ଗୋବିନ୍ଦଙ୍କ ଶବକୁ ନେବାକୁ ମନାକଲେ ପରିବାର ବର୍ଗ...
ଗୋବିନ୍ଦଙ୍କ ଶବକୁ ନେବାକୁ ମନାକଲେ ପରିବାର ବର୍ଗ...
ବଲାଙ୍ଗିର,୨୧/୧୨ : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ସ୍କୁଲ ର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସରିଲା ଶବ ବ୍ୟବଚ୍ଛେଦ। ବଲାଙ୍ଗିର ପୋଷ୍ଟମର୍ଟମ ରୁ ଶବ ନେବାକୁ ମନାକଲେ ସଂର୍ପକୀୟ।
Ad..
ପୋଲିସ ଆମକୁ ଗୋବିନ୍ଦ ସାହୁ ପକେଟରୁ ବାହାରିଥିବା ଚିଠି ଦେଖାଇନାହିଁ। ଆମେ କାହିଁକି ମୃତଦେହ ନେବୁ। ପୋଲିସ ମହାଲିଙ୍ଗକୁ ଯାଇ ପରିବାରକୁ ଶବ ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ଗୋବିନ୍ଦ ସାହୁର କକାସୁର ଟୁନା ସାହୁ। ଫଳରେ ଫ୍ରିଜରରେ ରହିଛି ଗୋବିନ୍ଦ ସାହୁର ଶବ।
ସେପଟେ ଗତକାଲି ଗୋବିନ୍ଦଙ୍କ ପତ୍ନୀ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଆଜି ତାଙ୍କ ସମ୍ପର୍କୀୟ ମଧ୍ୟ ସମାନ ଅଭିଯୋଗ ଦୋହରାଇଛନ୍ତି । କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉପଠାଇଛନ୍ତି ଗୋବିନ୍ଦଙ୍କ ଦାଦା ଶ୍ବଶୂର। ଯେହେତୁ ମମିତା ମେହେର ହତ୍ୟା ଘଟଣାରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ନାଁ ଆସିଥିଲା। ତେଣୁ ସତକୁ ଚାପିବା ପାଇଁ ହତ୍ୟା କରାଯାଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।
Edited by k.s thakur...
Comments
Post a Comment