ଫାଇନାନ୍ସ କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗ ...

ଫାଇନାନ୍ସ କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗ ...

ବରଗଡ଼,୨୮/୦୫ : ବରଗଡ଼ ସହରରେ ଦିନକୁ ଦିନ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି ବଢିଚାଲୁଥିବା ବେଳେ ଆଜି ଜଣେ ମହିଳାଙ୍କୁ ଫାଇନାନ୍ସ କର୍ମଚାରୀ ମାଡ଼ ମାରିଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । 

Ad..



ସୂଚନା ମୁତାବକ ବରଗଡ଼ ସହର ଉପକଣ୍ଠ ଡାଙ୍ଗ ନଦିପଡାରେ ବସବାସ କରୁଥିବା କେତେଜଣ ମହିଳା  ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନୀରୁ ଋଣ ନେଇଥିଲେ । ଋଣ ଟଙ୍କା ମାସକୁ ୨୭ସହ ଟଙ୍କା ଲେଖାଏଁ ପରିଷଦ କରନ୍ତି ମାତ୍ର ଆଜି ଶନିବାର ଦିନ ସୂର୍ଯ୍ୟଦୟା ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ନଦୀପଡା କୁ ଟଙ୍କା ସଂଗ୍ରହ କରିବାକୁ ଆସିଥିବା ବେଳେ ସଦସ୍ୟା ବନିତା ମାଝୀ ଟଙ୍କା ଦେବାରେ ଅଧଘଣ୍ଟା ଲେଟ ହେବାରୁ  ଫାଇନ ଆକାରରେ ୬ ଶହ ଟଙ୍କା ନେଇଥିଲେ । 

ମାତ୍ର ଫାଇନ ଦେଇଥିବା ୬ଶହ ଟଙ୍କା ବାବଦକୁ ସଦସ୍ୟା ବନିତା ମାଝୀ ରସିଦ ମାଗିବାରୁ ସେ ରସିଦ ଦେବାକୁ ମନା କରିଥିଲେ । ତେବେ ଟଙ୍କା ଦେଇ ରସିଦ ନପାଇବାରୁ ବଳକା ଋଣ ରୁ ୬ସହ ଟଙ୍କା କାଟିବାକୁ ବନିତା ମାଝୀ କହିଥିଲେ। ଏତିକିରେ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ଉତକ୍ଷିପ୍ତ ହୋଇ ଋଣ ନେଇଥିବା ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଲିଦେଇଥିଲେ ଓ ତାଙ୍କର ଗାଲକୁ ଶକ୍ତ ତିନି ଚାପୁଡ଼ା ମାରିଥିଲେ । 

ଏଥିରେ  ଡାଙ୍ଗ ନଦୀପଡା ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ଗତକାଲି ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାଜ୍ୟସରକାର ମହିଳାଙ୍କୁ ଶଶକ୍ତି କରିବା ନେଇ ଅନେକ ଯୋଜନା ତିଆରି କରୁଥିବା ବେଳେ ଫାଇନାନ୍ସ କର୍ମଚାରୀ ଙ୍କ ମହିଳା ପ୍ରତି ଏ କି ସମ୍ମାନ ?

 ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାର ମହିଳା ଙ୍କ ପାଇଁ ସମ୍ମାନ କୁ ଗୁରୁତ୍ବ ଦେଉଥିବା ର ଡିଣ୍ଡିମ ପିଟୁଥିବା ବେଳେ ବରଗଡ଼ ଜିଲ୍ଲା ର ଘଟଣା ସରକାର ଙ୍କ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।






(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...