ବିଧାୟକ ସାଲୁଜା ଙ୍କୁ ଭେଟିଲେ ଜିଲ୍ଲା ସଂଘର୍ଷ ସମିତି ସଦସ୍ୟ...

ବିଧାୟକ ସାଲୁଜା ଙ୍କୁ ଭେଟିଲେ ଜିଲ୍ଲା ସଂଘର୍ଷ ସମିତି ସଦସ୍ୟ...

କଂଟାବାଞ୍ଜି,୨୬/୧୨ : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଅନେକ ଦିନ ହେଲା ବୈଠକ କରିବା ସହ ଆଲୋଚନା କରି ଜିଲ୍ଲା ଦାବୀକୁ ତେଜିବାକୁ ଲାଗିଛନ୍ତି । 

  Ad..



ତେବେ ଏ ନେଇ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ରବିବାର ସନ୍ଧ୍ୟାରେ ଜିଲ୍ଲା ସଂଘର୍ଷ ସମିତିର ଏକ ଦଳ ସାକ୍ଷାତ କରିଛନ୍ତି । ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ କରାଯାଇଥିବା ଏହି ସାକ୍ଷାତକାରରେ ବିଧାୟକଙ୍କୁ କଂଟାବାଞ୍ଜି ଜିଲ୍ଲା କରିବା ପାଇଁ ସମର୍ଥନ କରିବା କଥା ଉଠିଥିଲା । 

ପରେ ଏହାର ଜବାବ ରେ ବିଧାୟକ କରିଥିଲେ ଯେ କଂଟାବାଞ୍ଜି ଅଂଚଳର ଉନ୍ନତି ପାଇଁ ସବୁବେଲେ ଲାଗିଛି  ଏବଂ ଜିଲ୍ଲା ଦାବୀ ଉପରେ ନିଶ୍ଚିତ ଭାବେ ମୋର ପୁର୍ଣ୍ଣ ସମର୍ଥନ ରହିଛି । ମୁଁ ଏ ମାଟିର ପିଲା ଏମାଟିକୁ ପୁର୍ଣ୍ଣ ସମର୍ଥନ କରିବି ଏବଂ ଆଗାମୀ  ଦିନରେ ଏହି ଜିଲ୍ଲା ଦାବୀ ପ୍ରସଙ୍ଗକୁ ବିଧାନ ସଭାରେ ମଧ୍ୟ ଉଠାଇବି ବୋଲି କହିଛନ୍ତି । 

ଏହି ସାକ୍ଷାତ ରେ ସଭାପତି ଶ୍ରୀ ପୁଟେଲ କଂଟାବାଞ୍ଜି ଜିଲ୍ଲା ହେବାକୁ ଥିବା ବିଭିନ୍ନ ଦିଗ ଏବଂ ଭୌଗଲିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ । ପରେ ତିଆରି କରାଯାଇଥିବା ବିଭିନ୍ନ ପୋଷ୍ଟର ଏବଂ ବେନର ଉପରେ ଆଲୋଚନା ହୋଇଥିଲା । 

କଂଟାବାଞ୍ଜି ଜିଲ୍ଲା ହେଲେ କଣ ସବୁ ସୁବିଧା ଏହି ଅଂଚଳର ଲୋକଙ୍କୁ ମିଳି ପାରିବ ସେ ନେଇ ସଂଘର୍ଷ ସମିତିର ସଦସ୍ୟ ମାନେ ଆଲୋଚନା କରିଥିଲେ । ଏହି ସାକ୍ଷାତରେ କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ନବଲ ଶର୍ମା, ବିଦେଶୀ ବେହେରା, କୁଞ୍ଜବିହାରୀ ବେହେରା, କୈଳାଶ ଦୀପ, ନରେନ୍ଦ୍ର ସୁନା, ଅଜୟ ଅଗ୍ରୱାଲ, ରସିଆନନ୍ଦ ରାଏ, କୈଲାଶ ଅଗ୍ରୱାଲ, ସଂଜୟ ଗାନ୍ଧୀ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...