ଦିନବେଳେ ଜଳୁଥିବା ଷ୍ଟ୍ରୀଟ ଲାଇଟ ବନ୍ଦ ହେବ କେବେ !
Ad..
ଦିନେ କି ଦୁଇ ଦିନ ନୁହଁ ଦଶ ଦିନରୁ ଅଧିକ ହେବ ହାଇମେକ୍ସ ଲାଇଟ ଜଳୁଥିବା ଅଭିଯୋଗ କରିଛନ୍ତି ଭବାନୀ ସାହୁ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ । ଶ୍ରୀ ସାହୁ ଏହା ଆହୁରି କହିଛନ୍ତି ଯେ ଏହା କେତେ ଦିନରୁ ଜଳୁଛି ଯେ କହିବା କଷ୍ଟକର ।
ଅନେକ ସଚେତନ ନାଗରିକ ବରଗଡ଼ ପୌର ପରିଷଦ କୁ ଅଭିଯୋଗ କଲେ ବି କେହି କର୍ଣ୍ଣପାତ ସୁଦ୍ଧା କରୁନାହାନ୍ତି ଓଲଟା କହୁଛନ୍ତି ଯେ ଏଟା ତ ମୁନିସିପାଳିଟି ଇଲେକ୍ଟ୍ରିକ ଟଙ୍କା ଦଉଛି ତମର କଣ ଗଲା ।
ସମସ୍ତେ ଜାଣିଛନ୍ତି ଶକ୍ତି ସଂରକ୍ଷଣ ପାଇଁ ସରକାର ମାନେ ବେଶ ସଚେତନତା ସୃଷ୍ଟି କରିଥାନ୍ତି କିନ୍ତୁ ପୌର ପରିଷଦ କାହିଁକି ବେପରୁଆ ମନୋଭାବ ରଖୁଛି ତାହା ଜଣା ପଡୁନି । ଏହାକୁ ଶୀଘ୍ର ବନ୍ଦ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି ।
Report : Bijay ku sahu..
Edited by k.s thakur...
Comments
Post a Comment