ ହେଲେ ଦୁଷ୍ମନ୍ତ ପଟେଲ, ଜନ୍ମ ରୁ ସେ ବିକଳାଙ୍ଗ । ହେଲେ ପରିବାର ର ବୋଝ ପାଇଁ ସେ ଦୈନିକ ୨୦୦ ଟଙ୍କା ରେ ମଜୁରୀ କରି ପରିବାର ପୋଷଣ କରୁଛନ୍ତି ।             Ad..   ସରକାରଙ୍କ ତରଫ ରୁ  ଦୁଷ୍ମନ୍ତ ଙ୍କୁ ୫୦୦ ଟଙ୍କା ବିକଳାଙ୍ଗ ଭତ୍ତା ଦିଆଯାଉଛି। ହେଲେ ଏହି ଟଙ୍କା ସମୁଦ୍ର କୁ ସଂଖେ ମାତ୍ର । ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ କୁମାର ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି ଯେ ରାଜ୍ୟ ରେ ଥିବା  ଏହି ଭଳି ବିକଳାଙ୍ଗ ହୋଇ ମଜୁରୀ ଲାଗିଥିବା ବ୍ୟକ୍ତି ମାନଙ୍କୁ ମାସ କୁ ୫୦୦୦ ଟଙ୍କା ର ସହାୟତା ଦେବାକୁ ନିବେଦନ କରିଛନ୍ତି । Edited by k.s thakur...

ଧାମନଡ଼ଙ୍ଗା ପେକ୍ସ ରେ ଦଲାଲ ଶାସନ, ଚାଷୀ ବେହାଲ, ସମ୍ପାଦକ ଓ ଦଲାଲ ମାଲାମାଲ ...

Image
ଧାମନଡ଼ଙ୍ଗା ପେକ୍ସ ରେ ଦଲାଲ ଶାସନ, ଚାଷୀ ବେହାଲ, ସମ୍ପାଦକ ଓ ଦଲାଲ ମାଲାମାଲ ... କଣ୍ଟାବାଞ୍ଜି,୩୦/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଧାମନଡଙ୍ଗା ପେକ୍ସ ରେ ଧାନ କ୍ରୟ କୁ ନେଇ ବଡ଼ ଚଞ୍ଚକତା କରାଯାଉଥିବା ଅଭିଯୋଗ।           Ad.. ଚାଷିଙ୍କ ଅଭିଯୋଗ ଅନୁଯାୟୀ, ଧାମନଡଙ୍ଗା ପେକ୍ସ ରେ ଚାଷୀଙ୍କ ଧାନ ଦଲାଲ ମାଧ୍ୟମରେ କିଣା ଯାଉଛି। ଧାନର ସର୍ବ ନିମ୍ନ ମୂଲ୍ୟ ମଧ୍ୟ ଚାଷୀ ଙ୍କୁ ଦିୟା ଯାଉ ନାହିଁ। ଚାଷୀଙ୍କ କାର୍ଡ ଓ ବ୍ୟାଙ୍କ ପାସ ବୁକ ଦଲାଲ ପାଖରେ ବନ୍ଧକ ଅଛି। ତେବେ ଦଲାଲ ଚାଷୀଙ୍କ ଧାନ ଆଣି ପେକ୍ସ ରେ ବିକ୍ରି କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଏଟିଏମ୍ ଓ ବ୍ୟାଙ୍କ ଆକାଉଣ୍ଟ ଉଠାନ ଫର୍ମ ମାଧ୍ୟମରେ ଟିପଚିନ୍ହ ନେଇ ଟଙ୍କା ଉଠାଣ କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ ପାଇଲା ପରେ ଆମେ ପହଞ୍ଚି ଥିଲୁ ଧାମନଡଙ୍ଗା ପେକ୍ସ କୁ। କିଛି ତଦନ୍ତ କରିବା ପରେ ମଣ୍ଡି(ପେକ୍ସ) ସମ୍ପାଦକ ସନ୍ତୋଷ ପୁଟା କୁ ଏହି ବାବଦରେ ଆଲୋଚନା କରିଥିଲୁ। ସେ କହିଥିଲେ ଯେ ଆମ ପେକ୍ସ ରେ କୌଣସି ଅନିୟମିତତା ନାହିଁ କି କୌଣସି ଦଲାଲ ମାଧ୍ୟମରେ ଧାନ କ୍ରୟ କରାଯାଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ୮ ହଜାର କୁଇଣ୍ଟାଲ ଧାନ ୨୫୬ ଜଣ ଚାଷୀ ଙ୍କ ଠାରୁ କ୍ରୟ କରାଯାଇଛି। ୪ ସହ ଚାଷୀ ଙ୍କୁ ଟୋକନ ବଣ୍ଟା ଯାଇଥିଲା। ତେବେ ଯେକୌଣସି ଚାଷୀ ଯଦି ଅଭିଯୋଗ କରୁଛନ୍ତି ସେ ସିଧାସଳଖ ଭାବରେ ଆମକୁ ଅଭିଯୋଗ କ...

ଅସଲି ଜମିରେ ନକଲି ଚାଷୀ, ଫସଲ ବୀମା କୁ ନେଇ ବଡ଼ ଚଞ୍ଚକତା ଅଭିଯୋଗ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ...

