ଟ୍ରେନ ଧକ୍କା ରେ ଯୁବକ ମୃତ...

ଟ୍ରେନ ଧକ୍କା ରେ ଯୁବକ ମୃତ... 


କଣ୍ଟାବାଞ୍ଜି,୨୨/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଟ୍ରେନ ଫାଟକ ନିକଟରେ ଆଜି ସକାଳ ସମୟରେ ଜଣେ ଯୁବକଙ୍କ ଟ୍ରେନ ଧକ୍କା ରେ ମୃତ୍ୟୁ ହୋଇଛି। ଯୁବକଙ୍କ ପରିଚୟ ସଦାନନ୍ଦ ଭୁକ୍ତା(୨୨) ଓ ସେ ସ୍ଥାନୀୟ ମାଲିପଡା ର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି।
     Ad..



ସୂଚନା ଅନୁସାରେ ଆଜି ସକାଳ ସମୟ ରେ ଯୁବକ ଟି ଶୌଚ ପାଇଁ ରେଳ ଲାଇନ କୁ ଯାଇଥିଲା। ଗୋଟିଏ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେବାରୁ ଯୁବକ ର ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିଲା। ଲୋକଙ୍କ କହିବା ଆନୁସାରେ ପରମାନନ୍ଦ ଦୁଇଟି କାନରେ ଇଅର ଫୋନ ଲଗାଇ ଗାନା ଶୁଣି ଶୁଣି ଯାଉଥିଲା। ବୋଧେ ସେହି କାରଣ ରୁ ଟ୍ରେନ ର ସାଇରଣ ଶୁଣି ନ ପାରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ତେବେ ଘଟଣା ସ୍ଥଳରେ ରେ ରେଲୱେ ପୋଲିସ ପହଂଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲ କୁ ପଠେଇ ଦିଆଯାଇଛି। ଏ ଘଟଣା ସମ୍ବନ୍ଧରେ ଗୋଟିଏ ୟୁଡି କେସ ଦର୍ଜ କରି ଘଟଣା ର ତଦନ୍ତ କରୁଛନ୍ତି।







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...