ଜିଲ୍ଳା ପ୍ରଶାସନ, ମିଲର ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା...

ଜିଲ୍ଳା ପ୍ରଶାସନ, ମିଲର ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା...

ପଦ୍ମପୁର,୨୬/୦୫ : ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲା କୁ କୁହାଯାଉଥିବା ବେଳେ ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ର ଭିନ୍ନ ପରିଚୟ ଅଟେ।କେତେବେଳେ ଦାଦନ ସମସ୍ୟା ତ ଆଉ କେତେବେଳେ ମରୁଡ଼ି ଆଉ କେବେ ଧାନ ଠିକ ଉତ୍ପାଦନ ହୋଇଥିଲା ବେଳେ  ବିକ୍ରି ପ୍ରସଙ୍ଗ ସବୁବେଳେ ଚର୍ଚ୍ଚା ଥାଏ ।

              Ad..



୨୦୨୦ ଖରିଫ ଟୋକନ ଥାଇ ମଧ୍ୟ ୧୨ ହଜାର ଚାଷୀ ଙ୍କ ୨ ଲକ୍ଷ ୫୫ ହାଜର କ୍ୟୁଣ୍ଟାଲ ଧାନ ବିକ୍ରି ନ ହେବା କାରଣ ରୁ ଦୁଇ ମାସ ରୁ ଉର୍ଦ୍ଧ୍ବ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାନ ରଖି ଆନ୍ଦୋଳନ କିଏ ବା ଭୁଲିପାରିବ।

ଚଳିତ ଖରିଫ ଋତୁରେ ପଦ୍ମପୁର ବିଧାନସଭା ଉପ ନିର୍ବାଚନ କାରଣରୁ ସର୍ଵଧିକ 30 ଲକ୍ଷ କ୍ୟୁଣ୍ଟାଲ ଧାନ ବିକ୍ରି ହୋଇପାରିଥିଲା।ରବି ଋତୁରେ ମଧ୍ୟ ପଦ୍ମପୁର ଆର ଏମ୍ ସି ତତ୍ପାବଧାନ ରେ ଛଅ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି। 

୧୨ ମଇରୁ ମଣ୍ଡି ଖୋଲା ହୋଇ ୨ ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଲାଣି।ପୂର୍ବ ବର୍ଷ ପରି ବସ୍ତା ସମସ୍ୟା ଏବଂ କଟନୀ ଛଟନୀ ଫଳରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନିରୁତ୍ସାହିତ।ରାଜବୋଡାସମ୍ବର କୃଷକ ସଙ୍ଗଠନ ଏହି ସମସ୍ୟା ର ସମାଧାନ ପାଇଁ ପ୍ରଶାସନ କୁ ଲିଖିତ ଅନୁରୋଧ କରିଥିଲେ। 

ସଂଗଠନ ଅନୁରୋଧ କ୍ରମେ ଜିଲ୍ଳା ପ୍ରଶାସନ, ମିଲର ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରଶାସନ ସମ୍ମୁଖରେ କୃଷକ ସଙ୍ଗଠନ କ୍ୱାଲିଟି ନାଁ ରେ 2 ରୁ 5 କେଜି କଟନୀ ଛଟଣି କରିବା ଏବଂ ବସ୍ତା ଚାଷୀମାନଙ୍କୁ ନ ଫେରାଇବା  ଗମ୍ଭୀର ଅଭିଯୋଗ ରଖିଥିଲା।

ପ୍ରଶାସନ ପକ୍ଷରୁ ମିଲର ମାନଙ୍କୁ ଧାନ କିଣା କେନ୍ଦ୍ର ମାନଙ୍କରେ ବସ୍ତା ରଖିବା ଏବଂ ଧାନ ବିକ୍ରି ପରେ ଚାଷୀଙ୍କୁ ବସ୍ତା ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସଫା ଏବଂ ଶୁଖିଲା ଧାନ ମଣ୍ଡି କୁ ଆଣିବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି।ଯଦି କୌଣସି ମଣ୍ଡି ରେ FAQ ଧାନ କଣନୀ ଛଟନୀ କରାଯାଏ ତୁରନ୍ତ ଲିଖିତ ଅଭିଯୋଗ କରିବାକୁ ଉପଜିଲ୍ଲାପାଳ ଆଲୋଚନା ରେ ପ୍ରକାଶ କରିଛନ୍ତି। 

ପ୍ରଥମ ଥର ପାଇଁ ଏହି ଆଲୋଚନା ହୋଇଥିବାରୁ ସଂଗଠନ ପକ୍ଷରୁ ପ୍ରଶାସନ କୁ ଧନ୍ୟବାଦ ଦିଆଯାଇଛି। ଏହି ବୈଠକର ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହେଉଛି ଦେଖିବାକୁ ବାକି ରହିଲା। ଉପଜିଲ୍ଲାପାଳ ସଦକର କୁମ୍ଭାର ଙ୍କ ସଭାପତିତ୍ୱ ରେ ବୈଠକ ହୋଇଥିବା ବେଳେ ARCS,CSO, ପଦ୍ମପୁର ମଣ୍ଡି କର୍ମଚାରୀ, ରାଇସ ମିଲର ପ୍ରତିନିଧି ରାଜବୋଡାସମ୍ବର କୃଷକ ସଙ୍ଗଠନ ବାଞ୍ଛାନିଧି ନାୟକ,ଅଶୋକ ସାହୁ,ଅଜିତ ଶତପଥୀ, ପଞ୍ଚାନନ ସାହୁ,ରୋହିତ ପଧାନ,ପ୍ରମୋଦ ରାୟ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଲିଙ୍ଗରାଜ ପଧାନ, ପ୍ରଭାତ ସାହୁ   ସହିତ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ସୋହେଲା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।







(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...