Image
ଅସଲି ଜମିରେ ନକଲି ଚାଷୀ, ଫସଲ ବୀମା କୁ ନେଇ ବଡ଼ ଚଞ୍ଚକତା ଅଭିଯୋଗ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ... ବଙ୍ଗୋମୁଣ୍ଡା,୩୦/୧୨ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ଗ୍ରାମର ଚାଷ ଜମିକୁ ନକଲି କରି ଫସଲବୀମା କରାଯାଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।            Ad.. ସୂଚନା ଅନୁସାରେ କୁଣ୍ଡାବୁଟୁଲା ଗ୍ରାମର ବନମାଳୀ ବେହେରା ଙ୍କ ନାମରେ ଥିବା ରୟତି ଖାତା ନଂ ୪୮ ର ୪୬ ଏକର ୫୧ ଡିସମିଲ ଚାଷ ଜମିକୁ ଅସଲି ଚାଷୀ ବୀମା କରିନଥିବା ବେଳେ ନକଲି ଚାଷୀ ବୀମା କରିନେଇଥିବା ଅଭିଯୋଗ ହୋଇଛି । ୨୦୨୧  ମସିହାରେ ଖରିଫ ଫସଲ ବୀମା ପାଇଁ କୁଣ୍ଡାବୁଟୁଲା ଗ୍ରାମର ଏହି ଚାଷ ଜମି ସବୁକୁ ଜାମଖୁଣ୍ଟା ପଞ୍ଚାୟତର ଶ୍ରୀରାମ ଗ୍ରାମର ଘୋଷମଣି ବେହେରା, ସଞ୍ଜୟ କୁମାର ବେହେରା,ଦ୍ରୋପଦ ବେହେରା,ରଥ ବେହେରା,ସାଏବନି ବେହେରା,ସୁପାର ବେହେରା,ଗଣପତି ବେହେରା, ଗୈଦେସର ବେହେରା,ଭାସ୍କର ବେହେରା,କାନ୍ତି ମଣି ନାଏକ,ଶ୍ରୀତମ ବେହେରା,ତେଜବନ୍ତ ବେହେରା,ବନମାଳୀ ବେହେରା,କିଶୋର ବେହେରା,ଗୁପ୍ତେଶ୍ଵର ବେହେରା, ରୋହିତ କୁମାର ବେହେରା, ଦେବରାଜ ବେହେରା,ଲିଲି ବେହେରା,ଜ୍ଞାନରଞ୍ଜନ ବେହେରା, ଚକ୍ରଧର ବେହେରା ପ୍ରମୁଖ ଙ୍କ ସହ ଅନେକ ତାଙ୍କ ନାମରେ ଚଞ୍ଚକତା କରି ଫସଲବୀମା କରିନେଇଥିବା ବଙ୍ଗୋମୁଣ୍ଡା ଥାନାରେ କୁଣ୍ଡାବୁଟୁଲା ଗ୍ରାମର ବେଦପତି ବେହେରା  ଅଭ...

୨୬୬ ତମ ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ...

Image
୨୬୬ ତମ ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ... କଣ୍ଟାବାଞ୍ଜି,୩୦/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସତନାମୀ ପଡ଼ା ରେ ଗତକାଲି ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ୨୬୬ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।     Ad.. ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ପ୍ରଥମେ ନଗର ପରିକ୍ରମା ଓ ଧ୍ୱଜାରୋହଣ କରି କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ବରୀୟମ ସିଂ ସାଲୁଜା, ସମ୍ମାନିତ ଅତିଥିଭାବେ ମୁରିବାହାଲ ଯୁକ୍ତ ଦୁଇ କଲେଜ ପ୍ରିନ୍ସସିପାଳ ରମେଶ ମହନନ୍ଦ, ଓକିଲ ସଂଘ ପୂର୍ବତନ ସଭାପତି ଓ ସମାଜସେବୀ ବ୍ରଜଶ୍ୟାମ ଗୁରୁ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ଜିତେନ୍ଦ୍ର ସୁନା, ସମାଜସେବୀ ବଙ୍ଗୋମୁଣ୍ଡା ମାନସୀ ସତନାମୀ, ସମାଜସେବୀ କଣ୍ଟାବାଞ୍ଜି ସଞ୍ଜୁ ସତନାମୀ, ସତନାମୀ ସେବା ସଙ୍ଘ ଓଡ଼ିଶା ରାଜ୍ୟ ସମ୍ପାଦକ ମିନିକେତନ ଢ଼ିଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସମାରୋହ ରେ ଵିଶେଷ ଆକର୍ଷଣ ନୂଆପଡା ଜିଲ୍ଲା କଣ୍ଡେତରା ରୁ ସତ୍ କେ ଅଂଜୋର ପନ୍ଥି ନୃତ୍ୟ, ବାଦୀ ରୁ ଜୟ ସତନାମ ପନ୍ଥି ନୃତ୍ୟ, ବଙ୍ଗୋମୁଣ୍ଡା ରୁ ଜୟ ସତନାମ ପନ୍ଥି ନୃତ୍ୟ, ଭଏଁସା ରୁ ଘଣ୍ଟ ପାଟି ଓ ଅନ୍ୟାନ୍ୟ କେତେକ ଗୀତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ସମାରୋହରେ କଣ୍ଟାବାଞ୍ଜି ସତନାମୀ ସେବା ସଙ୍ଘ ସଭାପତି ମିନିକେତନ ସତନାମୀ, ଉପ ସଭାପତି ଗୋପାଳ ସତନାମୀ,ସମ୍ପାଦକ...

ରାସ୍ତାରୁ ଧରା ପଡିଲା ବେନିୟାମ ଧାନ ବୋଝେଇ ଗାଡି,ଶ୍ୟାମଜୀ ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଅଭିଯୋଗ...

Image
ରାସ୍ତାରୁ ଧରା ପଡିଲା ବେନିୟାମ ଧାନ ବୋଝେଇ ଗାଡି,ଶ୍ୟାମଜୀ  ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଅଭିଯୋଗ... କଂଟାବାଞ୍ଜି,୨୯/ ୧୨ : ଗତକାଲି ଅପରାହ୍ନ ସାଢେ ୩ଟା ସମୟରେ ଏକ ବେନିୟମ ଧାନ ବୋଝେଇ ପିକ୍ ଅଫ ଭ୍ୟାନ୍ କୁ ଯୋଗାଣ ବିଭାଗ ରାସ୍ତା ଉପରୁ ଜବତ କରିଥବା ଜଣାପଡିଛି । ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ, ପିକ୍ ଅଫ୍ ଭ୍ୟାନ ( ଓଆର୍ ୦୩ ଜି ୧୪୬୩) ଯୋଗେ ୩୮ କ୍ୱିଂଟାଲ ୮୦କେଜି ବେନିୟମ ଧାନ ବୋଝେଇ ହୋଇ ଯାଉଥିବା ବେଲେ କୌଣସି ମତେ ଯୋଗାଣ ବିଭାଗର ଟିଟିଲାଗଡ ଏସିଏସଓ ଶଙ୍କରଶଣ ଭୁଏ ଏବଂ ତୁରେକେଲା ଯୋଗାଣ ଅଧିକାରୀ ସଂର୍କିତନ ମାଝୀ, ମୁରିବାହାଲ ଯୋଗାଣ ଅଧିକାରୀ ଅଭିଯୋଗ ପାଇ ଚଟୁଅନକା ଗୋଶାଲା ପାଖରେ ଗାଡି ଉପରକୁ ଚଢାଉ କରି ଜବତ କରିଥିଲେ ।            Ad.. ଏହା ପରେ ପାଖରେ ରହିଥିବା ଚଟୁଅନକାର ବଂସଲ ରାଇସ୍ ମିଲ୍ କୁ ନେଇ ଏହାର ତଦନ୍ତ କରିଥିଲେ । ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଏହା ସଂମ୍ପୁର୍ଣ୍ଣ ଭାବରେ ବେନିୟମ ଆକାରରେ ବେଲପଡା ବ୍ଲକର ସଲଣ୍ଡି ପାଖରେ ଥିବା ଶ୍ୟାମଜୀ ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଜାଣିବାକୁ ପାଇଥିଲେ । ଏହି ବେନିୟମ ଧାନ ଚାଉଳସୁଖାର ଦଳାଲ ସୁରେଶ ମେହେରଙ୍କ ହୋଇଥିବା ମଧ୍ୟ ଯୋଗାଣ ବିଭାଗ ଜାଣିବାକୁ ପାଇଛି । ଡ୍ରାଇଭର ତଥା ଗାଡି ମାଳିକ ବିଜୟ ପୋଢଙ୍କ କହିବା ମୁତାବକ ସୁରେଶ ମେହେର ୩୮କ୍ୱଂଟାଲ ୮୦କେଜି ଧାନ ନିଜର କହି ଶ୍ୟାମଜୀ ରାଇସ୍ ମିଲକୁ ...

