ବରଗଡ ମାରୱାଡିପଡା ରାସ୍ତା ଚଉଡା ଦାବି କଲା ଆପ୍...

ବରଗଡ ମାରୱାଡିପଡା ରାସ୍ତା ଚଉଡା ଦାବି କଲା ଆପ୍...

ବରଗଡ଼,୨୯/୦୫ : ବରଗଡ଼ ସହରର ଏକ ମୁଖ୍ୟ ରାସ୍ତା ଲେଙ୍ଗୁ ମିଶ୍ର ଛକ ରୁ ଲମ୍ବା ବିଲ୍ଡିଂ ପର୍ଯ୍ୟନ୍ତ ସବୁ ବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ଏହି ରାସ୍ତା କୁ ଚଉଡା କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । 

Ad..



ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଏହାକୁ ପ୍ରସସ୍ଥ କାହିଁକି କରାଯିବା ଦରକାର ବୋଲି ଉଲ୍ଲେଖ କରାଯାଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି ଏହି ରାସ୍ତା ଏକ ମାତ୍ର ବିକଳ୍ପ ରାସ୍ତା ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଟ୍ରାଫିକ ସମସ୍ୟା ବହୁଗୁଣରେ ବଢିଯାଇଛି । 

ଛାତ୍ରଛାତ୍ରୀ ଠୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯିବା ଆସିବା କଷ୍ଟକର ହୋଇପଡିଛି । ଏହାର ମୁଖ୍ୟ କାରଣ ହେଉଛି ଜବରଦଖଲ ସରକାରୀ ରାସ୍ତା କୁ କିଛି ଲୋକ ମାଡିବସି ଘର ଦ୍ୱାର ଦୋକାନ ଗୃହ ନିର୍ମାଣ କରି ସରକାର କୁ ଚୁନା ଲଗେଇ ଚାଲିଛନ୍ତି ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । 

ଏହି ରାସ୍ତାରେ ଅଯଥା ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ନାହିଁ ନଥିବା ହଇରାଣ ହେଉଛନ୍ତି ଜନ ସାଧାରଣ । ବାରମ୍ବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୋଗ ସତ୍ତ୍ୱେ ବି ପୌର ପରିଷଦ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ ସେହିପରି ନୂତନ ଜିରା ବ୍ରିଜ ନିର୍ମାଣ ହେବା ଯଦିଓ ତିନି ବର୍ଷ ବିଳମ୍ବ ହୋଇଛି।

ତଥାପି ଅନେକ କାମ ଅଧୁରା ରହିଛି କିନ୍ତୁ ଲୋକାର୍ପଣ କରିବା ପୂର୍ବରୁ ମାରୱାଡି ପଡା ରାସ୍ତା କୁ ଜବରଦଖଲ ମୁକ୍ତ କରାନଗଲେ ଓ ରାସ୍ତା କୁ ଚଉଡା ନକଲେ ବରଗଡ଼ ରେ ଟ୍ରାଫିକ ସମସ୍ୟା ଅତ୍ୟଧିକ ଦେଖା ଦେବ ବୋଲି ଶ୍ରୀ ସାହୁ କହିଛନ୍ତି । 

ବରଗଡ଼ ର ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଉକ୍ତ ରାସ୍ତା କୁ ସମ୍ପୂର୍ଣ୍ଣ ଜବର ଦଖଲ ମୁକ୍ତ କରାଯାଉ ବୋଲି ବରଗଡ଼ ରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଅବିନାଶ ବାଗ, ମୁନିସିପାଳିଟି ସଂଯୋଜକ ଅସିତ ସାହୁ, ସୁବଳ କହର, ଅଲିମ ରିଜବୀ , ଶଙ୍କର ସୁନା ଉପସ୍ଥିତ ଥିଲେ ।






(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...