ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ...
ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ...
ଭବାନୀପାଟଣା, ୨୮/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ନିଜ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଦେବାନନ୍ଦ ସାଗର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Ad..
ଦେବାନନ୍ଦ ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।
ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ବିଡିଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ଏନେଇ ଦେବାନ୍ଦଙ୍କ ମାନସିକ ସ୍ଥିତି ଭଲ ନଥିଲା। ଏହି କାରଣରୁ ଦେବାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Edited by k.s thakur...
Comments
Post a Comment