ଆଜି ଦିନିକିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Image
ଆଜି ଦିନିକିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ... ଅନୁଗୁଳ,୨୯/୧୨ : ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।   ଦିନ ଦଶଟା ପଚାଶ ସମୟରେ ସେ ଷ୍ଟାଡିୟମ ପଡିଆରେ ପହଁଚିବା ପରେ ସଭାସ୍ଥଳକୁ ଯିବେ।       Ad.. ସେଠାରେ ମିଶନ ଶକ୍ତି ମହିଳା ମାନଙ୍କୁ ଭେଟିବା ସହ ୧୧  ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ଓ ୧୩  ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ।ଅନୁଗୁଳ ଜିଲ୍ଲା ର ବିଭିନ୍ନ  ଏସଏଚଜି   ଗ୍ରୁପ ମାନଙ୍କୁ ମୋଟ ୨୪୨  କୋଟି ଟଙ୍କାର ଋଣ ଡିଜିଟାଲ  ଲଂଚିଂ  ମାଧ୍ୟମରେ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଶେଷ ଭାବରେ ବହୁ ପ୍ରତିକ୍ଷିତ ଅନୁଗୁଳ ବସ ଷ୍ଟାଣ୍ଡ,  ପାଲଲହଡା ମେଡିକାଲ, ତାଳଚେର ପୌରପାଳିକା ଅଧୀନରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।   ସୁରକ୍ଷାକୁ ଦୃଷ୍ଟି ଆଗରେ ରଖାଯାଇ ଅନୁଗୁଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। Edited by k.s thakur...

ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, କହିଲେ-୨୦୨୪ରେ ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ...

Image
ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, କହିଲେ-୨୦୨୪ରେ ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ... ଖଲିକୋର୍ଟ,୨୯/୧୨ :  ଆଜି ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡି କର୍ମାମୀନେ ଏକାଠି ହୋଇ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ପ୍ରତିବାଦ ଧାରଣା ଦେଇଛନ୍ତି। ଅଙ୍ଗନୱାଡି କେନ୍ଦ୍ର ଚାବି ଫେରାଇବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ତାତିଲେ ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡି କର୍ମୀମାନେ।      Ad.. ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡ଼ି ସଂଘ ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ କହିଛନ୍ତି, ସରକାରଙ୍କର ଆମେ ସାବତ ଝିଅ ବୋଧେ। ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି, ହେଲେ ଏଠି ଜନ୍ମ ହେବାଟା ଆମର ପାପ। ଏଠି ଜନ୍ମ ହୋଇ ଅବହେଳିତ ହେଉଥିବାରୁ ବହୁତ ଦୁଃଖ ଲାଗୁଛି।  ନାରୀମାନେ ସର୍ବଂସହା, ଦରକାର ପଡ଼ିଲେ ସେ ଦୁର୍ଗା ରୂପ ନେଇପାରେ। ଆଗାମୀ ୨୦୨୪ ମସିହାରେ ଆମେ ଏହାର ଉଚିତ ଜବାବ ଦବୁ। ଆମେ ଚାକିରିରେ ଥିବାରୁ ଚାବି ଫେରାଇବୁ ନାହିଁ। ଯଦି ପ୍ରଶାସନ ଆଇନ ଅନୁଯାୟୀ ଆମ ବିରୋଧରେ କିଛି ପଦକ୍ଷେପ ନିଏ, ତେବେ ସେହି ଆଇନ୍‌ ଅନୁଯାୟୀ ଆମେ ହାଇକୋର୍ଟକୁ ଯିବୁ। ସେପଟେ ଧାରଣା ବେଳେ ଚାବିକାଠି ଧରି ଜିଲ୍ଲାପାଳଙ୍କୁ ଦେଖାଇ ପ୍ରତିବାଦ କରିଥିଲେ ଅଙ୍ଗନୱାଡ଼ି କର୍ମୀମାନେ। ଯାହା ୩୮ ଦିନ ହେଲା ଆନ୍ଦୋଳନ ରତ ଥିବା ଅଙ୍ଗନୱାଡି କର୍ମୀମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲାଭଳି ପ୍...

ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି...

Image
ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି... ଭୁବନେଶ୍ୱର,୨୮/୧୨ : ଓଡିଶାରେ ହକି ଫିଭର୍ । ପାଖେଇ ଆସୁଛି ୨୦୨୩ ପୁରୁଷ ବିଶ୍ବକପ୍ ହକି । ହକି ବିଶ୍ବକପର ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି । ଆସନ୍ତା ଜାଜୁଆରୀ ୧୩ ରୁ ହକି ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ।            Ad.. ଏହା ପୂର୍ବରୁ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ବକପର ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ବହୁ ସେଲିବ୍ରିଟି ଯୋଗଦେବେ । ଆଜିଠୁ ପେଟିଏମରେ ଟିକେଟ ଉପଲବ୍ଧ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୮ ବିଶ୍ବକପ ଠାରୁ ୨୦୨୨ ବିଶ୍ବକପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ନାଚ, ଗୀତ ସହ ଅତ୍ୟାଧୁନିକ ଟେକନୋଲୋଜି ଉଦଘାଟନୀ କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । Edited by k.s thakur...

ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ...

Image
ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ... ଭବାନୀପାଟଣା, ୨୮/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ନିଜ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଦେବାନନ୍ଦ ସାଗର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।     Ad.. ଦେବାନନ୍ଦ ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।  ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ବିଡିଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଏନେଇ ଦେବାନ୍ଦଙ୍କ ମାନସିକ ସ୍ଥିତି ଭଲ ନଥିଲା। ଏହି କାରଣରୁ ଦେବାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। Edited by k.s thakur...

