ଡାକ୍ତର ଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ ଘଟଣା,ସିଡିଏମଓ ଙ୍କ ତଦନ୍ତ...
ଡାକ୍ତର ଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ ଘଟଣା,ସିଡିଏମଓ ଙ୍କ ତଦନ୍ତ...
କଣ୍ଟାବାଞ୍ଜି,୨୫/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
Ad..
ଧାମନଡଙ୍ଗା ଗାଁ ର ମଦନ ମାଝୀ ଙ୍କ ସ୍ତ୍ରୀ ଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ରଖିଥିଲେ । ଏହି ଡାକ୍ତରଖାନାରେ ରଖିବା ସତ୍ତ୍ୱେ ମଧ୍ୟ ବିଭାଗୀୟ ଡାକ୍ତର ଠିକ ରେ ଚିକିତ୍ସା କରି ନ ଥିବା ଅଭିଯୋଗ କରିବା ସହ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସ୍ତ୍ରୀ ଓ ପ୍ରସୁତି ବିଭାଗ ରେ ପରିବାର ବର୍ଗ ପକ୍ଷରୁ ଉତ୍ତେଜନା ଲାଗି ରହିଥିଲା । ପରିବାର ପକ୍ଷରୁ ମୃତ ଶିଶୁର ବାପା ମଦନ ମାଝି ଦେଇଥିବା ଅଭିଯୋଗ ଅନୁସାରେ ଡାକ୍ତର ଖାନାର ପଛ ପଟେ ରହିଥିବା ସ୍ତ୍ରୀ ଓ ପ୍ରସୁତି ବିଭାଗ ରେ ନିଜ ଗର୍ଭବତୀ ସ୍ତ୍ରୀକୁ ଭର୍ତି କରିଥିଲେ ।
ଡାକ୍ତର ନିଜେ ଆସି ପିଲା ଜନ୍ମ ହେଇଛି ହେଲେ ଗୁରୁତର ରହିଥିବା ସୂଚନା ଦେଇଥିଲେ । ଏହାକୁ ନେଇ ଡାକ୍ତର ଖାନା ରେ ହିଁ ଡାକ୍ତର ବଦଲରେ ସେଠାରେ ରହିଥିବା ନର୍ସ ମାନେ ହିଁ ପ୍ରସବ କରିଥିବା ଅଭିଯୋଗ ହୋଇଛି । ଡାକ୍ତର ଶିଶୁ ପୁତ୍ର ଠିକ ଥିବା ପ୍ରଥମେ କହିଥିବା ବେଳେ ପରେ ମୃତ୍ୟୁ କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ପରିବାର ବର୍ଗ ।
ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । ପରିବାର ବର୍ଗ ଏହାକୁ ନେଇ କଣ୍ଟାବାଞ୍ଜି ଥାନା ରେ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଚାଲିଥିବା ପୋଲିସ କହିଛି ।
ଆଜି ବଲାଙ୍ଗିର ସିଡ଼ିଏମ୍ଓ ଆସି ଏହି ମାମଲା ର ତଦନ୍ତ କରିଥିବା ସୂଚନା ମିଳିଛି। ହେଲେ ଲୋକଙ୍କ କହିବା ହେଉଛି କି ଏହା ପୂର୍ବରୁ ମଧ୍ୟ ଅନେକ ଏହିପରି ଘଟଣା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଘଟି ସାରିଛି।
କିନ୍ତୁ ତଦନ୍ତ ନାଁ ରେ କେବଳ ଲୋକଙ୍କୁ ଭୁଆଁ ବୁଲେଇ ମାମଲା ରଫା ଦଫା ହୋଇ ଯିବା କଥା ଲୋକ ଲୋଚନ ରୁ ଶୁଣିବା କୁ ମିଳୁଛି। ଦେଖିବା କୁ ରହିଲା ଯେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ(CDMO) ଏ ସମ୍ବନ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା କେବଳ ପ୍ରହସନ ଦେଖାଇ ଚାଲିଯାଇଛନ୍ତି।
Edited by k.s thakur...
Comments
Post a Comment