ଅସହାୟ କିଡ୍ନୀ ରୋଗୀର ସହାୟ ହେଲେ ଗିରିରାଜ...

ଅସହାୟ କିଡ୍ନୀ ରୋଗୀର ସହାୟ ହେଲେ ଗିରିରାଜ...

କଣ୍ଟାବାଞ୍ଜି,୩୧/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ତୁରକେଲା ବ୍ଲକ କନ୍ଦେଇ ପଞ୍ଚାୟତ  ଟିକ୍ରାପଡା ଗାଁ ର ଗୋପବନ୍ଧୁ ବାଗ କିଛି ମାସରୁ କିଡ୍ନୀ ରୋଗରେ ଆକ୍ରାନ୍ତ ଅଛନ୍ତି। 

             Ad..



ତାଙ୍କ ଦେହ ଅସୁସ୍ଥ ଥିବାରୁ କୌଣସି ସାହାଯ୍ୟ ନ ପାଇଁ ପରିବାରୁ, ସେ କଣ୍ଟାବାଞ୍ଜି ସ୍ଥିତ ଏକ୍ସ କମାଣ୍ଡୋ ଇଣ୍ଡିଆନ ଆର୍ମି "ଗିରିରାଜ ସିଂ ମାଝୀ" ଙ୍କ ବାସ ଭବନ କୁ ଯାଇ ତାଙ୍କର ମେଡିକାଲ ସମସ୍ୟା ବିଷୟରେ ଜଣେଇ ଥିଲେ। ତାଙ୍କୁ ମଳକଣ୍ଠ ଏବଂ କିଡ଼ନୀ ଜନିତ ରୋଗ ରେ ବହୁତ ଗମ୍ଭୀର ଆକ୍ରାନ୍ତ ହୋଇଥିବାରୁ ଗିରିରାଜ ତାଙ୍କୁ ସାହାଯ୍ୟ କରିଥିଲେ। ଛତିଶଗଡ଼ ରାୟପୁର ସ୍ଥିତ ବର୍ଦ୍ଧମାନ ହସ୍ପିଟାଲ ସହିତ ଯୋଗାଯୋଗ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ନିଜେ ଯିବା ଆସିବା ସବୁ ସହଯୋଗ କରି ରାୟପୁର ପଠେଇ ଥିଲେ। 

ଗିରିରାଜ ନିଜେ ରାଇପୁର ଯାଇ ବର୍ଦ୍ଧମାନ ହସ୍ପିଟାଲ ର ଡାକ୍ତର ଙ୍କ ସହିତ ଯୋଗଯୋଗ କରି ତାଙ୍କରି ପାଇଁ ୪ ୟୁନିଟ ରକ୍ତ ଯୋଗାଇ ଦେଲା ପରେ ଦେହ ଟିକିଏ ସୁସ୍ଥ ହେଲା ପରେ ତାଙ୍କୁ ମଳକଣ୍ଠ ଅପେରସନ କରେଇ ଏବଂ କୀଡୀନି ର ମେଡ଼ିସିନ ଯୋଗେଇ ଦେହ ଭଲ ହେଲା ପରେ ସେ ତାଙ୍କ ବାସ ଭବନରେ ସୁସ୍ତ ରେ ଫେରିଛନ୍ତି। 

ଗିରିରାଜ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ, ଗରିବ ଖଟି ଖିଆ ଲୋକଙ୍କୁ ବଡ ବଡ଼ ହସ୍ପିଟାଲ ରେ ଚିକିତ୍ସା କରିବାର ରେ ହାତ ବଡେଇ ଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଅନ୍ୟ ପକ୍ଷରେ ମଳକଣ୍ଠ ଓ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ରୋଗୀ ଗୋପବନ୍ଧୁ ବାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗିରିରାଜ ସିଂ ମାଝୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...