୫୦ ତମ ୨୪ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି, ନଗର ପରିକ୍ରମା ପରେ ସମାପନ...
୫୦ ତମ ୨୪ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି, ନଗର ପରିକ୍ରମା ପରେ ସମାପନ...
କଣ୍ଟାବାଞ୍ଜି,୨୫/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଶୋକ ନଗର ଧୁବାପଡା ଭିକ୍ଷା ବିନୋଦ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ୫୦ ତମ ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨୪ ପ୍ରହର ନାମଯଜ୍ଞର ଆୟୋଜନ କରାଯାଇଥିଲା।
Ad..
ଏହି ଅବସରରେ ପ୍ରଥମ ଦିନରେ ଅଧିବାସ ପାଇଁ ପଡ଼ା ଲୋକଙ୍କୁ ନେଇ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗୁରୁଶ୍ରୀ ଅଦ୍ୟୁତ ଚରଣ ଦାସ ମହାରାଜ ଙ୍କୁ ଏକ ସୁସଜ୍ଜିତ ରଥ ରେ ବସାଇ ଘୁମୁରା ବାଦ୍ୟ ର ତାଳେ ତାଳେ ପଡ଼ା ର ଶତାଧିକ ମହିଲା ପୁରୁଷ କଳସ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ଉପରାନ୍ତେ ପ୍ରହରୀ ମଣ୍ଡପ କୁ ପହଂଚି ଥିଲେ।
ଏହି ଚବିଶ ପ୍ରହରୀ ନାମ ଯଜ୍ଞରେ କର୍ତା ଭାବରେ ସୁରେଶ ଭିତ୍ରିଆ ଓ ତାଙ୍କ ସହ ଧର୍ମିଣୀ ଏବଂ ଉତ୍ତମ ଅଗ୍ରୱାଲ ଓ ତାଙ୍କ ସହ ଧର୍ମିଣୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟ ପୂଜକ ଭାବରେ ଛନ୍ଦା ଚରଣ ମିଶ୍ର ଦାୟିତ୍ୱ ଗ୍ରହଣ କରିଥିଲେ। କମିଟି ପକ୍ଷରୁ ଲୋକଙ୍କୁ ଏକ ସୁନ୍ଦର ବାର୍ତା ଦେବା ପାଇଁ ସୁବର୍ଣ୍ଣ ଜୟନ୍ତୀ ଅବସରରେ ପଡ଼ା ରେ ଯେଉଁ ପୂର୍ବ ପୁରୁଷ ମାନେ ନାମ ସଂକୀର୍ତ୍ତନ କୁ ବଞ୍ଚାଇବାରେ ଅବଦାନ ରହିଛି ସେହି ପୂର୍ବ ପୁରୁଷ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା।
ନାମ ସଂକୀର୍ତ୍ତନ କୁ ବଞ୍ଚାଇବାରେ ଓ ଅଶୋକ ନଗର ନାମ ସଂକୀର୍ତ୍ତନ ମଣ୍ଡଳୀ କୁ ବର୍ଷ ବର୍ଷ ଧରି ଯେଉଁ ମାନଙ୍କ ସହଯୋଗ ରହିଛି ଏମିତି ୪୫ ଜଣ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା। ନାମ ଯଜ୍ଞ ପ୍ରାରମ୍ଭ ରୁ ନେଇ ଶେଷ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ଓ ଆଖ ପାଖ ଗାଁ ରୁ ଲୋକେ ନାମ ସଂକୀର୍ତ୍ତନ ଯଜ୍ଞ ରେ ଭାଗ ନେଇ ଦୈନିକ ପ୍ରସାଦ ଗ୍ରହଣ କରିଥିଲେ।
ନାମ ସଂକୀର୍ତ୍ତନ ପୂର୍ଣ୍ଣାହୁତି ଦିନ ପୂର୍ଣ୍ଣାହୁତି ଉପରାନ୍ତେ ମାତା ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରାଯାଇ ନାମ ଯଜ୍ଞର ସମାପନ କରାଯାଇଥିଲା। ନାମ ସଂକୀର୍ତ୍ତନ ଆୟୋଜନ ରେ ଧୁବାପଡା ଭିକ୍ଷା ବିନୋଦ ସଂକୀର୍ତ୍ତନ ମଣ୍ଡଳୀ ସଭାପତି ରାଜେଶ ମହାନ୍ତି,ସମ୍ପାଦକ ବିମଲ ହାତୀ,କୋଷାଧ୍ୟକ୍ଷ ଲଳିତ ଅଗ୍ରୱାଲ, ଉପସଭାପତି ଦୀପକ ମେହେର ଓ କଂହେଇ ଦଳେଇ,ସହ ସମ୍ପାଦକ ଅଶୋକ ବାରିକ ,ଆକାଶ ସେଠ ସହ ପଡ଼ା ର ସମସ୍ତ ଲୋକଙ୍କ ସହଯୋଗ ରହିଥିଲା।
Edited by k.s thakur...
Comments
Post a Comment