ରାସ୍ତାରୁ ଧରା ପଡିଲା ବେନିୟାମ ଧାନ ବୋଝେଇ ଗାଡି,ଶ୍ୟାମଜୀ ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଅଭିଯୋଗ...

ରାସ୍ତାରୁ ଧରା ପଡିଲା ବେନିୟାମ ଧାନ ବୋଝେଇ ଗାଡି,ଶ୍ୟାମଜୀ  ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଅଭିଯୋଗ...

କଂଟାବାଞ୍ଜି,୨୯/ ୧୨ : ଗତକାଲି ଅପରାହ୍ନ ସାଢେ ୩ଟା ସମୟରେ ଏକ ବେନିୟମ ଧାନ ବୋଝେଇ ପିକ୍ ଅଫ ଭ୍ୟାନ୍ କୁ ଯୋଗାଣ ବିଭାଗ ରାସ୍ତା ଉପରୁ ଜବତ କରିଥବା ଜଣାପଡିଛି । ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ, ପିକ୍ ଅଫ୍ ଭ୍ୟାନ ( ଓଆର୍ ୦୩ ଜି ୧୪୬୩) ଯୋଗେ ୩୮ କ୍ୱିଂଟାଲ ୮୦କେଜି ବେନିୟମ ଧାନ ବୋଝେଇ ହୋଇ ଯାଉଥିବା ବେଲେ କୌଣସି ମତେ ଯୋଗାଣ ବିଭାଗର ଟିଟିଲାଗଡ ଏସିଏସଓ ଶଙ୍କରଶଣ ଭୁଏ ଏବଂ ତୁରେକେଲା ଯୋଗାଣ ଅଧିକାରୀ ସଂର୍କିତନ ମାଝୀ, ମୁରିବାହାଲ ଯୋଗାଣ ଅଧିକାରୀ ଅଭିଯୋଗ ପାଇ ଚଟୁଅନକା ଗୋଶାଲା ପାଖରେ ଗାଡି ଉପରକୁ ଚଢାଉ କରି ଜବତ କରିଥିଲେ । 

          Ad..



ଏହା ପରେ ପାଖରେ ରହିଥିବା ଚଟୁଅନକାର ବଂସଲ ରାଇସ୍ ମିଲ୍ କୁ ନେଇ ଏହାର ତଦନ୍ତ କରିଥିଲେ । ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଏହା ସଂମ୍ପୁର୍ଣ୍ଣ ଭାବରେ ବେନିୟମ ଆକାରରେ ବେଲପଡା ବ୍ଲକର ସଲଣ୍ଡି ପାଖରେ ଥିବା ଶ୍ୟାମଜୀ ରାଇସ୍ ମିଲ୍ କୁ ଚାଳାଣ ହେଉଥିବା ଜାଣିବାକୁ ପାଇଥିଲେ । ଏହି ବେନିୟମ ଧାନ ଚାଉଳସୁଖାର ଦଳାଲ ସୁରେଶ ମେହେରଙ୍କ ହୋଇଥିବା ମଧ୍ୟ ଯୋଗାଣ ବିଭାଗ ଜାଣିବାକୁ ପାଇଛି । ଡ୍ରାଇଭର ତଥା ଗାଡି ମାଳିକ ବିଜୟ ପୋଢଙ୍କ କହିବା ମୁତାବକ ସୁରେଶ ମେହେର ୩୮କ୍ୱଂଟାଲ ୮୦କେଜି ଧାନ ନିଜର କହି ଶ୍ୟାମଜୀ ରାଇସ୍ ମିଲକୁ ନେବା ପାଇଁ କହିଥିଲେ । 

ଏହି ଘଟଣା ପରେ ଯୋଗାଣ ବିଭାଗ ଟିକିନିଖି ତଦନ୍ତ କରି ଏହି ଧାନର କୌଣସି ପ୍ରକାର କାଗଜ ପତ୍ର ନଥିବା ଦର୍ଶାଇ ପାଖରେ ଥିବା ବଂସଲ ରାଇସ୍ ମିଲ୍ କୁ   ଜବତ କରାଯାଇଥିବା ଧାନ ଜିମାରେ ଦେଇଥିବା ଜଣାପଡିଛି । ଏସବୁ ବିଷୟକୁ ନେଇ ଏସ୍‌ସିଏସଓ ଟିଟିଲାଗଡ ଶ୍ରୀ ଭୁଏଙ୍କୁ ଫୋନ ମାଧ୍ୟମ ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହାର କୌଣସି ପ୍ରତିକ୍ରିୟା ମିଳିନାହିଁ । 

ତେବେ ଏହି ଧାନ ଚାଳାଣ ସମୟରେ ଏବେ ନିରିହ ଡ୍ରାଇଭର ଏବଂ ଗାଡି ମାଲିକଙ୍କର ପିକ୍ ଅଫ ଭ୍ୟାନ୍ ଫଶି ଯାଇଥିବାରୁ କିଭଲି ସେ ରୋଜଗାର କରି ପରିବାର ପୋଷଣ କରିବେ ଦୁଃଖ ବଖାଣିଛନ୍ତି ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...