କରାଟେ ବିଶ୍ବ କପ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପ୍ରତିଯୋଗୀଙ୍କୁ ମିଳିଲା ସଫଳତା...
କରାଟେ ବିଶ୍ବ କପ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପ୍ରତିଯୋଗୀଙ୍କୁ ମିଳିଲା ସଫଳତା...
କଣ୍ଟାବାଞ୍ଜି,୨୨/୧୨ : ବଲାଙ୍ଗୀର ଜିଲ୍ଲା ଗୁରୁକ୍ରୁପା ମାର୍ଶଲାର୍ଟ ଏକାଡେମୀ କଣ୍ଟାବାଞ୍ଜି ଓ ଟିଟିଲାଗଡ କରାଟେ ଆସୋସିଏସନ୍ ପକ୍ଷ ରୁ କଲିକତା ର ନେତାଜୀ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଆୟଜିତ ହୋଇଥିବା "କରାଟେ ବିଶ୍ବ କପ ୨୦୨୨ " ରେ ୮ ଜଣ ପ୍ରତିଯୋଗୀ ଭାଗ ନେଇ ମୋଟ ୧୨ ଟି ସ୍ବର୍ଣ୍ଣ ପଦକ,୩ ଟି ରୋପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ସାଜିଛନ୍ତି। ଏହି world cup 2022 ପ୍ରତିଯୋଗିତା ରେ ମୋଟ ୧୭ ଟି ଦେଶ ରୁ ୫୧୨ ଜଣ ଖେଳାଳି ଭାଗ ନେଇ ଥିଲେ ।
ଏହି ପ୍ରତିଯୋଗିତା କଲିକତା ର ନେତାଜୀ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଗତ ଡିସେମ୍ବର ମାସ ୧୭ ଓ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାରୁ ଯାଇଥିବା ସମସ୍ତ ପ୍ରତିଯୋଗୀ ନିଜ ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ବାଜିମାତ କରିଥିଲେ ମୋଟ ୧୬ ଟି ପଦକ।
କାତା ପ୍ରତିଯୋଗିତା ରେ ଗୁରୁକ୍ରୁପା ମାର୍ଶ୍ଳାଟ ଏକାଡେମୀ କଣ୍ଟାବାଞ୍ଜି ର ଖେଳାଳି ପ୍ରେମ କାନ୍ତ ମୋରେ , ଇସା ଛାପଡିଆ, ଏସ୍ଵରୀୟ ଛାପଡିଆ ଓ ଟିଟିଲାଗଡ ର କରାଟେ ଆସୋସିଏନର ସାରଳା ସାହୁ, ଦମୟନ୍ତୀ ସାହୁ, ଶ୍ରୀ ଶାନ୍ତ କୁମାର ମିଶ୍ର, ତୃଷ୍ଣା ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଟିଟିଲାଗଡ କରାଟେ ଆସୋସିଏନର ପୀୟୂଷ କୁମାର ବେହେରା ରୋପ୍ୟ ପଦକ ହାସଲ କରିଛନ୍ତି।ସେହି ଭଳି କୁମୁତି ପ୍ରତିଯୋଗିତା ରେ ଗୁରୁକ୍ରୁପା ମାର୍ଶ୍ଲଟ୍ ଏକାଡେମୀ ର ଇସା ଛାପଡିଆ ଓ ଟିଟିଲାଗଡ କରାଟେ ଆସୋସିଏସନ୍ ର ସାରଳା ସାହୁ, ଦମୟନ୍ତୀ ସାହୁ, ତୃଷ୍ଣା ବେହେରା , ପୀୟୂଷ କୁମାର ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଟିଟିଲାଗଡ କରାଟେ ଆସୋସିଏସନ୍ ର ଶ୍ରୀଶାନ୍ତ କୁମାର ମିଶ୍ର ରୋପ୍ୟ ପଦକ ଓ ଗୁରୁକ୍ରୁପା ମାସ୍ଲାଟ୍ ଏକାଡେମୀ କଣ୍ଟାବାଞ୍ଜି ର ପ୍ରେମ କାନ୍ତ ମୋରେ ରୋପ୍ୟ ପଦକ ଓ ଏଶ୍ୱରୀୟ ଛାପଡିଆ କାଂସ୍ୟ ପଦକ ହାସଲ କରିଛନ୍ତି।
ଏହି ଦୁଇ ଅନୁଷ୍ଠାନ ର ଖେଳାଳି ଙ୍କୁ ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି ତାଲିମ ଦେଇ ଖେଳାଳିଙ୍କୁ ପ୍ରସ୍ତୁତ କରିଥିଲେ ।ଏହି ଅବସର ରେ ସେ ମଧ୍ୟ ଜଣେ ଗୌରବନ୍ଵିତ ପ୍ରଶିକ୍ଷକ ଭାବରେ ଗୌରବ ସାଜିଛନ୍ତି। ଟିଟିଲାଗଡ କରାଟେ ଆସୋସିଏସନ ର ସଭାପତି ଅମର ଜିତ୍ ବାଗ, ସମ୍ପାଦକ ସଂସାଇ କେଦାର କବାଟ, କୋଷାଧ୍ୟକ୍ଷ ପ୍ରମୋଦ ପାଲ, ଏବଂ ଗୁରୁକୃପା ମାର୍ସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ର ସଭାପତି ଆଜାଦ୍ ବଂସଲ୍, ସମ୍ପାଦକ ରୋହିତ ଅଗ୍ରୱାଲ, ସଂରକ୍ଷକ ଉମେଶ ଛାପଡିଆ ,ସନ୍ତୋଷ ଅଗ୍ରୱାଲ ,ଗୁପ୍ତେଶ୍ୱର ସାହୁ,ପ୍ରଶାନ୍ତ ବେହେରା, ଶ୍ରୀନୁ ମୋରେ, ଶ୍ରୀକାନ୍ତ ମିଶ୍ର ,ଦେବେନ୍ଦ୍ର ଜୈନ, ବାସୁଦେବ ବେହେରା, ଲୋକନାଥ ମାଝୀ ଙ୍କ ସମେତ ଟିଟିଲାଗଡ ବାସି ଖେଳାଳିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Edited by k.s thakur...
Comments
Post a Comment