ଧାମନଡ଼ଙ୍ଗା ପେକ୍ସ ରେ ଦଲାଲ ଶାସନ, ଚାଷୀ ବେହାଲ, ସମ୍ପାଦକ ଓ ଦଲାଲ ମାଲାମାଲ ...

ଧାମନଡ଼ଙ୍ଗା ପେକ୍ସ ରେ ଦଲାଲ ଶାସନ, ଚାଷୀ ବେହାଲ, ସମ୍ପାଦକ ଓ ଦଲାଲ ମାଲାମାଲ ...

କଣ୍ଟାବାଞ୍ଜି,୩୦/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଧାମନଡଙ୍ଗା ପେକ୍ସ ରେ ଧାନ କ୍ରୟ କୁ ନେଇ ବଡ଼ ଚଞ୍ଚକତା କରାଯାଉଥିବା ଅଭିଯୋଗ।

          Ad..



ଚାଷିଙ୍କ ଅଭିଯୋଗ ଅନୁଯାୟୀ, ଧାମନଡଙ୍ଗା ପେକ୍ସ ରେ ଚାଷୀଙ୍କ ଧାନ ଦଲାଲ ମାଧ୍ୟମରେ କିଣା ଯାଉଛି। ଧାନର ସର୍ବ ନିମ୍ନ ମୂଲ୍ୟ ମଧ୍ୟ ଚାଷୀ ଙ୍କୁ ଦିୟା ଯାଉ ନାହିଁ। ଚାଷୀଙ୍କ କାର୍ଡ ଓ ବ୍ୟାଙ୍କ ପାସ ବୁକ ଦଲାଲ ପାଖରେ ବନ୍ଧକ ଅଛି। ତେବେ ଦଲାଲ ଚାଷୀଙ୍କ ଧାନ ଆଣି ପେକ୍ସ ରେ ବିକ୍ରି କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଏଟିଏମ୍ ଓ ବ୍ୟାଙ୍କ ଆକାଉଣ୍ଟ ଉଠାନ ଫର୍ମ ମାଧ୍ୟମରେ ଟିପଚିନ୍ହ ନେଇ ଟଙ୍କା ଉଠାଣ କରୁଥିବା ଅଭିଯୋଗ ହୋଇଛି।

ଏହି ସବୁ ଅଭିଯୋଗ ପାଇଲା ପରେ ଆମେ ପହଞ୍ଚି ଥିଲୁ ଧାମନଡଙ୍ଗା ପେକ୍ସ କୁ। କିଛି ତଦନ୍ତ କରିବା ପରେ ମଣ୍ଡି(ପେକ୍ସ) ସମ୍ପାଦକ ସନ୍ତୋଷ ପୁଟା କୁ ଏହି ବାବଦରେ ଆଲୋଚନା କରିଥିଲୁ। ସେ କହିଥିଲେ ଯେ ଆମ ପେକ୍ସ ରେ କୌଣସି ଅନିୟମିତତା ନାହିଁ କି କୌଣସି ଦଲାଲ ମାଧ୍ୟମରେ ଧାନ କ୍ରୟ କରାଯାଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ୮ ହଜାର କୁଇଣ୍ଟାଲ ଧାନ ୨୫୬ ଜଣ ଚାଷୀ ଙ୍କ ଠାରୁ କ୍ରୟ କରାଯାଇଛି। ୪ ସହ ଚାଷୀ ଙ୍କୁ ଟୋକନ ବଣ୍ଟା ଯାଇଥିଲା। ତେବେ ଯେକୌଣସି ଚାଷୀ ଯଦି ଅଭିଯୋଗ କରୁଛନ୍ତି ସେ ସିଧାସଳଖ ଭାବରେ ଆମକୁ ଅଭିଯୋଗ କରିପାରିବେ ବୋଲି ପର୍କ୍ସ ସମ୍ପାଦକ କହିଛନ୍ତି।

ତେବେ ୫୫ ଜଣ ଚାଷୀ ଙ୍କ ଚାଷୀ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ପାସ ବୁକ ରଖି ଚାଉଳସୁଖା ର ଜଣେ ଦଲାଲ ପେକ୍ସ୍ ସମ୍ପାଦକ ସହ ମଧୁଚନ୍ଦ୍ରିକା ରେ ସବୁ କାମ ସୁରୁଖୁରୁରେ କରି ଚାଲିଛି। ତେବେ ଚାଷୀ ପରିଶ୍ରମ କରି ସର୍ବନିମ୍ନ ମୂଲ୍ୟ ମଧ୍ୟ ପାଇ ପାରୁନି।  

ଏ ବିଷୟରେ ତୁରେକେଲା ଯୋଗାଣ ବିଭାଗ ଅଧିକାରୀ ମାଝୀ ବାବୁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ ରିଶିଵ କରି ନ ଥିଲେ ଓ ତାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଚାଷୀ ଙ୍କ ପରିଶ୍ରମ ରେ ଦଲାଲ ଓ ପେକ୍ସ୍ ସମ୍ପାଦକ ମାଲାମାଲ ଓ ଚାଷୀ ବେହାଲ। ଚାଷୀଙ୍କ ସରକାର ଙ୍କୁ ନିବେଦନ ଯେ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରି ଚାଷୀଙ୍କୁ ତାଙ୍କ ହକ ପାଇବା ପାଇଁ ସହାୟକ ହୁଅନ୍ତୁ ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...