ବିଧାୟକ ସାଲୁଜା ଙ୍କୁ ଭେଟିଲେ ଜିଲ୍ଲା ସଂଘର୍ଷ ସମିତି ସଦସ୍ୟ...

Image
ବିଧାୟକ ସାଲୁଜା ଙ୍କୁ ଭେଟିଲେ ଜିଲ୍ଲା ସଂଘର୍ଷ ସମିତି ସଦସ୍ୟ... କଂଟାବାଞ୍ଜି,୨୬/୧୨ : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଅନେକ ଦିନ ହେଲା ବୈଠକ କରିବା ସହ ଆଲୋଚନା କରି ଜିଲ୍ଲା ଦାବୀକୁ ତେଜିବାକୁ ଲାଗିଛନ୍ତି ।    Ad.. ତେବେ ଏ ନେଇ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ରବିବାର ସନ୍ଧ୍ୟାରେ ଜିଲ୍ଲା ସଂଘର୍ଷ ସମିତିର ଏକ ଦଳ ସାକ୍ଷାତ କରିଛନ୍ତି । ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ କରାଯାଇଥିବା ଏହି ସାକ୍ଷାତକାରରେ ବିଧାୟକଙ୍କୁ କଂଟାବାଞ୍ଜି ଜିଲ୍ଲା କରିବା ପାଇଁ ସମର୍ଥନ କରିବା କଥା ଉଠିଥିଲା ।  ପରେ ଏହାର ଜବାବ ରେ ବିଧାୟକ କରିଥିଲେ ଯେ କଂଟାବାଞ୍ଜି ଅଂଚଳର ଉନ୍ନତି ପାଇଁ ସବୁବେଲେ ଲାଗିଛି  ଏବଂ ଜିଲ୍ଲା ଦାବୀ ଉପରେ ନିଶ୍ଚିତ ଭାବେ ମୋର ପୁର୍ଣ୍ଣ ସମର୍ଥନ ରହିଛି । ମୁଁ ଏ ମାଟିର ପିଲା ଏମାଟିକୁ ପୁର୍ଣ୍ଣ ସମର୍ଥନ କରିବି ଏବଂ ଆଗାମୀ  ଦିନରେ ଏହି ଜିଲ୍ଲା ଦାବୀ ପ୍ରସଙ୍ଗକୁ ବିଧାନ ସଭାରେ ମଧ୍ୟ ଉଠାଇବି ବୋଲି କହିଛନ୍ତି ।  ଏହି ସାକ୍ଷାତ ରେ ସଭାପତି ଶ୍ରୀ ପୁଟେଲ କଂଟାବାଞ୍ଜି ଜିଲ୍ଲା ହେବାକୁ ଥିବା ବିଭିନ୍ନ ଦିଗ ଏବଂ ଭୌଗଲିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ । ପରେ ତିଆରି କରାଯାଇଥିବା ବିଭିନ୍ନ ପୋଷ୍ଟର ଏବଂ ବେନର ଉପରେ ଆଲୋଚନା ହୋଇଥିଲା ।  କଂଟାବାଞ୍ଜି ଜିଲ୍ଲା ହେଲେ କଣ ସବୁ ସୁବିଧା ଏହି ଅଂଚଳର ଲୋକଙ୍କୁ ମିଳି ପାରିବ ସେ...

ତୁରେକେଲା ଚର୍ଚ୍ଚଠାରେ ବଡଦିନ ପର୍ବ ପାଳିତ...

Image
ତୁରେକେଲା ଚର୍ଚ୍ଚଠାରେ ବଡଦିନ ପର୍ବ ପାଳିତ... ବଙ୍ଗୋମୁଣ୍ଡା,୨୬/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ତୁରକେଲା -ବଡ଼ପରା ଚର୍ଚ୍ଚରେ ଖ୍ରୀଷ୍ଟଧର୍ମା ବଲମ୍ବୀ ମାନଙ୍କ ଦ୍ଵାରା ଯୀଶୁଖ୍ରୀଷ୍ଟ ଙ୍କ ଜୟନ୍ତୀ ବଡ଼ଦିନ ପର୍ବ  ପାଲିତଯାଇଛି।             Ad.. ସମାଜସେବୀ ଅମରେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଡ଼ଃ. ଦୀପକ କୁମାର ନନ୍ଦ, ସିନାପାଲି ଡିଗ୍ରୀ କଲେଜ ଇତିହାସ ଅଧ୍ୟାପିକା ରଶ୍ମିତା ରାଣୀ ନନ୍ଦ ଉପସ୍ଥିତ ରହି ପ୍ରଭୂଯୀଶୁଙ୍କର ଜନ୍ମଦିନ ର ବାର୍ତ୍ତା ଦେଇଥିଲେ ।  ଉକ୍ତ ପର୍ବ ପାଳନରେ ଗୀତ, ନାଚ, ପ୍ରତିଯୋଗିତା କରାଯାଇଥିଲା । ଭାନୁପ୍ରିୟା ମହାନନ୍ଦ, ଚନ୍ଦ୍ରିକା ଦୀପ, ଅର୍ପିତା ନନ୍ଦ, ଇସ୍ମାଏଲ ଜାଲ, ମନିସ ନନ୍ଦ, ପ୍ରାଣ ରଞ୍ଜନ ନନ୍ଦ, ବିନେଶ ମହାନନ୍ଦ ପର୍ବ ପାଳନ ରେ ପ୍ରମୁଖ ସହଯୋଗ କରିଥିଲେ । Edited by k.s thakur...

ଅମ୍ବାପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ...

Image
ଅମ୍ବାପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ... ବରଗଡ଼, ୨୬/୧୨ : ଗତ ସାତ ବର୍ଷ ହେଲା ଆମ୍ବପାଲି ରେ କୁଲିତା ସମାଜ ର ବାର୍ଷିକ ଉତ୍ସବ ପାଳିତ ହୋଇଆସୁଛି । ଚଳିତ ବର୍ଷ ଅମ୍ବାପାଲି ଗ୍ରାମ ତରଫରୁ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ପର୍ବ ପାଳନ ହୋଇଯାଇଛି ।            Ad.. ପ୍ରଥମେ ମାଁ ରାମଚଣ୍ଡୀ ଠାରେ ପୂଜା ଅର୍ଚନା ପରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବରଗଡ଼ ଟାଉନ ରୁ ଅତିଥି ମାନେ ଉପସ୍ଥିତ ରହିଥିଲେ ଓ ପଡୋଶୀ ଗାଁ ରୁ କୁଲିତା ସମାଜ ର ବିଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଅମ୍ବାପାଲି ଗାଁ ରୁ ଦୟା ପ୍ରଧାନ, ରାଜକିଶୋର ପ୍ରଧାନ, ଗୋବିନ୍ଦ ଭୋଇ, ଶାନ୍ତି ଲତା ପ୍ରଧାନ,ରଜନୀ ଭୋଇ,ବବିତା ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । (Report - Bijay ku sahu) Edited by k.s thakur...

