Posts

Showing posts from May, 2023

ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ...

Image
ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ... ଭୁବନେଶ୍ୱର,୩୧/୦୫ : ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ । ୩୧ ମେ'ରୁ ଜୁନ ୩୦ ମଧ୍ୟରେ ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହେବ ।  Ad.. ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ ।  ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି ।  ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନ ସଂପର୍କ ଅଭିଯାନ ଆରମ୍ଭ କରିବେ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବେ ବିଜେପି । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଆସିବେ । ଦେଶରେ ୫୧ଟି ମହାସମାବେଶ ହେବ । ଏହି କ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । Edited by k.s thakur...

ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା...

Image
ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା... କଟକ,୩୧/୦୫ : ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂହ। ଏହାଛଡ଼ା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଡାକି ବୈଠକ କରିଛନ୍ତି କଟକ ମେୟର।            Ad.. କଟକ ସହରରେ ସବୁ ନିର୍ମାଣାଧୀନ ସ୍ଥାନରେ ସୂଚନା ଫଳକ ବ୍ୟାରିକେଡ଼ ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, କଟକ କେଶରପୁରରେ ଵକ୍ସ ଡ୍ରେନ କାମ ଚାଲିଥିବା ସ୍ଥାନରେ ଦୁର୍ଘଟଣା ଘଟି ଜଣେ ନାବାଳିକା ଏନ୍ ମୋହିନି ଦାସଙ୍କ ଗତକାଲି ମୃତ୍ୟୁ ଘଟିଥିଲା।  ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ । ପରିବାର ଲୋକଙ୍କ ସହ କଥା ହେବା ପରେ ସମବେଦନା ଜ୍ଞାପନ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ, କଂଗ୍ରେସର ନେତ୍ରୀ ଗିରିବାଳା ବେହେରା ଓ ତାଙ୍କ ସମର୍ଥକମାନେ ଉଭୟ ମେୟର ଏବଂ କମିସନରଙ୍କୁ ଘେରିଥିଲେ। ଏମିତିକି କଥା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚିଥିଲା।  ମୃତ୍ୟୁ ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ମହାନଗର ନିଗମକୁ ଦାୟୀ କରିବା ସହ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। Edited by k.s thakur.....

ଲାଭଜନକ ଚିନିକଳକୁ ବିକ୍ରି କରିବାରୁ କ୍ଷାନ୍ତ ରୁହନ୍ତୁ ସରକାର: ଆପ୍

Image
ଲାଭଜନକ ଚିନିକଳକୁ ବିକ୍ରି କରିବାରୁ କ୍ଷାନ୍ତ ରୁହନ୍ତୁ ସରକାର: ଆପ୍ ... ବରଗଡ଼,୩୦/୦୫ : ବରଗଡ଼ ଜିଲ୍ଲାର ଏକ ମାତ୍ର କୃଷିଭିତ୍ତିକ ଅର୍ଥକାରୀ ଫସଲ ଆଖୁ ସହ ସମ୍ପୃକ୍ତ ବରଗଡ଼ ସମବାୟ ଚିନିକଳ କୁ ବିକ୍ରି କରାଯିବା ନେଇ ସରକାରଙ୍କ ନିଷ୍ପତ୍ତି କୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଉପ ନିବନ୍ଧକ ସମବାୟ ସମୂହ ବରଗଡ ମଣ୍ଡଳଙ୍କୁ ଦାବିପତ୍ର ଦେଇଛି ।              Ad.. ସରକାରଙ୍କ ଏହି ଜନ ବିରୋଧି ନିଷ୍ପତ୍ତି ବରଗଡ ବାସୀଙ୍କୁ ବ୍ୟଥିତ କରିଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଏକ ଲାଭ ଜନକ ଶିଳ୍ପ ଭାବେ ବରଗଡ଼ ଚିନି ମିଲ ର ବହୁତ ଖ୍ୟାତି ରହିଆସିଛି । ଏକ ଲକ୍ଷ ରୁ ଅଧିକ ମେଟ୍ରିକ ଟନ୍ ଆଖୁ ପେଡିବାର ରେକର୍ଡ ଏହି ମିଲ କରି ସାରିଛି ।  ଲକ୍ଷାଧିକ ଲୋକଙ୍କ ରୋଜଗାର ର ସାଧନ ହୋଇ ଆସିଥିବା ଏହି ଫ୍ୟାକ୍ଟ୍ରି  ର ବଜାର ମୂଲ୍ୟ ବର୍ତ୍ତମାନ ସମୟରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହା ସହିତ ଜଡିତ ଡିଷ୍ଟିଲେରୀ ୟୁନିଟ ମଧ୍ୟ ବେଶ ଲାଭ ଦାୟକ ।  ଏହାକୁ ପୁନଃରୁଦ୍ଧାର କରିବା ପାଇଁ ୨୦୧୮-୧୯ ମସିହାରେ ବରଗଡ଼ ଗସ୍ତରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସୋହେଲା ଇଛାପାଲିରେ ଚିନିକଳ ପାଇଁ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ କାରଣ ସରକାର କୁ ଏହା ଜଣା ଯେ ଉକ୍ତ ସଂସ୍ଥା ଟି ଲାଭ ଜନକ ଅଟେ ।  ପୂର୍ବରୁ ସଚିବ ଓ ମନ୍...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିଧାୟକ ଙ୍କ ଅଚାନକ ପରିଦର୍ଶନ...

Image
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିଧାୟକ ଙ୍କ ଅଚାନକ ପରିଦର୍ଶନ... କଣ୍ଟାବାଞ୍ଜି,୩୦/୦୫ : ଆଜି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଚାନକ ପରିଦର୍ଶନ କରିଥିଲେ। Ad.. ତାଙ୍କ ପରିଦର୍ଶନ ରେ ରୋଗୀ ସେବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ ଥିବା ଉନ୍ନତି ମୂଳକ କାର୍ଯ୍ୟ ର ମଧ୍ୟ ତର୍ଜମା କରିଥିଲେ। ତାହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ୍ସରେ ମେସିନ, ଲେବ ଟେକ୍ନିସିଅନ, ନୂତନ ଗୃହ ନବୀ କରଣ, ଓ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଥିଲେ ବିଧାୟକ ଶ୍ରୀ ସାଲୁଜା। ସ୍ଥାନୀୟ ହସ୍ପିଟାଲ ର ପ୍ରମୁଖ ଡ଼ା. ଏସ୍ ପି ଡ଼ି ପଣ୍ଡା ଙ୍କ ସହ କଣ୍ଟାବାଞ୍ଜି ହସ୍ପିଟାଲ ରେ ଆସୁଥିବା ସମସ୍ୟା ଓ ତାର ଦୂରୀକରଣ କୁ ନେଇ ମଧ୍ୟ କିଛି ସମୟ ଚର୍ଚ୍ଚା କରିଥିଲେ ବିଧାୟକ। କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ହସ୍ପିଟାଲ ରେ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ଉପରେ ମଧ୍ୟ ଆଲୋକପାତ କରି ପଚାରି ବୁଝିଥିଲେ । କଣ୍ଟାବାଞ୍ଜି ରେ ୧୭ ଜଣ ଡାକ୍ତର ବଦଳରେ ବର୍ତ୍ତମାନ ୧୦ ଜଣ ଡାକ୍ତର ଙ୍କ ଉପରେ ଅଛି ସମସ୍ତ କାର୍ଯ୍ୟଭାର ବୋଲି ଡା. ପଣ୍ଡା କହିଥିଲେ। ତେବେ ବିଧାୟକ କହିଛନ୍ତି ଯେ ଯଥାଶୀଘ୍ର ଖାଲି ଥିବା ଡାକ୍ତର ଙ୍କ ପଦବୀ ପୂରଣ ଦିଗରେ ମୁ ପ୍ରୟାସ କରିବି ଓ ଚେଷ୍ଟା କରିବି ଯଥା ଶୀଘ୍ର ପଦବୀ ପୂରଣ କରିବା ପାଇଁ। Edited by k.s thakur...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I...

