ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ ସପର୍ଣ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶାନ୍ତିପୂର୍ଣ୍ଣ ଶୀତଳଷଷ୍ଠୀ ପାଳନ , ସହରବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ପୂଜା କମିଟି...
ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ ସପର୍ଣ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶାନ୍ତିପୂର୍ଣ୍ଣ ଶୀତଳଷଷ୍ଠୀ ପାଳନ , ସହରବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ପୂଜା କମିଟି...
ବରଗଡ଼,୨୭/୦୫ : ମର୍ତ୍ତ୍ୟ ଲୋକରେ ଦେବ ବିବାହ ସପର୍ଣ ହୋଇଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ସହର ଉତ୍ସବ ମୁଖର ଶିବ ମୟ ହୋଇପଡିଛି । ସହରରେ ଅବସ୍ଥିତ ହୋଇଛି ସ୍ବପ୍ନେଶ୍ବରମହାଦେବ ଓ ବାର୍ବତୀ ଙ୍କ ଶୁଭ ବିବାହ ।
Ad..
ବରଆଆଗମନ ପରେ ବିଲମ୍ବିତ ରାତିରେ ବ୍ରହ୍ମ ମୂହୁର୍ତ୍ତରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ହାତଗଣ୍ଠି ପଡିଛି । ଆଜି ବିରାଟ ଶୋଭାଯାତ୍ରାରେ ଲେଉଟାଣି ।
ପଦ୍ମପୁର କଟାବନ୍ଧ ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଶିତଳଷଷ୍ଠୀ ପାଳନ କମିଟି ତରଫରୁ ନିର୍ଦ୍ଦାରିତ ହୋଇଥିବାପାର୍ବତୀ ଙ୍କ ପିତା ଅରୁଣ ଦାନୀ ଓ ମାତା ରୂପାରାଣୀ ଦାନୀ ରୂପେ ବରଣ ହୋଇଥିବା ବାସଗୃହ ବିବାହ ସପର୍ଣ ହୋଇ ବରପିତା ପ୍ରଶାନ୍ତ ସାହୁ ଓ ମାତା ରାଜଶ୍ରୀ ସାହୁ ଙ୍କ ସହ ସମବେତ ଭକ୍ତଗଣ ଙ୍କ ସହ ସ୍ବପ୍ନେଶ୍ବର ମନ୍ଦିର କୁ ଫେରିଛନ୍ତି।
ଗତ ୨୬ ତାରିଖ ସକାଳ ୭ଘଣ୍ଟା ସମୟରେ ସ୍ବପ୍ନେଶ୍ବର ମନ୍ଦିରରେ ପୂର୍ଣ୍ଣାହୂତିପ୍ ସହ ରତିଷ୍ଠା ସହ ହୋମ ଅନୁଷ୍ଠିତ ହୋଇଯାଇଛି । ସ୍ବପ୍ନେଶ୍ବର ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଙ୍କ ତତ୍ବାବଧାନରେ ପଣ୍ଡିତ ଆଚାର୍ଯ୍ୟ ଅତ୍ରାହୀ ଭଞନ ପାଣିଗ୍ରାହୀ କନ୍ୟାପକ୍ଷ ପଣ୍ଡିତ ପ୍ରଦୀପ କୁମାର ରଥ ଏବଂ ୧୧ ଜଣ ସହଯୋଗୀ ପଣ୍ଡିତ ଙ୍କ ଦ୍ଵାରା ସମସ୍ତ ପୂଜାନୀତି ସଂପୂର୍ଣ୍ଣ ହୋଇଯାଇଛି ।
ପଦ୍ମପୁର ସହରରେ ଶାନ୍ତିପୂର୍ଣ୍ଣ ଭାବରେ ଶୀତଳଷଷ୍ଠୀ ଅନୁଷ୍ଠିତ ହୋଇ ଥିବାରୁ ସହରର ସମସ୍ତ ଜନସାଧାରଣ ଙ୍କୁ ପଦ୍ମପୁର ସାର୍ବଜନୀନ ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
(Report : Bijay ku sahu)
Edited by k.s thakur...
Comments
Post a Comment