ଅସଲି ଜମିରେ ନକଲି ଚାଷୀ, ଫସଲ ବୀମା କୁ ନେଇ ବଡ଼ ଚଞ୍ଚକତା ଅଭିଯୋଗ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ...
ଅସଲି ଜମିରେ ନକଲି ଚାଷୀ, ଫସଲ ବୀମା କୁ ନେଇ ବଡ଼ ଚଞ୍ଚକତା ଅଭିଯୋଗ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ...
ବଙ୍ଗୋମୁଣ୍ଡା,୩୦/୧୨ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ଗ୍ରାମର ଚାଷ ଜମିକୁ ନକଲି କରି ଫସଲବୀମା କରାଯାଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।Ad..
ସୂଚନା ଅନୁସାରେ କୁଣ୍ଡାବୁଟୁଲା ଗ୍ରାମର ବନମାଳୀ ବେହେରା ଙ୍କ ନାମରେ ଥିବା ରୟତି ଖାତା ନଂ ୪୮ ର ୪୬ ଏକର ୫୧ ଡିସମିଲ ଚାଷ ଜମିକୁ ଅସଲି ଚାଷୀ ବୀମା କରିନଥିବା ବେଳେ ନକଲି ଚାଷୀ ବୀମା କରିନେଇଥିବା ଅଭିଯୋଗ ହୋଇଛି ।
୨୦୨୧ ମସିହାରେ ଖରିଫ ଫସଲ ବୀମା ପାଇଁ କୁଣ୍ଡାବୁଟୁଲା ଗ୍ରାମର ଏହି ଚାଷ ଜମି ସବୁକୁ ଜାମଖୁଣ୍ଟା ପଞ୍ଚାୟତର ଶ୍ରୀରାମ ଗ୍ରାମର ଘୋଷମଣି ବେହେରା, ସଞ୍ଜୟ କୁମାର ବେହେରା,ଦ୍ରୋପଦ ବେହେରା,ରଥ ବେହେରା,ସାଏବନି ବେହେରା,ସୁପାର ବେହେରା,ଗଣପତି ବେହେରା, ଗୈଦେସର ବେହେରା,ଭାସ୍କର ବେହେରା,କାନ୍ତି ମଣି ନାଏକ,ଶ୍ରୀତମ ବେହେରା,ତେଜବନ୍ତ ବେହେରା,ବନମାଳୀ ବେହେରା,କିଶୋର ବେହେରା,ଗୁପ୍ତେଶ୍ଵର ବେହେରା, ରୋହିତ କୁମାର ବେହେରା, ଦେବରାଜ ବେହେରା,ଲିଲି ବେହେରା,ଜ୍ଞାନରଞ୍ଜନ ବେହେରା, ଚକ୍ରଧର ବେହେରା ପ୍ରମୁଖ ଙ୍କ ସହ ଅନେକ ତାଙ୍କ ନାମରେ ଚଞ୍ଚକତା କରି ଫସଲବୀମା କରିନେଇଥିବା ବଙ୍ଗୋମୁଣ୍ଡା ଥାନାରେ କୁଣ୍ଡାବୁଟୁଲା ଗ୍ରାମର ବେଦପତି ବେହେରା ଅଭିଯୋଗ କରିଛନ୍ତି।
ଏ ବାବଦରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପ୍ରଣୟ ମୁର୍ମୁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଜମି ଚଞ୍ଚକତା କୁ ନେଇ ଅଭିଯୋଗ ହୋଇଛି। କିନ୍ତୁ ଦୁହି ପାର୍ଟି କୁ ଡକା ଗଲେ ମଧ୍ୟ ଆସୁନାହାନ୍ତି। ତେବେ ଆମେ ଭାବୁଛୁ ଯେ ଦୁହିଁଙ୍କ ମଧ୍ୟରେ ଆପସି ବୁଝାମଣା ହୋଇଯାଇଛି। କିନ୍ତୁ ଲିଖିତ ଭାବେ କୌଣସି ବୁଝାମଣା ହୋଇନାହିଁ ।
ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ଅସଲି ଜମିରେ ନକଲି ଚାଷୀ ଫସଲ ବୀମା କରିନେଉଥିବା ଏକ ସାଧାରଣ ହୋଇଯାଇଥିବା ନେଇ ଆଲୋଚନା ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ପରି କାର୍ବାର ଅବା କୁହାଯାଇ ପାରେ ଯେ ଅପରାଧ କୁ ନେଇ କୌଣସି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ନାହିଁ ?
Edited by k.s thakur...
Comments
Post a Comment