Image
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I... ପଦ୍ମପୁର,୩୦/୦୫ : ୩୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I ଦାମୋଦର ସୁନା ।  Ad.. ୧୧ ଜଣ ହିତାଧିକାରୀଙ୍କ ନକସା କରାଇଦେବାକୁ ଜଣ ପିଛା ୩୦୦ ଟଙ୍କା ମାଗିଥିଲେ ଲାଞ୍ଚ। ମଧ୍ୟସ୍ଥି ସମଦେବ ବଞ୍ଛୋର ଙ୍କ ମାଧ୍ୟମରେ ନେଉଥିଲେ ଟଙ୍କା । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର ଆରଆଇ ଦାମୋଦର ସୁନା ଓ ମଧ୍ୟସ୍ଥି ସୋମଦେଵ ବନଛୋର ।  ପଦ୍ମପୁର ତହସିଲ ଅଂଚଳରେ ବାଲି ଚୋରା ଚାଲାଣ ପାଇଁ କେତେକ ଆର୍ ଆଇ ମାଫିଆଙ୍କ ଦ୍ବାରା ଟଙ୍କା ନେଉଥିବାର ଚର୍ଚ୍ଚା ହେଉଛି, ଏଥିପାଇଁ ଭିଜିଲାନ୍ସ ନଜର ଦେବାକୁ ସାଧାରଣରେ ଦାବୀ ହେଉଛି । (Report : Bijay ku sahu) Edited by k.s thakur...

ବରଗଡ ମାରୱାଡିପଡା ରାସ୍ତା ଚଉଡା ଦାବି କଲା ଆପ୍...

Image
ବରଗଡ ମାରୱାଡିପଡା ରାସ୍ତା ଚଉଡା ଦାବି କଲା ଆପ୍... ବରଗଡ଼,୨୯/୦୫ : ବରଗଡ଼ ସହରର ଏକ ମୁଖ୍ୟ ରାସ୍ତା ଲେଙ୍ଗୁ ମିଶ୍ର ଛକ ରୁ ଲମ୍ବା ବିଲ୍ଡିଂ ପର୍ଯ୍ୟନ୍ତ ସବୁ ବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ଏହି ରାସ୍ତା କୁ ଚଉଡା କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।  Ad.. ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଏହାକୁ ପ୍ରସସ୍ଥ କାହିଁକି କରାଯିବା ଦରକାର ବୋଲି ଉଲ୍ଲେଖ କରାଯାଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି ଏହି ରାସ୍ତା ଏକ ମାତ୍ର ବିକଳ୍ପ ରାସ୍ତା ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଟ୍ରାଫିକ ସମସ୍ୟା ବହୁଗୁଣରେ ବଢିଯାଇଛି ।  ଛାତ୍ରଛାତ୍ରୀ ଠୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯିବା ଆସିବା କଷ୍ଟକର ହୋଇପଡିଛି । ଏହାର ମୁଖ୍ୟ କାରଣ ହେଉଛି ଜବରଦଖଲ ସରକାରୀ ରାସ୍ତା କୁ କିଛି ଲୋକ ମାଡିବସି ଘର ଦ୍ୱାର ଦୋକାନ ଗୃହ ନିର୍ମାଣ କରି ସରକାର କୁ ଚୁନା ଲଗେଇ ଚାଲିଛନ୍ତି ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ।  ଏହି ରାସ୍ତାରେ ଅଯଥା ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ନାହିଁ ନଥିବା ହଇରାଣ ହେଉଛନ୍ତି ଜନ ସାଧାରଣ । ବାରମ୍ବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୋଗ ସତ୍ତ୍ୱେ ବି ପୌର ପରିଷଦ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ ସେହିପରି ନୂତନ ଜିରା ବ୍ରିଜ ନିର୍ମାଣ ହେବା ଯଦିଓ ତି...

ପଖନମୁଣ୍ଡା ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର ପୁରସ୍କାର...

Image
ପଖନମୁଣ୍ଡା ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର ପୁରସ୍କାର... କଣ୍ଟାବାଞ୍ଜୀ,୨୯/୦୫ : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। Ad.. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପତ୍ର ଅନୁସାରେ ଜୁନମାସ ୫ତାରିଖ ବିଶ୍ବ ପରିବଶ ଦିବସ ଅବସରରେ ଲୋକସେବା କନଭେନସନ ହଲ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରମାଣପତ୍ର ଓ ଚେକ ପ୍ରଦାନ କରାଯିବ। ପ୍ରକାଶ ଥାଉକି ବିଦ୍ୟଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ବିଦ୍ୟଳୟରେ ବର୍ଷ ତମାମ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ବୃକ୍ଷ ରୋପଣ, ବନାଗ୍ନିରୋକିବା,ରକ୍ତ ଦାନ,ନିଶାଦ୍ରବ୍ୟସେବନ ନ କରିବା, ପ୍ଳାଷ୍ଟିକ ବ୍ୟବହାର ନକରିବା, ବାଲ୍ୟବିବାହ ନକରିବା, ଜୈବିକ ସାର ପ୍ରୟୋଗ କରିବା ଉପରେ ଅନେକ କାମ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ମଧ୍ୟ ତାଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ୨୦୧୯ ମସିହାରେ ସରକାରଙ୍କ ଠାରୁ ମାଝୀପଡା ବିଦ୍ୟାଳୟକୁ ପ୍ରକୃତିମିତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପଖନମୁଣ୍ଡା ବିଦ୍ୟାଳୟ ମନୋ...

