ପିକଅପ ଭେନ ଓଲଟି ୮ ମହିଲା ଗୁରୁତର, ଶୀତଳ ଷଷ୍ଠୀ ଦେଖି ଯାଉଥିବା ବେଳେ ଅଘଟଣ...

ପିକଅପ ଭେନ ଓଲଟି ୮ ମହିଲା ଗୁରୁତର, ଶୀତଳ ଷଷ୍ଠୀ ଦେଖି ଯାଉଥିବା ବେଳେ ଅଘଟଣ...

ନବରଙ୍ଗପୁର/ଝରିଗାଁ,୨୫/୦୫ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକାମ୍ବା ଗ୍ରାମ ଏବଂ ଅଞ୍ଚଳା ଗ୍ରାମ ମଧ୍ୟରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହେବା ଯୋଗୁଁ ୮ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

         Ad..



ସୂଚନା ଅନୁସାରେ, ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ବିଶ୍ୱମପୁରୀଆ ସାହି ଗ୍ରାମ ଏବଂ କଚିଆସାଇ ଗ୍ରାମର ପ୍ରାୟ ୩୦ ଜଣ ଗାୟତ୍ରୀ ପରିବାର ମହିଳା ସଦସ୍ୟ ମାନେ ସିଜି୦୪ଜେଏ୩୦୨୫ ନମ୍ବର ପିକଅପ୍ ଭ୍ୟାନରେ ଉମରକୋଟରେ ଚାଲିଥିବା ଶୀତଳ ଷଷ୍ଠୀ ପୂଜାରେ ଯୋଗଦେବା ପାଇଁ ଯାଉଥିଲେ। 

ତେବେ ଏକାମ୍ବା ଗ୍ରାମ ଏବଂ ଅଞ୍ଚଳା ଗ୍ରାମ ମଝିରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଧକ୍କା ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।ଫଳରେ ପିକଅପ୍ ଭ୍ୟାନ ଭିତରେ ବସିଥିବା ପିଙ୍କି ସନ୍ତା(୧୫), ସୁଶୀଳା ସନ୍ତା(୨୦), ସୁନୀତା ସନ୍ତା(୧୨),ଚଂଚଳା ସନ୍ତା(୩୫), ସଜନୀ ସନ୍ତା(୩୦),ଭଗବତୀ ସନ୍ତା(୪୫), ଲିମ୍ବେ ସନ୍ତା(୨୮), ଯମୁନା ସନ୍ତା (୨୮) ପ୍ରମୁଖ ଗୁରୁତର ଆହତ ହୋଇଥିବା ବେଳେ ୧୨ ଜଣ ମହିଳା ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

ସେହିପରି ଦୁର୍ଘଟଣା ପରେ କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେବା ପରେ ସମସ୍ତ ଗୁରୁତରମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...