ଆଜି ଦିନିକିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଆଜି ଦିନିକିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଅନୁଗୁଳ,୨୯/୧୨ : ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ଦଶଟା ପଚାଶ ସମୟରେ ସେ ଷ୍ଟାଡିୟମ ପଡିଆରେ ପହଁଚିବା ପରେ ସଭାସ୍ଥଳକୁ ଯିବେ।
Ad..
ସେଠାରେ ମିଶନ ଶକ୍ତି ମହିଳା ମାନଙ୍କୁ ଭେଟିବା ସହ ୧୧ ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ଓ ୧୩ ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ।ଅନୁଗୁଳ ଜିଲ୍ଲା ର ବିଭିନ୍ନ ଏସଏଚଜି ଗ୍ରୁପ ମାନଙ୍କୁ ମୋଟ ୨୪୨ କୋଟି ଟଙ୍କାର ଋଣ ଡିଜିଟାଲ ଲଂଚିଂ ମାଧ୍ୟମରେ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବିଶେଷ ଭାବରେ ବହୁ ପ୍ରତିକ୍ଷିତ ଅନୁଗୁଳ ବସ ଷ୍ଟାଣ୍ଡ, ପାଲଲହଡା ମେଡିକାଲ,ତାଳଚେର ପୌରପାଳିକା ଅଧୀନରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ସୁରକ୍ଷାକୁ ଦୃଷ୍ଟି ଆଗରେ ରଖାଯାଇ ଅନୁଗୁଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Edited by k.s thakur...
Comments
Post a Comment