ନାମକୁ ମାତ୍ର ମଣ୍ଡି,ହେଲେ ସିଧା ସଳଖ ମିଲ୍‌କୁ ଯାଉଛି ଧାନ ! ...

Image
ନାମକୁ ମାତ୍ର ମଣ୍ଡି,ହେଲେ ସିଧା ସଳଖ ମିଲ୍‌କୁ ଯାଉଛି ଧାନ ! ... ସମ୍ବଲପୁର,୨୮/୦୫ : ସମ୍ବଲପୁର ଜିଲ୍ଲାରେ ନାମକୁ ମାତ୍ର ଖୋଲିଛି ମଣ୍ଡି। ବାସ୍ତବରେ ଦେଖିବାକୁ ଗଲେ ମଣ୍ଡି ବ୍ୟବସ୍ଥା ଏଠାରେ କିଛି କାମ କରୁନାହିଁ। ଚାଷୀମାନଙ୍କୁ ସିଧାସଲଖ ନିଜ ଧାନ ମିଲ୍‌କୁ ନେବାକୁ ପଡ଼ୁଛି। ଆଉ, ଧାନ ମିଲ୍‌କୁ ପହଂଚିଲା ପରେ ମିଲ୍‌ ମାଲିକଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଛି।               Ad.. ସମ୍ବଲପୁର ଜିଲ୍ଲାରେ ଗତ ଖରିଫ ଋତୁରେ ୧୩୨ଟି ମଣ୍ଡି/କ୍ରୟକେନ୍ଦ୍ର ‌ଖୋଲିଥିଲା। ରବି ଋତୁରେ ମାତ୍ର ୬୨ଟି ମଣ୍ଡି ଖୋଲିଛି। ଜିଲ୍ଲାର ମୁଖ୍ୟତଃ ସଦର ଏବଂ କୁଚିଣ୍ଡା ଉପଖଣ୍ଡରେ ରବି ଫସଲ ହୋଇଥାଏ। ରବି ଫସଲ ନିମନ୍ତେ କୁଚିଣ୍ଡାରେ ମାତ୍ର ୯୯୮ ଜଣ ଚାଷୀ ପଂଜୀକରଣ କରିଛନ୍ତି।  ତେବେ, ସଦର ଉପଖଣ୍ଡର ମାନେଶ୍ବର, ଧନକଉଡ଼ା, ଯୁଯୁମୁରା ବ୍ଲକ୍‌ର ଅଧିକାଂଶ ଅଂଚଳରେ ରବି ଚାଷ ହୋଇଥାଏ। ‌ରେଂଗାଲି ବ୍ଲକ୍‌ର କିଛି ଅଂଚଳରେ ବି ଚାଷ ହୋଇଥାଏ। ରବି ଋତୁରେ ଖୋଲାଯାଇଥିବା ୬୨ଟି ମଣ୍ଡି ମଧ୍ୟରୁ କୁଚିଣ୍ଡା, ଜମନକିରା ବ୍ଲକ୍‌ର ଷଣ୍ଢପଥର, ବରେଇପାଲି ଭଳି ଅଳ୍ପ କେତୋଟି ମଣ୍ଡିକୁ ଛାଡ଼ିଦେଲେ ଅନ୍ୟ ଠାରେ ଆବଶ୍ୟକ ଭିତ୍ତି ନାହିଁ। ସମ୍ବଲପୁର ଜିଲ୍ଲାରେ ଗତ ୧୫ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ଆରମ୍ଭରୁ ଚାଷୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମଣ୍ଡି/କ୍ରୟକେନ୍ଦ୍ରରେ ବିଭାଗୀୟ ଅଧ...

ଫାଇନାନ୍ସ କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗ ...

Image
ଫାଇନାନ୍ସ କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗ ... ବରଗଡ଼,୨୮/୦୫ : ବରଗଡ଼ ସହରରେ ଦିନକୁ ଦିନ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି ବଢିଚାଲୁଥିବା ବେଳେ ଆଜି ଜଣେ ମହିଳାଙ୍କୁ ଫାଇନାନ୍ସ କର୍ମଚାରୀ ମାଡ଼ ମାରିଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି ।  Ad.. ସୂଚନା ମୁତାବକ ବରଗଡ଼ ସହର ଉପକଣ୍ଠ ଡାଙ୍ଗ ନଦିପଡାରେ ବସବାସ କରୁଥିବା କେତେଜଣ ମହିଳା  ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନୀରୁ ଋଣ ନେଇଥିଲେ । ଋଣ ଟଙ୍କା ମାସକୁ ୨୭ସହ ଟଙ୍କା ଲେଖାଏଁ ପରିଷଦ କରନ୍ତି ମାତ୍ର ଆଜି ଶନିବାର ଦିନ ସୂର୍ଯ୍ୟଦୟା ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ନଦୀପଡା କୁ ଟଙ୍କା ସଂଗ୍ରହ କରିବାକୁ ଆସିଥିବା ବେଳେ ସଦସ୍ୟା ବନିତା ମାଝୀ ଟଙ୍କା ଦେବାରେ ଅଧଘଣ୍ଟା ଲେଟ ହେବାରୁ  ଫାଇନ ଆକାରରେ ୬ ଶହ ଟଙ୍କା ନେଇଥିଲେ ।  ମାତ୍ର ଫାଇନ ଦେଇଥିବା ୬ଶହ ଟଙ୍କା ବାବଦକୁ ସଦସ୍ୟା ବନିତା ମାଝୀ ରସିଦ ମାଗିବାରୁ ସେ ରସିଦ ଦେବାକୁ ମନା କରିଥିଲେ । ତେବେ ଟଙ୍କା ଦେଇ ରସିଦ ନପାଇବାରୁ ବଳକା ଋଣ ରୁ ୬ସହ ଟଙ୍କା କାଟିବାକୁ ବନିତା ମାଝୀ କହିଥିଲେ। ଏତିକିରେ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ଉତକ୍ଷିପ୍ତ ହୋଇ ଋଣ ନେଇଥିବା ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଲିଦେଇଥିଲେ ଓ ତାଙ୍କର ଗାଲକୁ ଶକ୍ତ ତିନି ଚାପୁଡ଼ା ମାରିଥିଲେ ।  ଏଥିରେ  ଡାଙ୍ଗ ନଦୀପଡା ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ଗତକାଲି ବରଗଡ଼ ଟାଉନ ଥ...

ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ ସପର୍ଣ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶାନ୍ତିପୂର୍ଣ୍ଣ ଶୀତଳଷଷ୍ଠୀ ପାଳନ , ସହରବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ପୂଜା କମିଟି...

