୨୬୬ ତମ ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ...
୨୬୬ ତମ ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ...
କଣ୍ଟାବାଞ୍ଜି,୩୦/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସତନାମୀ ପଡ଼ା ରେ ଗତକାଲି ସନ୍ଥ ଶିରୋମଣୀ ବାବା ଘାସିଦାସଙ୍କ ୨୬୬ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ପ୍ରଥମେ ନଗର ପରିକ୍ରମା ଓ ଧ୍ୱଜାରୋହଣ କରି କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ବରୀୟମ ସିଂ ସାଲୁଜା, ସମ୍ମାନିତ ଅତିଥିଭାବେ ମୁରିବାହାଲ ଯୁକ୍ତ ଦୁଇ କଲେଜ ପ୍ରିନ୍ସସିପାଳ ରମେଶ ମହନନ୍ଦ, ଓକିଲ ସଂଘ ପୂର୍ବତନ ସଭାପତି ଓ ସମାଜସେବୀ ବ୍ରଜଶ୍ୟାମ ଗୁରୁ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ଜିତେନ୍ଦ୍ର ସୁନା, ସମାଜସେବୀ ବଙ୍ଗୋମୁଣ୍ଡା ମାନସୀ ସତନାମୀ, ସମାଜସେବୀ କଣ୍ଟାବାଞ୍ଜି ସଞ୍ଜୁ ସତନାମୀ, ସତନାମୀ ସେବା ସଙ୍ଘ ଓଡ଼ିଶା ରାଜ୍ୟ ସମ୍ପାଦକ ମିନିକେତନ ଢ଼ିଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ସମାରୋହ ରେ ଵିଶେଷ ଆକର୍ଷଣ ନୂଆପଡା ଜିଲ୍ଲା କଣ୍ଡେତରା ରୁ ସତ୍ କେ ଅଂଜୋର ପନ୍ଥି ନୃତ୍ୟ, ବାଦୀ ରୁ ଜୟ ସତନାମ ପନ୍ଥି ନୃତ୍ୟ, ବଙ୍ଗୋମୁଣ୍ଡା ରୁ ଜୟ ସତନାମ ପନ୍ଥି ନୃତ୍ୟ, ଭଏଁସା ରୁ ଘଣ୍ଟ ପାଟି ଓ ଅନ୍ୟାନ୍ୟ କେତେକ ଗୀତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ଏହି ସମାରୋହରେ କଣ୍ଟାବାଞ୍ଜି ସତନାମୀ ସେବା ସଙ୍ଘ ସଭାପତି ମିନିକେତନ ସତନାମୀ, ଉପ ସଭାପତି ଗୋପାଳ ସତନାମୀ,ସମ୍ପାଦକ ରମା ସତନାମୀ, ଯୁଗ୍ମ ସମ୍ପାଦକ ନରେଶ ସତନାମୀ, କୋଷାଧ୍ୟକ୍ଷ ଡିଙ୍ଗର ସତନାମୀ,ଭଣ୍ଡାରୀ ସୀତାରାମ ସତନାମୀ ଓ ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମ ଦାୟିତ୍ୱ ଗ୍ରହଣ କରିଥିଲେ।
Edited by k.s thakur...
Comments
Post a Comment