ମାଁ ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ତୃତୀୟ ଦିନରେ ଚଲକି ବିଜୟୀ...

Image
ମାଁ ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ତୃତୀୟ ଦିନରେ ଚଲକି ବିଜୟୀ... ବଙ୍ଗୋମୁଣ୍ଡା,୨୫/୧୨ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲୀଶ୍ରୀ ଖେଳପଡ଼ିଆ ଠାରେ ଚାଳିଥିବା ମା ଦ୍ୱାରସେହ୍ନି ଫୂଟବଲ ଟୁର୍ଣ୍ଣାମେଂଟ ସାତ ଦିନ ଧରି ଖେଳ ଚାଲିଥିବା ବେଳେ ଶନିବାର ତୃତୀୟ ଦିବସ ଖେଳଖୋଲାନ ବନାମ ଚଲକି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।     Ad.. ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିବା ସହ ଦୁଇଟି ଦଳ ଗୋଟିଏ ଗୋଟିଏ ଗୋଲ ଦେଇଥିବା ବେଳେ ମ୍ୟାଚ ଶେଷରେ ଟ୍ରାଇ ବ୍ୟାରିକ ପଦ୍ଧତି ହୋଇଥିଲା। ଫଳରେ ଚଲକି ଦଳ ଆଗ୍ରଣି ୧ ଗୋଲ ସ୍କୋର  କରି ଖୋଲାନ ଦଳ କୁ ହରାଇଥିଲା । ଜେଏମଡ଼ି ଫୁଟବଲ କ୍ଳବ ତତ୍ତ୍ୱ।ବଧାନରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ତୃତୀୟ ଦିବସଖେଳ ରେ ମୁଖ୍ୟ ଅତିଥି ଭାବରେ ସିନ୍ଧେକେଲା ଥାନା ଅଧିକାରୀ ବି. ରୁଦ୍ରୀଆ, ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତର ସମିତି ଓ ତାଙ୍କ ପ୍ରତିନିଧି ମାନେ ଯୋଗଦେଇଥିଲେ । ଭୋଳା ବେହେରା, ସୁଦାମ ଭୋଇ,ରାଜୁ ହାତୀ,ଅହଲ୍ୟା ଭୋଇ, ଦ୍ରୌପଦ ବାରିକ,ନୀଳକଣ୍ଠ ବାରିକ,ବିନୋଦିନି ବାଗ,ଘାସିସାହୁ,ପ୍ରଦୀପଭୋଇ,ଶବର ଜାଲ, ରମେଶ ସାହୁ,ପିତାମ ସୁନା,ସଂଜୀବ ଛୁରା,ବିଷ୍ଣୁ ସାହୁ,କୁସ ଭୋଇ, ସାମ୍ବାଦିକ ଅନିଲ ତ୍ରିପାଠୀ, ଦିନେଶ ଜୈନ,କମିଟି ପକ୍ଷରୁ ଅମୂଲ୍ୟ ସିଂ ଦେଓ, ନୌରାଜ ରଣା,ଉପେନ ସାହୁ, ରାଜେଶ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।ତପସ ପତି,ନିକୁ ଭୋଇ, ସୁରେଶ ପଣ୍ଡା ଖେ...

ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ ମହାଳିଙ୍ଗ କଲେଜ ଓ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ...

Image
ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ ମହାଳିଙ୍ଗ କଲେଜ ଓ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ... ବଲାଙ୍ଗିର,୨୪/୧୨ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁୂଙ୍କ ଘରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌। ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ପାଇଁ  ଆଜି କ୍ରାଇମବ୍ରାଞ୍ଚ  ଟିମ ମହାଲିଙ୍ଗ ମହାବିଦ୍ୟାଳୟ  ସହ ତାଙ୍କ ଘରେ ପହଞ୍ଚିଛି l            Ad.. କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ ଆସିଛନ୍ତି l କ୍ରାଇମବ୍ରାଚଂ ତଦନ୍ତ ଜାରୀ ରହିଛି l ତଦନ୍ତ ସମୟରେ କଲେଜ ର ସଂପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନସିପାଲ ଜୟଦେବ ମିଶ୍ର ରହିଥିଲେ l ମହାଲିଙ୍ଗ କଲେଜରେ ତଦନ୍ତ କରିବା ପରେ ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କ ଘରେ ପହଞ୍ଚିଲେ । ଗୋବିନ୍ଦ ସାହୁଙ୍କ ବଡ଼ ଝିଅକୁ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ୍  । ବଡ଼ ଝିଅ ଲିପିକା ସାହୁଙ୍କୁ କରାଯାଉଛି ପଚରା ଉଚରା । ଏହା ପୂର୍ବରୁ ଅଧିକ ତଦନ୍ତ ପାଇଁ ମହାଲିଙ୍ଗ କଲେଜରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।   କ୍ରାଇମବ୍ରାଚଂ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତ଼ତ୍ବରେ ଏକ ଦଳ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି l Edited by k.s thakur...

ଅମ୍ବାଭୋନା ବ୍ଲକ ରୁଚିଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶତାବ୍ଦୀ ସମାରୋହ, ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ: ସୁଶାନ୍ତ ସିଂ...