Image
ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ ସପର୍ଣ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶାନ୍ତିପୂର୍ଣ୍ଣ ଶୀତଳଷଷ୍ଠୀ ପାଳନ , ସହରବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ପୂଜା କମିଟି... ବରଗଡ଼,୨୭/୦୫ :  ମର୍ତ୍ତ୍ୟ ଲୋକରେ ଦେବ ବିବାହ ସପର୍ଣ ହୋଇଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ସହର ଉତ୍ସବ ମୁଖର ଶିବ ମୟ ହୋଇପଡିଛି । ସହରରେ ଅବସ୍ଥିତ ହୋଇଛି ସ୍ବପ୍ନେଶ୍ବରମହାଦେବ ଓ ବାର୍ବତୀ ଙ୍କ ଶୁଭ ବିବାହ ।            Ad.. ବରଆଆଗମନ ପରେ ବିଲମ୍ବିତ ରାତିରେ ବ୍ରହ୍ମ ମୂହୁର୍ତ୍ତରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ହାତଗଣ୍ଠି ପଡିଛି । ଆଜି ବିରାଟ ଶୋଭାଯାତ୍ରାରେ ଲେଉଟାଣି ।  ପଦ୍ମପୁର କଟାବନ୍ଧ ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଶିତଳଷଷ୍ଠୀ ପାଳନ କମିଟି ତରଫରୁ ନିର୍ଦ୍ଦାରିତ ହୋଇଥିବାପାର୍ବତୀ ଙ୍କ ପିତା ଅରୁଣ ଦାନୀ ଓ ମାତା ରୂପାରାଣୀ ଦାନୀ ରୂପେ ବରଣ ହୋଇଥିବା ବାସଗୃହ ବିବାହ ସପର୍ଣ ହୋଇ ବରପିତା ପ୍ରଶାନ୍ତ ସାହୁ ଓ ମାତା ରାଜଶ୍ରୀ ସାହୁ ଙ୍କ ସହ ସମବେତ ଭକ୍ତଗଣ ଙ୍କ ସହ ସ୍ବପ୍ନେଶ୍ବର ମନ୍ଦିର କୁ ଫେରିଛନ୍ତି। ଗତ ୨୬ ତାରିଖ ସକାଳ ୭ଘଣ୍ଟା ସମୟରେ ସ୍ବପ୍ନେଶ୍ବର ମନ୍ଦିରରେ ପୂର୍ଣ୍ଣାହୂତିପ୍ ସହ ରତିଷ୍ଠା ସହ ହୋମ ଅନୁଷ୍ଠିତ ହୋଇଯାଇଛି । ସ୍ବପ୍ନେଶ୍ବର ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଙ୍କ ତତ୍ବାବଧାନରେ ପଣ୍ଡିତ ଆଚାର୍ଯ୍ୟ ଅତ୍ରାହୀ ଭଞନ ...

ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ...

Image
ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ... ବରଗଡ଼,୨୭/୦୫ : ଗତକାଲି ପୂର୍ବାହ୍ନରେ ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଜିଲ୍ଲା ପରିଷଦ  ଅଧକ୍ଷା  ଶ୍ରୀମତୀ ମାନିନୀ ଭୋଇ ଙ୍କ ଅଧକ୍ଷତା ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।         Ad.. ଉକ୍ତ ବୈଠକ  ରେ  ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ,ମନ୍ତ୍ରୀ ଶ୍ରୀମତୀ ରିତା ସାହୁ,ଜିଲ୍ଲା ଯୋଜନା, ବୋର୍ଡ ଅଧ୍ୟକ୍ଷ   ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ,     ବିଧାୟିକା, ଅତାବିରା,    ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,  ଶ୍ରୀ ସୁରେଶ୍ୱର ଶତପଥୀ ସାଂସଦ  ପ୍ରତନିଧି,  ଉପ ସଭାପତି, ଜିଲ୍ଲା ପରିଷଦ, ଶ୍ରୀ ମୋହନ ଲୁହା, ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ, ଜିଲ୍ଲା ପରିଷଦ ର ଅନ୍ୟାନ୍ୟ ସଭ୍ୟ ସଭ୍ୟା, ଗଣ ମାଧ୍ୟମର ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ବିଭିନ୍ନ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ କୃଷି ବିଭାଗର ସମୀକ୍ଷା ବେଳେ ଚାଷୀଙ୍କୁ ଇନ୍ସ୍ୟୁରାନ୍ସ ପ୍ରଦାନ ତଥା ବିଭିନ୍ନ ପ୍ରକାର ବିହନ ଓ ସାର ପ୍ରଦାନ କ୍ଷେତ୍ରରେ ବିଳମ୍ବ ନହେବା ପାଇଁ ଜିଲ୍ଲ...

ବର୍ଦ୍ଧମାନ ମହାବୀର କଲେଜର ପ୍ରତିଭା ସମ୍ମାନ ସମାରୋହ...

Image
ବର୍ଦ୍ଧମାନ ମହାବୀର କଲେଜର ପ୍ରତିଭା ସମ୍ମାନ ସମାରୋହ... ବରଗଡ଼,୨୭/୦୫ : ବର୍ଦ୍ଧମାନ ମହାବୀର ଯୁକ୍ତ ଦୁଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ଚଳିତ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ଅଧିକ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଜିଲ୍ଲାର ସମସ୍ତ ୩୧୮ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଏକ ବିଶେଷ ସମାରୋହରେ ସମ୍ମାନିତ କରାଯାଇଛି।  Ad.. ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଜ୍ୟୋତି କାନ୍ତ ସାହୁ, ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ, ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ଡକ୍ଟର ସୁଜିତ କୁମାର ପୃଷେଠ ଯୋଗଦେଇ ଗଭୀର ଅଧ୍ୟବସାୟ, କର୍ତ୍ତବ୍ୟ ନିଷ୍ଠା ଓ ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ଛାତ୍ର ଛାତ୍ରୀ ଜୀବନରେ ଉନ୍ନତି କରିପାରିବେ ବୋଲି ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସଙ୍ଗୀତା ପ୍ରଧାନ, ପରିଚାଳକ ବିପିନ୍ ଗୁପ୍ତା, କୋଟାର ଶିକ୍ଷକ ଆକାଶ ସିଂ ରାଞ୍ବତ, ଅମିତ୍ ବିଶ୍ଵକର୍ମା, ରାଧେଶ୍ୟାମ ମେହେତା, ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦାନ କରି...

ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା : ପ୍ରେସମିଟ୍ କରି ସୂଚନା ଦେଲେ ବଲାଙ୍ଗୀର ଏସପି...

