ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିଧାୟକ ଙ୍କ ଅଚାନକ ପରିଦର୍ଶନ...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିଧାୟକ ଙ୍କ ଅଚାନକ ପରିଦର୍ଶନ...


କଣ୍ଟାବାଞ୍ଜି,୩୦/୦୫ : ଆଜି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଚାନକ ପରିଦର୍ଶନ କରିଥିଲେ।
Ad..



ତାଙ୍କ ପରିଦର୍ଶନ ରେ ରୋଗୀ ସେବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ ଥିବା ଉନ୍ନତି ମୂଳକ କାର୍ଯ୍ୟ ର ମଧ୍ୟ ତର୍ଜମା କରିଥିଲେ। ତାହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ୍ସରେ ମେସିନ, ଲେବ ଟେକ୍ନିସିଅନ, ନୂତନ ଗୃହ ନବୀ କରଣ, ଓ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଥିଲେ ବିଧାୟକ ଶ୍ରୀ ସାଲୁଜା।

ସ୍ଥାନୀୟ ହସ୍ପିଟାଲ ର ପ୍ରମୁଖ ଡ଼ା. ଏସ୍ ପି ଡ଼ି ପଣ୍ଡା ଙ୍କ ସହ କଣ୍ଟାବାଞ୍ଜି ହସ୍ପିଟାଲ ରେ ଆସୁଥିବା ସମସ୍ୟା ଓ ତାର ଦୂରୀକରଣ କୁ ନେଇ ମଧ୍ୟ କିଛି ସମୟ ଚର୍ଚ୍ଚା କରିଥିଲେ ବିଧାୟକ। କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ହସ୍ପିଟାଲ ରେ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ଉପରେ ମଧ୍ୟ ଆଲୋକପାତ କରି ପଚାରି ବୁଝିଥିଲେ ।

କଣ୍ଟାବାଞ୍ଜି ରେ ୧୭ ଜଣ ଡାକ୍ତର ବଦଳରେ ବର୍ତ୍ତମାନ ୧୦ ଜଣ ଡାକ୍ତର ଙ୍କ ଉପରେ ଅଛି ସମସ୍ତ କାର୍ଯ୍ୟଭାର ବୋଲି ଡା. ପଣ୍ଡା କହିଥିଲେ। ତେବେ ବିଧାୟକ କହିଛନ୍ତି ଯେ ଯଥାଶୀଘ୍ର ଖାଲି ଥିବା ଡାକ୍ତର ଙ୍କ ପଦବୀ ପୂରଣ ଦିଗରେ ମୁ ପ୍ରୟାସ କରିବି ଓ ଚେଷ୍ଟା କରିବି ଯଥା ଶୀଘ୍ର ପଦବୀ ପୂରଣ କରିବା ପାଇଁ।








Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...