Image
ଅମ୍ବାଭୋନା ବ୍ଲକ ରୁଚିଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶତାବ୍ଦୀ ସମାରୋହ, ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ: ସୁଶାନ୍ତ ସିଂ... ଅମ୍ବାଭୋନା,୨୪/୧୨ : ବଦଳିଛି ଯୁଗ, ବଦଳିଛି ଚିନ୍ତାଧାରା।ଅତୀତର ଗୌରବମୟ ସ୍ମୃତିକୁ ମନେ ପକାଇ ୧୦୦ ବର୍ଷ ର ଉଛବାସ ଓ ଆବେଗ ଭରା ସମୟ କୁ ସାଉଁଟି ରୁଚିଦା ସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ରେ ଶନିବାର ଦିନ ଶତାବ୍ଦୀ ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଛି ।              Ad.. ଲକଡାଉନ କଟକଣା ଯୋଗୁଁ ଏହି ଶତାବ୍ଦୀ ସମାରୋହ ପାଳନ କୁ ତିନି ବର୍ଷ ଧରି ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ । ୧୯୧୯ ମସିହା ରେ ବ୍ରିଟିଶ ଶାସନ ସମୟରେ ରୁଚିଦା ରେ ମଧ୍ଯ ଇଂରାଜୀ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୧୦୩ ବର୍ଷ ମଧ୍ୟରେ ମଣିଷ ତିଆରି କାରଖାନାରୁ ଅନେକ ଛାତ୍ରଛାତ୍ରୀ କୃତିତ୍ୱ ର ସହ ବିଭିନ୍ନ ପଦପଦବୀ ରେ ରହିଛନ୍ତି।  ଶନିବାର ଦିନ ଶତାବ୍ଦୀ ସମାରୋହର ସଭାପତି ଉପେନ୍ଦ୍ର ପଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଭଟଳି ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ସ୍କୁଲ ତୋରଣ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଧାନଶିକ୍ଷକ ଦୁର୍ଯୋଧନ କାଲୋ ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଯତୀନ୍ଦ୍ର ପଧାନ ଯୋଗଦେଇଥିଲେ ।  ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ ବୋଲି ବିଧାୟକ ସୁଶାନ୍ତ ସି...

୪୭୯୦ କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

Image
୪୭୯୦ କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ... ଭୁବନେଶ୍ୱର,୨୩/୧୨ :  ୪୭୯୦  କନେଷ୍ଟବଳ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି।         Ad.. ଖାଲିଥିବା  ଥିବା  ଏ  ସମସ୍ତ  ପଦବୀ  ପୂରଣ ପାଇଁ ପ୍ରକ୍ରିୟା  ଖୁବ୍  ଶୀଘ୍ର ଆରମ୍ଭ  କରାଯିବ। ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ। Edited by k.s thakur...

ଉଚ୍ଛେଦ କୁ ଉଠା ଦୋକାନୀଙ୍କ ବିରୋଧ ପରେ ନରମିଲା ବିଏମ୍‌ସି, କାଲିଠୁ ଉଚ୍ଛେଦ ବନ୍ଦ...

Image
ଉଚ୍ଛେଦ କୁ ଉଠା ଦୋକାନୀଙ୍କ ବିରୋଧ ପରେ ନରମିଲା ବିଏମ୍‌ସି, କାଲିଠୁ ଉଚ୍ଛେଦ ବନ୍ଦ... ଭୁବନେଶ୍ୱର,୨୩/୧୨ :ଉଚ୍ଛେଦ କୁ ଉଠା ଦୋକାନୀଙ୍କ ବିରୋଧ ପରେ ନରମିଲା ବିଏମ୍‌ସି। କାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି କହିଲେ ବିଏମ୍‌ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା। ସେ ସୂଚନା ଦେଇଛନ୍ତି ଯେ କିଛି ଦିନ ପାଇଁ ଉଚ୍ଛେଦ ବନ୍ଦ ରହିବ। ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଉଠାଦୋକାନୀଙ୍କର ଥଇଥାନ ନେଇ ନିଷ୍ପତ୍ତି ହେବ।           Ad.. ସେହିପରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଯେଉଁଠି ଟ୍ରାଫିକ୍ ଇସ୍ୟୁ ଅଛି, ସେଠାରୁ ଅନୁମତିରେ ଉଚ୍ଛେଦ ହୋଇଛି। ତେବେ ବିନା କାରଣରେ କୌଣସି ଉଠାଦୋକାନୀଙ୍କୁ ବିଏମ୍‌ସି ହାତ ଲଗାଉନାହିଁ। ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍‌ସି।  ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍‌ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି।  ସେଥିପାଇଁ ଆଜି ବିଏମ୍‌ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ।  ଏପରିକି  ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କ ଅଟକାଇଥିଲା। ପୁଲିସ ଓ ଉଠା ଦୋକାନୀ ମଧ୍ୟରେ ଧସ...

ପଖନମୁଣ୍ଡା ଋତୁକାଳୀନ ଆବାସିକ କେନ୍ଦ୍ରରେ ସାମଗ୍ରୀ ବଣ୍ଟନ...

Image
ପଖନମୁଣ୍ଡା ଋତୁକାଳୀନ ଆବାସିକ କେନ୍ଦ୍ରରେ ସାମଗ୍ରୀ ବଣ୍ଟନ... କଣ୍ଟାବାଞ୍ଜି, ୨୩/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ  ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ଋତୁକାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା।           Ad.. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ ମାଝୀ, ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ, ପ୍ରଜତ୍ନକାରୀ ଜୟ ନାଗ,ଶ୍ରୀମତୀ ଲଲିତା ମାଝୀ, ସ୍ବେଛାସେବୀ ବଳବନ୍ତ ରଣା, ଶିକ୍ଷକ ମନୋଜ କୁମାର ତାଣ୍ଡୀ,ଅଲେଖ ବନଗୋଲା,ବିଶେଶ୍ୱର ମୁଦୁଲି ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଉପସ୍ଥିତ ଅନ୍ତେବାସୀଙ୍କୁ ଶିକ୍ଷା ଦ୍ୱାରା ସବୁକିଛି ସମ୍ଭବ ତେଣୁ ସମସ୍ତେ ମନ ଲଗାଇ ପାଠ ପଢିବା ପାଇଁ  କହିଥିଲେ।ତାପରେ ସମସ୍ତଙ୍କୁ ସାବୁନ, ବ୍ରଶ,ତେଲ,ଖାତା, କଲମ,ପେନସିଲ ଆଦି ପଠନ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଥିଲା। Edited by k.s thakur...

ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ...