Image
ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା :  ପ୍ରେସମିଟ୍ କରି ସୂଚନା ଦେଲେ ବଲାଙ୍ଗୀର ଏସପି... ବଲାଙ୍ଗୀର,୨୬/୦୫ : ବଲାଙ୍ଗୀରରେ ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ଦୁଇ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ୍ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । କ୍ରାଇମସିନ୍ ରିକ୍ରିଏସନ ପରେ କୋର୍ଟ ଚାଲାଣ କରିଛି ପୋଲିସ ।  Ad.. ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ପ୍ରେସମିଟ କରି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।  ଦୁଇ ହତ୍ୟା ଅଭିଯୁକ୍ତ ବିମଲ ରାଉଳ ଓ ପ୍ରିତମ କଲତାଙ୍କୁ ଗତକାଲି ଜିଲ୍ଲା ବାହାରୁ ଉଠାଇଥିଲା ପୋଲିସର ସ୍ବତନ୍ତ ଟିମ୍ । ପୂର୍ବରୁ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ କୌଣସି ପରିଚୟ ନଥିଲା ।  ତେବେ ବଚସାରୁ ହିଁ ଛୁରାମାଡ କରିଥିଲେ ଅଭିଯୁକ୍ତ । ସେପଟେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପଚରାଉଚରା ଚାଲିଛି ବୋଲି କହିଛନ୍ତି ଏସପି ।  Edited by k.s thakur...

ଦିନବେଳେ ଜଳୁଥିବା ଷ୍ଟ୍ରୀଟ ଲାଇଟ ବନ୍ଦ ହେବ କେବେ !

Image
ଦିନବେଳେ ଜଳୁଥିବା ଷ୍ଟ୍ରୀଟ ଲାଇଟ ବନ୍ଦ ହେବ କେବେ ! ବରଗଡ଼,୨୬/୦୫ : ୟେ ହେଉଛି ବରଗଡ଼ ଏଠି ସବୁ ଗଡ଼ବଡ଼ ! ହଁ ଆଜ୍ଞା ଏହି ଉକ୍ତି ଟି ର ଯଥାର୍ଥତା ଅଛି ଭଳି ଲାଗୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ପୌର ପରିଷଦ ଅଞ୍ଚଳରେ ଦିନ ଦିପହରେ ଷ୍ଟ୍ରୀଟ ଲାଇଟ ଜଳୁଛି ।  Ad.. ଦିନେ କି ଦୁଇ ଦିନ ନୁହଁ ଦଶ ଦିନରୁ ଅଧିକ ହେବ ହାଇମେକ୍ସ ଲାଇଟ ଜଳୁଥିବା ଅଭିଯୋଗ କରିଛନ୍ତି ଭବାନୀ ସାହୁ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ । ଶ୍ରୀ ସାହୁ ଏହା ଆହୁରି କହିଛନ୍ତି ଯେ ଏହା କେତେ ଦିନରୁ ଜଳୁଛି ଯେ କହିବା କଷ୍ଟକର ।  ଅନେକ ସଚେତନ ନାଗରିକ ବରଗଡ଼ ପୌର ପରିଷଦ କୁ ଅଭିଯୋଗ କଲେ ବି କେହି କର୍ଣ୍ଣପାତ ସୁଦ୍ଧା କରୁନାହାନ୍ତି  ଓଲଟା କହୁଛନ୍ତି ଯେ ଏଟା ତ ମୁନିସିପାଳିଟି ଇଲେକ୍ଟ୍ରିକ ଟଙ୍କା ଦଉଛି ତମର କଣ ଗଲା ।  ସମସ୍ତେ ଜାଣିଛନ୍ତି ଶକ୍ତି ସଂରକ୍ଷଣ ପାଇଁ ସରକାର ମାନେ ବେଶ ସଚେତନତା ସୃଷ୍ଟି କରିଥାନ୍ତି କିନ୍ତୁ ପୌର ପରିଷଦ କାହିଁକି ବେପରୁଆ ମନୋଭାବ ରଖୁଛି ତାହା ଜଣା ପଡୁନି । ଏହାକୁ ଶୀଘ୍ର ବନ୍ଦ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି । Report : Bijay ku sahu.. Edited by k.s thakur...

ଜିଲ୍ଳା ପ୍ରଶାସନ, ମିଲର ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା...

Image
ଜିଲ୍ଳା ପ୍ରଶାସନ, ମିଲର ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା... ପଦ୍ମପୁର,୨୬/୦୫ : ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲା କୁ କୁହାଯାଉଥିବା ବେଳେ ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ର ଭିନ୍ନ ପରିଚୟ ଅଟେ।କେତେବେଳେ ଦାଦନ ସମସ୍ୟା ତ ଆଉ କେତେବେଳେ ମରୁଡ଼ି ଆଉ କେବେ ଧାନ ଠିକ ଉତ୍ପାଦନ ହୋଇଥିଲା ବେଳେ  ବିକ୍ରି ପ୍ରସଙ୍ଗ ସବୁବେଳେ ଚର୍ଚ୍ଚା ଥାଏ ।               Ad.. ୨୦୨୦ ଖରିଫ ଟୋକନ ଥାଇ ମଧ୍ୟ ୧୨ ହଜାର ଚାଷୀ ଙ୍କ ୨ ଲକ୍ଷ ୫୫ ହାଜର କ୍ୟୁଣ୍ଟାଲ ଧାନ ବିକ୍ରି ନ ହେବା କାରଣ ରୁ ଦୁଇ ମାସ ରୁ ଉର୍ଦ୍ଧ୍ବ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାନ ରଖି ଆନ୍ଦୋଳନ କିଏ ବା ଭୁଲିପାରିବ। ଚଳିତ ଖରିଫ ଋତୁରେ ପଦ୍ମପୁର ବିଧାନସଭା ଉପ ନିର୍ବାଚନ କାରଣରୁ ସର୍ଵଧିକ 30 ଲକ୍ଷ କ୍ୟୁଣ୍ଟାଲ ଧାନ ବିକ୍ରି ହୋଇପାରିଥିଲା।ରବି ଋତୁରେ ମଧ୍ୟ ପଦ୍ମପୁର ଆର ଏମ୍ ସି ତତ୍ପାବଧାନ ରେ ଛଅ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି।  ୧୨ ମଇରୁ ମଣ୍ଡି ଖୋଲା ହୋଇ ୨ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଲାଣି।ପୂର୍ବ ବର୍ଷ ପରି ବସ୍ତା ସମସ୍ୟା ଏବଂ କଟନୀ ଛଟନୀ ଫଳରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନିରୁତ୍ସାହିତ।ରାଜବୋଡାସମ୍ବର କୃଷକ ସଙ୍ଗଠନ ଏହି ସମସ୍ୟା ର ସମାଧାନ ପାଇଁ ପ୍ରଶାସନ କୁ ଲିଖି...

୫୦ ତମ ୨୪ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି, ନଗର ପରିକ୍ରମା ପରେ ସମାପନ...

