ଭଟଲି ଥାନା ଝିକିଝିକି ଗାଁ ରେ ୪ ଜଣ ଙ୍କୁ ହତ୍ୟା...
ଭଟଲି ଥାନା ଝିକିଝିକି ଗାଁ ରେ ୪ ଜଣ ଙ୍କୁ ହତ୍ୟା...
ବରଗଡ଼,୨୩/୦୫ : ବରଗଡ ଭଟଲି ଝିକିଝିକି ଗାଁରେ ବନ୍ଦ ଘର ଭିତରୁ ୪ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ବାପା, ମାଆ, ସହ ପୁଅ ଝିଅଙ୍କୁ ଲୁହା ଛଡରେ ପିଟିପିଟିି ହତ୍ୟା !
Ad..
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ସନ୍ଦେହ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ ତାଙ୍କର ସ୍ତ୍ରୀ ଶିବାଗ୍ରୀ(୪୮), ପୁଅ ଚୂଡାମଣି(୧୫) ଓ ଝିଅ ଶ୍ରାବଣୀ(୧୦)। ଅଭିଯୁକ୍ତ ଜଣକ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ଅଭିଯୁକ୍ତ ଜଣକ ହେଲେ, ଉକ୍ତ ଗ୍ରାମର ଶିବ ବାଗ(୫୮)।ଝିକିଝିକି ଗାଁ ରେ ଚାରିଜଣକୁ ହତ୍ୟା ।ପାଇଖାନା କୁ ନେଇ ଗଣ୍ଡଗୋଳ । ଅଭିଯୁକ୍ତ ସୈତାନ କାକା ନିଜ ପୁତୁରା ସମେତ ପୁତୁରା ବହୁ ଓ ତାଙ୍କର ଦୁଇଜଣ ନାବାଳକ ପୁଅ ଝିଅ କୁ ବିଭତ୍ସ ହତ୍ୟାକାଣ୍ଡ ଭିଆଇ ଭଟଲି ଥାନାରେ କରିଛି ଆତ୍ମସମର୍ପଣ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଝିକିଝିକି ଗାଁ ରେ । ତେବେ ଦୀର୍ଘ ଦିନରୁ ଉଭୟ କାକା ପୁତୁରା ମଧ୍ୟରେ ଜମିବାଡ଼ି କୁ ନେଇ ଗଣ୍ଡଗୋଳ ଲାଗି ରହୁଥିବା ବେଲେ ଘର ଭିତରେ ତିଆରି ହୋଇଥିବା ଏକ ପାଇଖାନା କୁ ନେଇ ଏହି ଉଭୟଙ୍କ ମଧ୍ୟରେ ଲାଗିରହିଥିବା ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ।
ଏହାକୁ ନେଇ ଗାଁ ରେ ଥିବା ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ବସିଥିଲା ମାତ୍ର ଗ୍ରାମସଭାରେ ତାହା ସମାଧାନ ନହେବାରୁ ଥାନାକୁ ଯିବା ପାଇଁ ଗାଁ କମିଟି ପ୍ରସ୍ତାବ ଦେଇଥିଲେ ମାତ୍ର ଉଭୟେ ଥାନାକୁ ନଯାଇ ଘର ଭିତରେ ଗଣ୍ଡଗୋଳ ହୋଇଥିଲେ ଓ ଅଭିଯୁକ୍ତ ସୈତାନ କାକା ଏକ ଲୁହା ଶାବଳ ରେ ଗୋଟେ ଗୋଟେ କରି ଚାରିଜଣକୁ ମାରି ଏକ ଘର ଭିତରେ ଫିଙ୍ଗିଦେଇ କବାଟ ବନ୍ଦ କରିଦେଇଥିଲା ।
ତେବେ ଘଟଣାର ଗୋଟିଏ ଦିନ ପରେ ଅର୍ଥାତ ଆଜି ସକାଳୁ ଅଭିଯୁକ୍ତ କାକା ଆସି ଗାଁର ଥିବା ୱାର୍ଡ ମେମ୍ବର କୁ ଘଟଣା ବିଷୟରେ ବଖାଣି ଥିଲେ ତେବେ ଅଭିଯୁକ୍ତ ଶିବ ବାଗ ରୁ ଖବର ପାଇ ଗ୍ରାମବାସୀ ଭଟଲି ପୋଲିସ କୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ଭଟଲି ପୋଲିସ ସହିତ ଅତିରିକ୍ତ ଏସପି, ବରଗଡ଼ ଏସଡିପିଓ ସମେତ ଭଟଲି ତହସିଲଦାର ,ଡୋଗ ସ୍କ୍ୱାର୍ଡ ପହଞ୍ଚି ଘଟଣାଟିର ଅଧିକ ତଦନ୍ତ କରୁଥିବା ବିଷୟରେ ସୂଚନା ମିଳିଛି ।
ତେବେ ଘଟଣାଟିର ପ୍ରକୃତ କାରଣ କଣ ଥାଇପାରେ ? ଏ ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ଶିବ ବାଗ ଏକାକୀ ଥିଲା ନା ଆଉ କିଏ କିଏ ସମ୍ପୃକ୍ତ ଥିଲେ ତାହା ପୋଲିସ ଅନୁସନ୍ଧାନ ପରେ ଲୋକ ଲୋଚନ କୁ ଆସିବ ।
(Report : Bijay ku sahu)
Edited by k.s thakur...
Comments
Post a Comment