Image
ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ... ପଦ୍ମପୁର,୨୨/୧୨ : ବ୍ଲକ ସ୍କୁଲ କ୍ରୀଡା ସଂଗଠନ ଆନୁକୁଲ୍ୟ ରେ ଆଜି ଗୁରୁବାର ଦିନ ବ୍ଲକସ୍ତରୀୟ ଭଲିବଲ, ଚେସ ଓ ବେଡ଼ମିଣ୍ଟନ ପ୍ରତିଯୋଗିତା ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।      Ad.. ଏହି ପ୍ରତିଯୋିତାରେ ମୁଖ୍ୟ ଅତଥିଭାବେ ପଦ୍ମପୁର ବିଧାୟିକା  ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗଦାନ କରି ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଅନ୍ୟାନ ଅଥିତି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ,ସ୍କୁଲ ପରଚାଳନା କମିଟି ର ସଭାପତି ପ୍ରିତମ ମେହେର, ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ବିଦେଶୀ ସାହୁ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତରଣିସେନ ସାହୁ, ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର ମଞ୍ଚାସିନ ଥିଲେ।  ଏହି ପ୍ରତିଯୋଗିତା ରେ ସମୁଦାୟ ୧୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଯେଉଁ ପ୍ରତିଯୋଗୀ ତାଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବେ ସେମାନେ ଜିଲ୍ଲା ସ୍ତରକୁ ଉନ୍ନୀତ ହେବେ ଓ ଆସନ୍ତା ୦୩.୦୧.୨୦୨୩ ରେ ହେବାକୁ ଥିବା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।  ଅତିଥିଗଣ ସରକାର ଙ୍କ ସମସ୍ତ କ୍ରୀଡା ପାଇଁ ସମସ୍ତ ଯୋଜନା କିପରି ଫଳପ୍ରଦ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୧୩ ଜାନୁୟାରୀ ରୁ ବିଶ୍ଵ...

ଟ୍ରେନ ଧକ୍କା ରେ ଯୁବକ ମୃତ...

Image
ଟ୍ରେନ ଧକ୍କା ରେ ଯୁବକ ମୃତ...  କଣ୍ଟାବାଞ୍ଜି,୨୨/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଟ୍ରେନ ଫାଟକ ନିକଟରେ ଆଜି ସକାଳ ସମୟରେ ଜଣେ ଯୁବକଙ୍କ ଟ୍ରେନ ଧକ୍କା ରେ ମୃତ୍ୟୁ ହୋଇଛି। ଯୁବକଙ୍କ ପରିଚୟ ସଦାନନ୍ଦ ଭୁକ୍ତା(୨୨) ଓ ସେ ସ୍ଥାନୀୟ ମାଲିପଡା ର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି।       Ad.. ସୂଚନା ଅନୁସାରେ ଆଜି ସକାଳ ସମୟ ରେ ଯୁବକ ଟି ଶୌଚ ପାଇଁ ରେଳ ଲାଇନ କୁ ଯାଇଥିଲା। ଗୋଟିଏ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେବାରୁ ଯୁବକ ର ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିଲା। ଲୋକଙ୍କ କହିବା ଆନୁସାରେ ପରମାନନ୍ଦ ଦୁଇଟି କାନରେ ଇଅର ଫୋନ ଲଗାଇ ଗାନା ଶୁଣି ଶୁଣି ଯାଉଥିଲା। ବୋଧେ ସେହି କାରଣ ରୁ ଟ୍ରେନ ର ସାଇରଣ ଶୁଣି ନ ପାରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ ରେ ରେଲୱେ ପୋଲିସ ପହଂଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲ କୁ ପଠେଇ ଦିଆଯାଇଛି। ଏ ଘଟଣା ସମ୍ବନ୍ଧରେ ଗୋଟିଏ ୟୁଡି କେସ ଦର୍ଜ କରି ଘଟଣା ର ତଦନ୍ତ କରୁଛନ୍ତି। Edited by k.s thakur...

ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ ଆତ୍ମହତ୍ୟା ନୁହେଁ: ବିଜେପି...

Image
ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ ଆତ୍ମହତ୍ୟା ନୁହେଁ: ବିଜେପି... ଭୁବନେଶ୍ୱର,୨୨/୧୨ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସାକ୍ଷୀ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦର ବହୁ ମନ୍ତ୍ରୀ ଓ ଶାସକ ବିଜେଡିର ବହୁ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀମାନେ ବିଭିନ୍ନ କୁକର୍ମ କରି ଆଇନ ଜାଲରେ ଧରାପଡିବା ଭୟରେ ସାକ୍ଷୀ ସଫା ଅଭିଯାନ ଆରମ୍ଭ କରିଛନ୍ତି ଖୋଦ୍ ସରକାର । ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।           Ad.. ଗତକାଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଗାଏବ କରାଯାଇଥିଲା । ମୁଖ୍ୟ ଆରୋପୀ ଗୋବିନ୍ଦ ସାହୁ ଗିରଫ ହେବା ପରେ ଦୀର୍ଘ ଦିନ ଧରି ଜେଲରେ ଥିଲେ । ଗତକାଲି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା, କିନ୍ତୁ ତା ପୂର୍ବରୁ ତାଙ୍କ ମୃତ୍ୟୁ ହେବା ଆଦୌ ସଂଯୋଗବଶତଃ ନୁହେଁ ବରଂ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଅଟେ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ ଆଣିଛନ୍ତି । ରାଜ୍ୟରେ ଆଇ...

କରାଟେ ବିଶ୍ବ କପ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପ୍ରତିଯୋଗୀଙ୍କୁ ମିଳିଲା ସଫଳତା...

Image
କରାଟେ ବିଶ୍ବ କପ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପ୍ରତିଯୋଗୀଙ୍କୁ ମିଳିଲା ସଫଳତା... କଣ୍ଟାବାଞ୍ଜି,୨୨/୧୨ : ବଲାଙ୍ଗୀର ଜିଲ୍ଲା ଗୁରୁକ୍ରୁପା ମାର୍ଶଲାର୍ଟ ଏକାଡେମୀ  କଣ୍ଟାବାଞ୍ଜି ଓ ଟିଟିଲାଗଡ କରାଟେ ଆସୋସିଏସନ୍ ପକ୍ଷ ରୁ କଲିକତା ର ନେତାଜୀ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଆୟଜିତ ହୋଇଥିବା "କରାଟେ ବିଶ୍ବ କପ ୨୦୨୨  " ରେ ୮  ଜଣ ପ୍ରତିଯୋଗୀ ଭାଗ ନେଇ ମୋଟ ୧୨  ଟି ସ୍ବର୍ଣ୍ଣ ପଦକ,୩ ଟି ରୋପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ସାଜିଛନ୍ତି। ଏହି world cup 2022 ପ୍ରତିଯୋଗିତା ରେ  ମୋଟ ୧୭ ଟି ଦେଶ ରୁ ୫୧୨  ଜଣ ଖେଳାଳି ଭାଗ ନେଇ ଥିଲେ ।            Ad.. ଏହି ପ୍ରତିଯୋଗିତା କଲିକତା ର ନେତାଜୀ  ଇଣ୍ଡୋ  ଷ୍ଟାଡିୟମ୍ ଠାରେ ଗତ ଡିସେମ୍ବର ମାସ ୧୭ ଓ ୧୮   ତାରିଖ ଦିନ  ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାରୁ ଯାଇଥିବା ସମସ୍ତ ପ୍ରତିଯୋଗୀ ନିଜ ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ବାଜିମାତ କରିଥିଲେ ମୋଟ ୧୬ ଟି ପଦକ।  କାତା ପ୍ରତିଯୋଗିତା ରେ  ଗୁରୁକ୍ରୁପା ମାର୍ଶ୍ଳାଟ ଏକାଡେମୀ କଣ୍ଟାବାଞ୍ଜି ର ଖେଳାଳି  ପ୍ରେମ କାନ୍ତ ମୋରେ ,  ଇସା ଛାପଡିଆ, ଏସ୍ଵରୀୟ ଛାପଡିଆ  ଓ ଟିଟିଲାଗଡ ର କରାଟେ ଆସୋସିଏନର  ସାରଳା ସାହୁ, ଦମୟନ୍ତୀ ସ...