Image
୫୦ ତମ ୨୪ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି, ନଗର ପରିକ୍ରମା ପରେ ସମାପନ... କଣ୍ଟାବାଞ୍ଜି,୨୫/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଶୋକ ନଗର ଧୁବାପଡା ଭିକ୍ଷା ବିନୋଦ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ୫୦ ତମ ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨୪ ପ୍ରହର ନାମଯଜ୍ଞର ଆୟୋଜନ କରାଯାଇଥିଲା। Ad.. ଏହି ଅବସରରେ ପ୍ରଥମ ଦିନରେ ଅଧିବାସ ପାଇଁ ପଡ଼ା ଲୋକଙ୍କୁ ନେଇ କଳସ ଶୋଭାଯାତ୍ରାର  ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗୁରୁଶ୍ରୀ ଅଦ୍ୟୁତ ଚରଣ ଦାସ ମହାରାଜ  ଙ୍କୁ ଏକ ସୁସଜ୍ଜିତ ରଥ ରେ ବସାଇ ଘୁମୁରା ବାଦ୍ୟ ର ତାଳେ ତାଳେ ପଡ଼ା ର ଶତାଧିକ ମହିଲା ପୁରୁଷ କଳସ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ଉପରାନ୍ତେ ପ୍ରହରୀ ମଣ୍ଡପ କୁ ପହଂଚି ଥିଲେ। ଏହି ଚବିଶ ପ୍ରହରୀ ନାମ ଯଜ୍ଞରେ କର୍ତା ଭାବରେ ସୁରେଶ ଭିତ୍ରିଆ ଓ ତାଙ୍କ ସହ ଧର୍ମିଣୀ ଏବଂ ଉତ୍ତମ ଅଗ୍ରୱାଲ ଓ ତାଙ୍କ ସହ ଧର୍ମିଣୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟ ପୂଜକ ଭାବରେ ଛନ୍ଦା ଚରଣ ମିଶ୍ର ଦାୟିତ୍ୱ ଗ୍ରହଣ କରିଥିଲେ। କମିଟି ପକ୍ଷରୁ ଲୋକଙ୍କୁ ଏକ ସୁନ୍ଦର ବାର୍ତା ଦେବା ପାଇଁ ସୁବର୍ଣ୍ଣ ଜୟନ୍ତୀ ଅବସରରେ ପଡ଼ା ରେ ଯେଉଁ ପୂର୍ବ ପୁରୁଷ ମାନେ ନାମ ସଂକୀର୍ତ୍ତନ କୁ ବଞ୍ଚାଇବାରେ ଅବଦାନ ରହିଛି ସେହି ପୂର୍ବ ପୁରୁଷ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା। ନାମ ସଂକୀର୍ତ୍ତନ କୁ ବଞ୍ଚାଇବାରେ ଓ ଅଶୋକ ନଗର ନାମ ସଂକୀର୍...

ଡାକ୍ତର ଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ ଘଟଣା,ସିଡିଏମଓ ଙ୍କ ତଦନ୍ତ...

Image
ଡାକ୍ତର ଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ ଘଟଣା,ସିଡିଏମଓ ଙ୍କ ତଦନ୍ତ... କଣ୍ଟାବାଞ୍ଜି,୨୫/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ଙ୍କ ଅବହେଳା  ଯୋଗୁଁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  Ad.. ଧାମନଡଙ୍ଗା ଗାଁ ର ମଦନ ମାଝୀ ଙ୍କ ସ୍ତ୍ରୀ ଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ରଖିଥିଲେ । ଏହି ଡାକ୍ତରଖାନାରେ ରଖିବା ସତ୍ତ୍ୱେ ମଧ୍ୟ ବିଭାଗୀୟ ଡାକ୍ତର ଠିକ ରେ ଚିକିତ୍ସା କରି ନ ଥିବା ଅଭିଯୋଗ କରିବା ସହ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ସ୍ତ୍ରୀ ଓ ପ୍ରସୁତି ବିଭାଗ ରେ ପରିବାର ବର୍ଗ ପକ୍ଷରୁ ଉତ୍ତେଜନା ଲାଗି ରହିଥିଲା । ପରିବାର ପକ୍ଷରୁ ମୃତ ଶିଶୁର ବାପା ମଦନ ମାଝି ଦେଇଥିବା ଅଭିଯୋଗ ଅନୁସାରେ ଡାକ୍ତର ଖାନାର ପଛ ପଟେ ରହିଥିବା ସ୍ତ୍ରୀ ଓ ପ୍ରସୁତି ବିଭାଗ ରେ ନିଜ ଗର୍ଭବତୀ  ସ୍ତ୍ରୀକୁ ଭର୍ତି କରିଥିଲେ ।  ଡାକ୍ତର ନିଜେ  ଆସି ପିଲା ଜନ୍ମ ହେଇଛି ହେଲେ ଗୁରୁତର ରହିଥିବା ସୂଚନା ଦେଇଥିଲେ । ଏହାକୁ ନେଇ ଡାକ୍ତର ଖାନା ରେ ହିଁ ଡାକ୍ତର ବଦଲରେ ସେଠାରେ ରହିଥିବା ନର୍ସ ମାନେ ହିଁ ପ୍ରସବ କରିଥିବା ଅଭିଯୋଗ ହୋଇଛି । ଡାକ୍ତର ଶିଶୁ ପୁତ୍ର ଠିକ ଥିବା ପ୍ରଥମେ କହିଥିବା ବେଳେ ପରେ ମୃତ୍ୟୁ କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ପରିବାର ବର୍ଗ ।  ଏହାକୁ ନେଇ ଡାକ୍ତ...

ରାଜ୍ୟସଭା ସାଂସଦ ଗାଡ଼ି ଧକ୍କା ରେ ଯୁବକ ମୃତ୍ୟୁ ଘଟଣା : ସାଂସଦ ଙ୍କ ଗିରଫ ଦାବୀ କଲା ଜିଲ୍ଲା ବିଜେପି...

