ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି...
ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି...
ଭୁବନେଶ୍ୱର,୨୮/୧୨ : ଓଡିଶାରେ ହକି ଫିଭର୍ । ପାଖେଇ ଆସୁଛି ୨୦୨୩ ପୁରୁଷ ବିଶ୍ବକପ୍ ହକି । ହକି ବିଶ୍ବକପର ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି । ଆସନ୍ତା ଜାଜୁଆରୀ ୧୩ ରୁ ହକି ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ।Ad..
ଏହା ପୂର୍ବରୁ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ବକପର ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ବହୁ ସେଲିବ୍ରିଟି ଯୋଗଦେବେ ।
ଆଜିଠୁ ପେଟିଏମରେ ଟିକେଟ ଉପଲବ୍ଧ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୮ ବିଶ୍ବକପ ଠାରୁ ୨୦୨୨ ବିଶ୍ବକପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ନାଚ, ଗୀତ ସହ ଅତ୍ୟାଧୁନିକ ଟେକନୋଲୋଜି ଉଦଘାଟନୀ କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।
Edited by k.s thakur...
Comments
Post a Comment