ଗୋବିନ୍ଦଙ୍କ ଶବକୁ ନେବାକୁ ମନାକଲେ ପରିବାର ବର୍ଗ...

Image
ଗୋବିନ୍ଦଙ୍କ ଶବକୁ ନେବାକୁ ମନାକଲେ ପରିବାର ବର୍ଗ... ବଲାଙ୍ଗିର,୨୧/୧୨ : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ସ୍କୁଲ ର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସରିଲା ଶବ ବ୍ୟବଚ୍ଛେଦ। ବଲାଙ୍ଗିର ପୋଷ୍ଟମର୍ଟମ ରୁ ଶବ ନେବାକୁ ମନାକଲେ ସଂର୍ପକୀୟ।      Ad.. ପୋଲିସ ଆମକୁ  ଗୋବିନ୍ଦ ସାହୁ ପକେଟରୁ ବାହାରିଥିବା ଚିଠି ଦେଖାଇନାହିଁ। ଆମେ କାହିଁକି ମୃତଦେହ ନେବୁ। ପୋଲିସ ମହାଲିଙ୍ଗକୁ ଯାଇ ପରିବାରକୁ ଶବ ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ଗୋବିନ୍ଦ ସାହୁର କକାସୁର ଟୁନା ସାହୁ। ଫଳରେ ଫ୍ରିଜରରେ ରହିଛି ଗୋବିନ୍ଦ ସାହୁର ଶବ। ସେପଟେ ଗତକାଲି ଗୋବିନ୍ଦଙ୍କ ପତ୍ନୀ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଆଜି ତାଙ୍କ ସମ୍ପର୍କୀୟ ମଧ୍ୟ ସମାନ ଅଭିଯୋଗ ଦୋହରାଇଛନ୍ତି । କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉପଠାଇଛନ୍ତି ଗୋବିନ୍ଦଙ୍କ ଦାଦା ଶ୍ବଶୂର। ଯେହେତୁ ମମିତା ମେହେର ହତ୍ୟା ଘଟଣାରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ନାଁ ଆସିଥିଲା। ତେଣୁ ସତକୁ ଚାପିବା ପାଇଁ ହତ୍ୟା କରାଯାଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। Edited by k.s thakur... 

ମମିତାଙ୍କ ଡିଏନ୍‌ଏ ତାଙ୍କ ମା’ ଓ ବାପାଙ୍କ ଡିଏନ୍‌ଏ ସହ ମେଳ ଖାଉଛି: ଆଇଜି...

Image
ମମିତାଙ୍କ ଡିଏନ୍‌ଏ ତାଙ୍କ ମା’ ଓ ବାପାଙ୍କ ଡିଏନ୍‌ଏ ସହ ମେଳ ଖାଉଛି: ଆଇଜି... ବଲାଙ୍ଗିର, ୨୧/୧୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ପରେ ପୁଲିସ ଦ୍ୱାରା ଜବତ ମମିତା ମେହେରଙ୍କ ପୋଡ଼ା ହାଡ଼ର ଡିଏନ୍‌ଏ ତାଙ୍କ ବାପା ସୁଚେନ୍ଦ୍ର ମେହେର ଓ ମା’ ତୁଳସୀ ମେହେରଙ୍କ ଡିଏନ୍‌ଏ ସହ ମେଳ ଖାଉଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଏହି ସୂଚନା ଦେଇଛନ୍ତି।             Ad.. ଆଇଜି କହିବା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ କ୍ରାଇମ୍‌ ରିକ୍ରିଏସନ୍‌ ବେଳେ ଦେଖାଇଥିବା ସ୍ଥାନରୁ ଦେହାବଶେଷ ବାହାର କରାଯାଇଥିବା ବେଳେ ପୋଡ଼ା ହାଡ଼କୁ ପରୀକ୍ଷା ନିମନ୍ତେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲ୍ୟାବ୍ (ଏସ୍‌ଏଫ୍‌ଏସ୍‌ଏଲ)କୁ ପଠାଯାଇଥିଲା। ସେଠାରେ ଦୁଇ ପ୍ରକାର ଟେଷ୍ଟ କରାଯାଇଥାଏ।  ଏଥିମଧ୍ୟରୁ ନ୍ୟୁକ୍ଲିୟର ଡିଏନ୍‌ଏ ପରୀକ୍ଷାରୁ ଜବତ ପୋଡ଼ା ହାଡ଼ର ଡିଏନ୍‌ଏ ମମିତାଙ୍କ ବାପା ଓ ମା’ଙ୍କ ଡିଏନ୍‌ଏ ସହ ମେଳ ଖାଇଥିଲା। ଡିଏନ୍‌ଏ ଟେଷ୍ଟ ବେଳେ ବିଶେଷ ଭାବେ ନ୍ୟୁକ୍ଲିୟର ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଉପରେ ହିଁ ଗୁରୁତ୍ୱ ଦିଆଯାଇଥାଏ। ଏମ୍‌ଟିଡିଏନ୍‌ଏ ଟେଷ୍ଟରୁ ମା’ଙ୍କ ଡିଏନ୍‌ଏ ସହ ପୋଡ଼ା ହାଡ଼ର ଡିଏନ୍‌ଏ ବହୁତ ମେଳ ଖାଇଥିଲା। ମଲଟିକଣ୍ଡୋନିଆଲ ଡିଏନ୍‌ଏ ପରୀକ୍ଷା ରାଜ୍ୟରେ ହୋଇପାରୁ ନ ଥିବାରୁ ସିଡିଏଫଡି ହାଇଦ୍ରାବାଦ୍‌କୁ ଯେଉଁ ପୋଡ଼ା ହାଡ ପରୀକ୍ଷା ନିମନ୍ତେ ପଠାଯାଇଥିଲା, ସେଥି...