ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, କହିଲେ-୨୦୨୪ରେ ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ...
ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, କହିଲେ-୨୦୨୪ରେ ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ...
ଖଲିକୋର୍ଟ,୨୯/୧୨ : ଆଜି ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡି କର୍ମାମୀନେ ଏକାଠି ହୋଇ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପ୍ରତିବାଦ ଧାରଣା ଦେଇଛନ୍ତି। ଅଙ୍ଗନୱାଡି କେନ୍ଦ୍ର ଚାବି ଫେରାଇବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ତାତିଲେ ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡି କର୍ମୀମାନେ।
Ad..
ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡ଼ି ସଂଘ ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ କହିଛନ୍ତି, ସରକାରଙ୍କର ଆମେ ସାବତ ଝିଅ ବୋଧେ। ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି, ହେଲେ ଏଠି ଜନ୍ମ ହେବାଟା ଆମର ପାପ। ଏଠି ଜନ୍ମ ହୋଇ ଅବହେଳିତ ହେଉଥିବାରୁ ବହୁତ ଦୁଃଖ ଲାଗୁଛି।
ନାରୀମାନେ ସର୍ବଂସହା, ଦରକାର ପଡ଼ିଲେ ସେ ଦୁର୍ଗା ରୂପ ନେଇପାରେ। ଆଗାମୀ ୨୦୨୪ ମସିହାରେ ଆମେ ଏହାର ଉଚିତ ଜବାବ ଦବୁ। ଆମେ ଚାକିରିରେ ଥିବାରୁ ଚାବି ଫେରାଇବୁ ନାହିଁ। ଯଦି ପ୍ରଶାସନ ଆଇନ ଅନୁଯାୟୀ ଆମ ବିରୋଧରେ କିଛି ପଦକ୍ଷେପ ନିଏ, ତେବେ ସେହି ଆଇନ୍ ଅନୁଯାୟୀ ଆମେ ହାଇକୋର୍ଟକୁ ଯିବୁ।
ସେପଟେ ଧାରଣା ବେଳେ ଚାବିକାଠି ଧରି ଜିଲ୍ଲାପାଳଙ୍କୁ ଦେଖାଇ ପ୍ରତିବାଦ କରିଥିଲେ ଅଙ୍ଗନୱାଡ଼ି କର୍ମୀମାନେ। ଯାହା ୩୮ ଦିନ ହେଲା ଆନ୍ଦୋଳନ ରତ ଥିବା ଅଙ୍ଗନୱାଡି କର୍ମୀମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲାଭଳି ପ୍ରତିୟମାନ ହୋଇଛି।
ସୂଚନା ଥାଉକି, ଗତ ୨୨ତାରିଖରେ ଗଂଜାମ ଜିଲାପାଳ ସମ୍ମିଳନୀ କକ୍ଷରେ ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସମ୍ବନିତ ଶିଶୁ ବିକାଶ ଯୋଜାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୩ ଦିନ ମଧ୍ୟରେ ବନ୍ଦ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଚାବି ଅଙ୍ଗନାବାଡି କର୍ମୀମାନେ ହସ୍ତାନ୍ତର କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଥିଲେ। ନଚେତ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ବୈଠକରେ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଏହି ନିର୍ଦ୍ଦେଶକୁ ଖାତିର ନକରି ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ସେ ଅଙ୍ଗନୱାଡ଼ି କେନ୍ଦ୍ର ଚାବି ଫେରାଇବେ ନାହିଁ କି ୮ଦଫା ଦାବି ପୂରଣ ନହେଲା ଯାଏଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବେ ନାହିଁ ବୋଲି ସଫା ସଫା କହିଛନ୍ତି ଅଙ୍ଗନୱାଡି କର୍ମୀମାନେ।
ଗଞ୍ଜାମ ଜିଲ୍ଲାରେ ୫୧୬୧ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ୩୮ଦିନ ହେଲା ଅଙ୍ଗନୱାଡ଼ି କର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ପାଳି କରି ଆନ୍ଦୋଳନ କରୁଛନ୍ତି। ଫଳରେ ଜିଲ୍ଲାର ୨୨୮୭ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ସଂପୂର୍ଣ୍ଣ ତାଲା ପଡି ରହିଛି।
Edited by k.s thakur...
Comments
Post a Comment