Image
ରାଜ୍ୟସଭା ସାଂସଦ ଗାଡ଼ି ଧକ୍କା ରେ ଯୁବକ ମୃତ୍ୟୁ ଘଟଣା : ସାଂସଦ ଙ୍କ ଗିରଫ ଦାବୀ କଲା ଜିଲ୍ଲା ବିଜେପି... କଣ୍ଟାବାଞ୍ଜି,୨୫/୦୫ : ଗତକାଲି ଶୀତଳ ଷଷ୍ଠୀ ଯାତ୍ରା ରେ ଯୋଗ ଦେବାକୁ ଯାଉଥିବା ବେଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡି (ଓଡି ୦୩ଏକ୍ସ ୪୬୧୩) ପାଟଣାଗଡ଼ – ଗାଇସିଲାଟ ମୁଖ୍ୟ ରାସ୍ତାରେ ତମିଆଁ - ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ( ଓଡି ୦୩ ଡି ୭୬୦୯) ଧକ୍କା ଦେଇଥିଲା।  Ad.. ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ରାସ୍ତା କଡରେ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଆଜି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଗୋଟିଏ ପ୍ରେସ ବିବୃତି ରେ ଗତକାଲି ଘଟଣା କୁ ନେଇ ସାଂସଦ ନିରଂଜନ ବିଶି ଙ୍କ ଗିରଫ ଦାବୀ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଚାରି ଚକିଆ ଯାନ ଗୋଟିଏ  ସ୍କୁଟି ଚାଳକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫରାର ମାରି ଥାନାରେ ଯାଇ ସରଣ୍ଡର କରିଥିଲା।କିନ୍ତୁ ନିଜେ ନିରଞ୍ଜନ ବିଶି ଗାଡ଼ି ଭିତରେ ଥାଇ ମଧ୍ୟ ଆହତ ଯୁବକକୁ ସାହାଯ୍ୟ କଲେ ନାହିଁ କାହିଁକି। ଯଦ୍ୱାରା ଆହତ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଶିବାଜୀ ମହାନ୍ତି କହିଛନ୍ତି ଯେ ରାଜ୍ୟସଭା ସାଂସଦ ଜଣେ ଆଦିବାସୀ ନେତା ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। କିନ୍ତୁ ଜଣେ ଆଦିବାସୀ ହୋଇ ଆଉ ଜଣେ ଆଦିବାସୀ ଯୁବକ ପ୍ରତି ସେ ମାନବିକତା ନ ଦେଖା...

ପିକଅପ ଭେନ ଓଲଟି ୮ ମହିଲା ଗୁରୁତର, ଶୀତଳ ଷଷ୍ଠୀ ଦେଖି ଯାଉଥିବା ବେଳେ ଅଘଟଣ...

Image
ପିକଅପ ଭେନ ଓଲଟି ୮ ମହିଲା ଗୁରୁତର, ଶୀତଳ ଷଷ୍ଠୀ ଦେଖି ଯାଉଥିବା ବେଳେ ଅଘଟଣ... ନବରଙ୍ଗପୁର/ଝରିଗାଁ,୨୫/୦୫ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକାମ୍ବା ଗ୍ରାମ ଏବଂ ଅଞ୍ଚଳା ଗ୍ରାମ ମଧ୍ୟରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହେବା ଯୋଗୁଁ ୮ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।           Ad.. ସୂଚନା ଅନୁସାରେ, ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ବିଶ୍ୱମପୁରୀଆ ସାହି ଗ୍ରାମ ଏବଂ କଚିଆସାଇ ଗ୍ରାମର ପ୍ରାୟ ୩୦ ଜଣ ଗାୟତ୍ରୀ ପରିବାର ମହିଳା ସଦସ୍ୟ ମାନେ ସିଜି୦୪ଜେଏ୩୦୨୫ ନମ୍ବର ପିକଅପ୍ ଭ୍ୟାନରେ ଉମରକୋଟରେ ଚାଲିଥିବା ଶୀତଳ ଷଷ୍ଠୀ ପୂଜାରେ ଯୋଗଦେବା ପାଇଁ ଯାଉଥିଲେ।  ତେବେ ଏକାମ୍ବା ଗ୍ରାମ ଏବଂ ଅଞ୍ଚଳା ଗ୍ରାମ ମଝିରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଧକ୍କା ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ପିକଅପ୍ ଭ୍ୟାନ ଭିତରେ ବସିଥିବା ପିଙ୍କି ସନ୍ତା(୧୫), ସୁଶୀଳା ସନ୍ତା(୨୦), ସୁନୀତା ସନ୍ତା(୧୨),ଚଂଚଳା ସନ୍ତା(୩୫), ସଜନୀ ସନ୍ତା(୩୦),ଭଗବତୀ ସନ୍ତା(୪୫), ଲିମ୍ବେ ସନ୍ତା(୨୮), ଯମୁନା ସନ୍ତା (୨୮) ପ୍ରମୁଖ ଗୁରୁତର ଆହତ ହୋଇଥିବା ବେଳେ ୧୨ ଜଣ ମହିଳା ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।  ସେହିପରି ଦୁର୍ଘଟଣା ପରେ କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେବା ପରେ ସମସ୍ତ ଗୁରୁତରମାନଙ୍କ...

ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶୀତଳଷଷ୍ଠୀ ପାଳନ...

Image
ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶୀତଳଷଷ୍ଠୀ ପାଳନ... ବରଗଡ଼/ପଦ୍ମପୁର,୨୫/୦୫ : ମର୍ତ୍ତ୍ୟ ଲୋକରେ ଦେବ ବିବାହ । ଉତ୍ସବ ମୁଖର ପଦ୍ମପୁର । ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଅବସ୍ଥିତ ହୋଇଛି ମହାଦେବ ଓ ବାର୍ବତୀ ଙ୍କ ଶୁଭ ବିବାହ । Ad..    ବିଳମ୍ବିତ ରାତିରେ ବ୍ରହ୍ମ ମୂହୁର୍ତ୍ତରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ହାତଗଣ୍ଠି ପଡିଛି । ଆଜି ବିରାଟ ଶୋଭାଯାତ୍ରାରେ ଲେଉଟାଣି ।  ପଦ୍ମପୁର କଟାବନ୍ଧ ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଶିତଳଷଷ୍ଠୀ ପାଳନ କମିଟି ତରଫରୁ ନିର୍ଦ୍ଦାରିତ ହୋଇଥିବାପାର୍ବତୀ ଙ୍କ ପିତା ଅରୁଣ ଦାନୀ ଓ ମାତା ରୂପାରାଣୀ ଦାନୀ ରୂପେ ବରଣ ହୋଇଥିବା ବାସଗୃହ ବିବାହ ସପର୍ଣ ହୋଇ ବରପିତା ପ୍ରଶାନ୍ତ ସାହୁ ଓ ମାତା ରାଜଶ୍ରୀ ସାହୁ ଙ୍କ ସହ ସମବେତ ଭକ୍ତଗଣ ଙ୍କ ସହ ସ୍ବପ୍ନେଶ୍ବର ମନ୍ଦିର କୁ ଫେରିବେ ।  ଗତ ୨୧ ତାରିଖ ରୁ ଆରମ୍ଭ ହୋଇଥିବା ପଦ୍ମପୁର ସାର୍ବଜନୀନ ସ୍ବପ୍ନେଶ୍ବର ବାବା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ମାତା ପାର୍ବତୀ ଓ ପିତା ମହାଦେବ ଙ୍କ ଶୁଭ ବିବାହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । (Report : Bijay ku sahu) Edited by k.s thakur...

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ପ୍ରେସ୍ର ବିବୃତି...

