ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ...

ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ...

ଭୁବନେଶ୍ୱର,୩୧/୦୫ : ମୋଦି ସରକାର ଗଠନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସେ ବ୍ୟାପି ବିଜେପି କରିବ ମହାଜନସମ୍ପର୍କ ଅଭିଯାନ । ୩୧ ମେ'ରୁ ଜୁନ ୩୦ ମଧ୍ୟରେ ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହେବ । 

Ad..



ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ । ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । 

ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନ ସଂପର୍କ ଅଭିଯାନ ଆରମ୍ଭ କରିବେ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବେ ବିଜେପି । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଆସିବେ । ଦେଶରେ ୫୧ଟି ମହାସମାବେଶ ହେବ । ଏହି କ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...