ଲାଭଜନକ ଚିନିକଳକୁ ବିକ୍ରି କରିବାରୁ କ୍ଷାନ୍ତ ରୁହନ୍ତୁ ସରକାର: ଆପ୍

ଲାଭଜନକ ଚିନିକଳକୁ ବିକ୍ରି କରିବାରୁ କ୍ଷାନ୍ତ ରୁହନ୍ତୁ ସରକାର: ଆପ୍ ...

ବରଗଡ଼,୩୦/୦୫ : ବରଗଡ଼ ଜିଲ୍ଲାର ଏକ ମାତ୍ର କୃଷିଭିତ୍ତିକ ଅର୍ଥକାରୀ ଫସଲ ଆଖୁ ସହ ସମ୍ପୃକ୍ତ ବରଗଡ଼ ସମବାୟ ଚିନିକଳ କୁ ବିକ୍ରି କରାଯିବା ନେଇ ସରକାରଙ୍କ ନିଷ୍ପତ୍ତି କୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଉପ ନିବନ୍ଧକ ସମବାୟ ସମୂହ ବରଗଡ ମଣ୍ଡଳଙ୍କୁ ଦାବିପତ୍ର ଦେଇଛି । 

            Ad..



ସରକାରଙ୍କ ଏହି ଜନ ବିରୋଧି ନିଷ୍ପତ୍ତି ବରଗଡ ବାସୀଙ୍କୁ ବ୍ୟଥିତ କରିଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଏକ ଲାଭ ଜନକ ଶିଳ୍ପ ଭାବେ ବରଗଡ଼ ଚିନି ମିଲ ର ବହୁତ ଖ୍ୟାତି ରହିଆସିଛି । ଏକ ଲକ୍ଷ ରୁ ଅଧିକ ମେଟ୍ରିକ ଟନ୍ ଆଖୁ ପେଡିବାର ରେକର୍ଡ ଏହି ମିଲ କରି ସାରିଛି । 

ଲକ୍ଷାଧିକ ଲୋକଙ୍କ ରୋଜଗାର ର ସାଧନ ହୋଇ ଆସିଥିବା ଏହି ଫ୍ୟାକ୍ଟ୍ରି  ର ବଜାର ମୂଲ୍ୟ ବର୍ତ୍ତମାନ ସମୟରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହା ସହିତ ଜଡିତ ଡିଷ୍ଟିଲେରୀ ୟୁନିଟ ମଧ୍ୟ ବେଶ ଲାଭ ଦାୟକ । 

ଏହାକୁ ପୁନଃରୁଦ୍ଧାର କରିବା ପାଇଁ ୨୦୧୮-୧୯ ମସିହାରେ ବରଗଡ଼ ଗସ୍ତରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସୋହେଲା ଇଛାପାଲିରେ ଚିନିକଳ ପାଇଁ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ କାରଣ ସରକାର କୁ ଏହା ଜଣା ଯେ ଉକ୍ତ ସଂସ୍ଥା ଟି ଲାଭ ଜନକ ଅଟେ । 

ପୂର୍ବରୁ ସଚିବ ଓ ମନ୍ତ୍ରୀ ସ୍ତରୀୟ ବୈଠକ ହୋଇ ବରଗଡ଼ ସମବାୟ ଚିନିକଳକୁ ଉଦ୍ଧାର କରିବାକୁ ସବୁଜ ସଙ୍କେତ ଦେଇ ସାରି ଥିଲେ କିନ୍ତୁ କେଉଁ କାରଣ ରୁ ଏହାକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଲେ ତାହା ବରଗଡ଼ବାସୀଙ୍କ ବୁଝିବା ବାହାରେ । 

ଏହି ପ୍ଲାଣ୍ଟ କୁ କାର୍ଯ୍ୟକ୍ଷମ କରି ଆମ ଅଂଚଳରେ ବ୍ୟାପକ ଆଖୁ ଚାଷ କୁ ପ୍ରୋତ୍ସାହନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ଏବଂ ସମସ୍ତ କର୍ମଚାରୀ ଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରି ବରଗଡ଼ ର ପୂର୍ବ ଗୌରବ କୁ ଫେରାଇ ଆଣନ୍ତୁ ବୋଲି ଆମ୍ ଆଦମୀ ପାର୍ଟି ଦାବୀ କରିଛି । 

ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଜିଲ୍ଲା ଯୁଗ୍ମ ସମ୍ପାଦକ ଅବିନାଶ ବାଗ, ଅତାବିରା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଜୟ କ୍ରିଷ୍ଣା ଛୁରିଆ, ଯୁବ ନେତା ସୁବଳ କହର ଉପସ୍ଥିତ ଥିଲେ।







(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...