ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା...

ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା...

କଟକ,୩୧/୦୫ : ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂହ। ଏହାଛଡ଼ା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଡାକି ବୈଠକ କରିଛନ୍ତି କଟକ ମେୟର। 

         Ad..



କଟକ ସହରରେ ସବୁ ନିର୍ମାଣାଧୀନ ସ୍ଥାନରେ ସୂଚନା ଫଳକ ବ୍ୟାରିକେଡ଼ ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, କଟକ କେଶରପୁରରେ ଵକ୍ସ ଡ୍ରେନ କାମ ଚାଲିଥିବା ସ୍ଥାନରେ ଦୁର୍ଘଟଣା ଘଟି ଜଣେ ନାବାଳିକା ଏନ୍ ମୋହିନି ଦାସଙ୍କ ଗତକାଲି ମୃତ୍ୟୁ ଘଟିଥିଲା। 

ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ । ପରିବାର ଲୋକଙ୍କ ସହ କଥା ହେବା ପରେ ସମବେଦନା ଜ୍ଞାପନ କରିଥିଲେ।

ଏହି ସମୟରେ ସ୍ଥାନୀୟ ଲୋକେ, କଂଗ୍ରେସର ନେତ୍ରୀ ଗିରିବାଳା ବେହେରା ଓ ତାଙ୍କ ସମର୍ଥକମାନେ ଉଭୟ ମେୟର ଏବଂ କମିସନରଙ୍କୁ ଘେରିଥିଲେ। ଏମିତିକି କଥା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚିଥିଲା। 

ମୃତ୍ୟୁ ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ମହାନଗର ନିଗମକୁ ଦାୟୀ କରିବା ସହ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...