Image
ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ପ୍ରେସ୍ର ବିବୃତି... ବରଗଡ଼,୨୫/୦୫ : ବରଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂତନ ରେଳପଥ ଏବେ ପୂରଣ ହେବାକୁ ଯାଉଛି। ଏହାଦ୍ବାରା ଚିର ଅବହେଳିତ ପଦ୍ମପୁର ଉପଖଣ୍ଡରେ ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିଛି।            Ad.. ବରଗଡ଼ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ରେଳଲାଇନ ଦ୍ଵାରା ଯୋଡ଼ି ହୋଇଯିବ। କିନ୍ତୁ, ଏହି ରେଳ ପ୍ରକଳ୍ପର ସ୍ଵୀକୃତି ପାଇବା ସେତେ ସହଜ ନ ଥିଲା। ଏଥିପାଇଁ ବିଭିନ୍ନ ସମୟରେ ଆମର ସାଂସଦ, ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରୟାସ କରିଛନ୍ତି।  ଏଥିପାଇଁ ତତ୍କାଳୀନ ସାଂସଦ ସ୍ବର୍ଗତ କୃପାସିନ୍ଧୁ ଭୋଇ, ପ୍ରସନ୍ନ ଆଚାର୍ଯ୍ୟ,  ପ୍ରଭାସ ସିଂହ ତଥା ବର୍ତ୍ତମାନ ସାଂସଦ ସୁରେଶ ପୂଜାରୀ ଓ  ବସନ୍ତ ପଣ୍ଡାଙ୍କ ଯଥେଷ୍ଟ ଭୂମିକା ରହିଛି। ତେବେ, ଏହି ରେଳ ଲାଇନ ସ୍ଵୀକୃତି ପାଇବା ଖୁସି ଅବସରରେ ଏହି କଣ୍ଟକିତ ପଥକୁ ସୁଗମ କରିବା ପ୍ରୟାସରେ ହାତ ବଢେଇଥିବା ବ୍ୟକ୍ତିମାନଙ୍କ ବିଷୟରେ ସମସ୍ତଙ୍କୁ ଜଣାଇବାକୁ ଏକ ପ୍ରୟାସ କରାଯାଇଛି। ଚାରି ଦଶକରୁ ଊର୍ଦ୍ଧ୍ବ ସମୟରୁ ତତ୍କାଳୀନ ସାଂସଦ ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କ ଦ୍ଵାରା ଉତ୍ଥାପିତ ଏହି ଦାବୀକୁ ରେଳବାଇ ଦ୍ବାରା ସର୍ଭେ କରାଯାଇ ଆବଶ୍ୟକ ପ୍ରତିଫଳ ଦର (rate of return / ROR) ଅଭାବରୁ ସ୍ଵୀକୃତ ହୋଇ ପାରିନଥିଲା...

ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ର ମୃତ୍ୟୁ...

Image
ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ର ମୃତ୍ୟୁ... ପାଟଣାଗଡ଼,୨୪/୦୫  : ଗାଇସିଲାଟ ମୁଖ୍ୟ ରାସ୍ତାରେ ଥିବା ତମିଆଁ ଛକ ଓ ସୁନାମୁଦି ଛକ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ରାଜ୍ୟସଭା ସାଂସଦଙ୍କ ଚାରିଚକିଆ ଗାଡି ଏକ ସ୍କୁଟିକୁ ଧକ୍କା ଦେବା ଦ୍ବାରା ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। Ad.. କୌଣସି ଏକ କାମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡି (ଓଡି ୦୩ଏକ୍ସ ୪୬୧୩) ଯୋଗେ ବାହାରିଥିଲେ। ସେ ପାଟଣାଗଡ଼ – ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ତମିଆଁ ଛକ ଓ ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ( ଓଡି ୦୩ ଡି ୭୬୦୯) ଧକ୍କା ଦେଇଥିଲା।  ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ରାସ୍ତା କଡରେ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏବେ ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିବା ଜଣାପଡିଛି।  ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ(୩୫)। ବର୍ତ୍ତମାନ ଟଙ୍କଧରଙ୍କ ପରିବାରବର୍ଗ ପହଞ୍ଚି ନ ଥିବା ବେଳେ ସେମାନେ ପହଞ୍ଚିଲେ ଯାଇ ଶରୀର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ରାଜ୍ୟସଭା ସାଂସଦଙ୍କ ଗାଡ଼...

ଭଟଲି ଥାନା ଝିକିଝିକି ଗାଁ ରେ ୪ ଜଣ ଙ୍କୁ ହତ୍ୟା...

Image
ଭଟଲି ଥାନା ଝିକିଝିକି ଗାଁ ରେ ୪ ଜଣ ଙ୍କୁ ହତ୍ୟା... ବରଗଡ଼,୨୩/୦୫ : ବରଗଡ ଭଟଲି ଝିକିଝିକି ଗାଁରେ ବନ୍ଦ ଘର ଭିତରୁ ୪ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ବାପା, ମାଆ, ସହ ପୁଅ ଝିଅଙ୍କୁ ଲୁହା ଛଡରେ ପିଟିପିଟିି ହତ୍ୟା !            Ad.. ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ସନ୍ଦେହ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ ତାଙ୍କର ସ୍ତ୍ରୀ ଶିବାଗ୍ରୀ(୪୮), ପୁଅ ଚୂଡାମଣି(୧୫) ଓ ଝିଅ ଶ୍ରାବଣୀ(୧୦)। ଅଭିଯୁକ୍ତ ଜଣକ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।  ଅଭିଯୁକ୍ତ ଜଣକ ହେଲେ, ଉକ୍ତ ଗ୍ରାମର ଶିବ ବାଗ(୫୮)।ଝିକିଝିକି ଗାଁ ରେ ଚାରିଜଣକୁ ହତ୍ୟା ।ପାଇଖାନା କୁ ନେଇ ଗଣ୍ଡଗୋଳ । ଅଭିଯୁକ୍ତ ସୈତାନ କାକା ନିଜ ପୁତୁରା ସମେତ ପୁତୁରା ବହୁ ଓ ତାଙ୍କର ଦୁଇଜଣ ନାବାଳକ ପୁଅ ଝିଅ କୁ ବିଭତ୍ସ ହତ୍ୟାକାଣ୍ଡ ଭିଆଇ ଭଟଲି  ଥାନାରେ କରିଛି ଆତ୍ମସମର୍ପଣ ।  ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଝିକିଝିକି ଗାଁ ରେ । ତେବେ ଦୀର୍ଘ ଦିନରୁ ଉଭୟ କାକା ପୁତୁରା ମଧ୍ୟରେ ଜମିବାଡ଼ି କୁ ନେଇ ଗଣ୍ଡଗୋଳ ଲାଗି ରହୁଥିବା ବେଲେ ଘର ଭିତରେ ତିଆରି ହୋଇଥିବା ଏକ ପାଇଖାନା କୁ ନେଇ ଏହି ଉଭୟଙ୍କ ମଧ୍ୟରେ ଲାଗିରହିଥିବା ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଏହାକୁ ନେଇ ଗାଁ ରେ ଥିବା ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ବସିଥିଲା ...