ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ର ମୃତ୍ୟୁ...
ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ର ମୃତ୍ୟୁ...
ପାଟଣାଗଡ଼,୨୪/୦୫ : ଗାଇସିଲାଟ ମୁଖ୍ୟ ରାସ୍ତାରେ ଥିବା ତମିଆଁ ଛକ ଓ ସୁନାମୁଦି ଛକ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ରାଜ୍ୟସଭା ସାଂସଦଙ୍କ ଚାରିଚକିଆ ଗାଡି ଏକ ସ୍କୁଟିକୁ ଧକ୍କା ଦେବା ଦ୍ବାରା ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
Ad..
କୌଣସି ଏକ କାମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡି (ଓଡି ୦୩ଏକ୍ସ ୪୬୧୩) ଯୋଗେ ବାହାରିଥିଲେ। ସେ ପାଟଣାଗଡ଼ – ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ତମିଆଁ ଛକ ଓ ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ( ଓଡି ୦୩ ଡି ୭୬୦୯) ଧକ୍କା ଦେଇଥିଲା।
ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ରାସ୍ତା କଡରେ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଏବେ ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିବା ଜଣାପଡିଛି।
ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ(୩୫)। ବର୍ତ୍ତମାନ ଟଙ୍କଧରଙ୍କ ପରିବାରବର୍ଗ ପହଞ୍ଚି ନ ଥିବା ବେଳେ ସେମାନେ ପହଞ୍ଚିଲେ ଯାଇ ଶରୀର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
ରାଜ୍ୟସଭା ସାଂସଦଙ୍କ ଗାଡ଼ି ସ୍କୁଟିକୁ ଧକ୍କା ଦେବା ପରେ ଦ୍ରୁତ ଗତିରେ ଲରମ୍ଭା ଥାନାକୁ ଯାଇ ଗାଡି ସହ ଗାଡି ଚାଳକ ଆତ୍ମସମର୍ପଣ କରିଥିବା ପୁଲିସ୍ ସୂଚନା ରୁ ପ୍ରକାଶ।
Edited by k.s thakur...
Comments
Post a Comment