ଅମ୍ବାଭୋନା ବ୍ଲକ ରୁଚିଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶତାବ୍ଦୀ ସମାରୋହ, ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ: ସୁଶାନ୍ତ ସିଂ...

ଅମ୍ବାଭୋନା ବ୍ଲକ ରୁଚିଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶତାବ୍ଦୀ ସମାରୋହ, ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ: ସୁଶାନ୍ତ ସିଂ...

ଅମ୍ବାଭୋନା,୨୪/୧୨ : ବଦଳିଛି ଯୁଗ, ବଦଳିଛି ଚିନ୍ତାଧାରା।ଅତୀତର ଗୌରବମୟ ସ୍ମୃତିକୁ ମନେ ପକାଇ ୧୦୦ ବର୍ଷ ର ଉଛବାସ ଓ ଆବେଗ ଭରା ସମୟ କୁ ସାଉଁଟି ରୁଚିଦା ସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ରେ ଶନିବାର ଦିନ ଶତାବ୍ଦୀ ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଛି । 

            Ad..



ଲକଡାଉନ କଟକଣା ଯୋଗୁଁ ଏହି ଶତାବ୍ଦୀ ସମାରୋହ ପାଳନ କୁ ତିନି ବର୍ଷ ଧରି ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ । ୧୯୧୯ ମସିହା ରେ ବ୍ରିଟିଶ ଶାସନ ସମୟରେ ରୁଚିଦା ରେ ମଧ୍ଯ ଇଂରାଜୀ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୧୦୩ ବର୍ଷ ମଧ୍ୟରେ ମଣିଷ ତିଆରି କାରଖାନାରୁ ଅନେକ ଛାତ୍ରଛାତ୍ରୀ କୃତିତ୍ୱ ର ସହ ବିଭିନ୍ନ ପଦପଦବୀ ରେ ରହିଛନ୍ତି। 

ଶନିବାର ଦିନ ଶତାବ୍ଦୀ ସମାରୋହର ସଭାପତି ଉପେନ୍ଦ୍ର ପଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଭଟଳି ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ସ୍କୁଲ ତୋରଣ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଧାନଶିକ୍ଷକ ଦୁର୍ଯୋଧନ କାଲୋ ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଯତୀନ୍ଦ୍ର ପଧାନ ଯୋଗଦେଇଥିଲେ । 

ଦେଶର ଗଠନ ଶିକ୍ଷକ ମାନଙ୍କ ହାତରେ ନ୍ୟସ୍ତ ବୋଲି ବିଧାୟକ ସୁଶାନ୍ତ ସିଂ ବକ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ଦୀପପ୍ରଜ୍ବଳନ, ପ୍ରାରମ୍ଭିକ ସଙ୍ଗୀତ ଓ ଅଭିନନ୍ଦନ ନୃତ୍ୟ ପରିବେଷିତ ହୋଇଥିଲା। ଏହି ଅବସରରେ "ସତରୁପା" ନାମକ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା। 

ପ୍ରଧାନ ଶିକ୍ଷକ ଦୁର୍ଯୋଧନ କାଲୋ ବିବରଣୀ ପଠନ କରିଥିବା ବେଳେ ହିମାଞ୍ଚଳ ପଧାନ ଶତାବ୍ଦୀ ର ଇତିହାସ ପଠନ କରିଥିଲେ। ଭଟଲି ବିଧାୟକ ସୁଶାନ୍ତ ସିଂ ରୁଚିଦା କୁ ଏକ ଆଦର୍ଶ ଗାଁ କରିବାକୁ ଘୋଷଣା କରିଥିଲେ। ଶେଷରେ ଈଶ୍ଵର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆର୍କେଷ୍ଟ୍ର ପ୍ରଦର୍ଶିତ ହୋଇଥିଲା।






(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...