ରାଜ୍ୟସଭା ସାଂସଦ ଗାଡ଼ି ଧକ୍କା ରେ ଯୁବକ ମୃତ୍ୟୁ ଘଟଣା : ସାଂସଦ ଙ୍କ ଗିରଫ ଦାବୀ କଲା ଜିଲ୍ଲା ବିଜେପି...

ରାଜ୍ୟସଭା ସାଂସଦ ଗାଡ଼ି ଧକ୍କା ରେ ଯୁବକ ମୃତ୍ୟୁ ଘଟଣା : ସାଂସଦ ଙ୍କ ଗିରଫ ଦାବୀ କଲା ଜିଲ୍ଲା ବିଜେପି...

କଣ୍ଟାବାଞ୍ଜି,୨୫/୦୫ : ଗତକାଲି ଶୀତଳ ଷଷ୍ଠୀ ଯାତ୍ରା ରେ ଯୋଗ ଦେବାକୁ ଯାଉଥିବା ବେଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡି (ଓଡି ୦୩ଏକ୍ସ ୪୬୧୩) ପାଟଣାଗଡ଼ – ଗାଇସିଲାଟ ମୁଖ୍ୟ ରାସ୍ତାରେ ତମିଆଁ - ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ( ଓଡି ୦୩ ଡି ୭୬୦୯) ଧକ୍କା ଦେଇଥିଲା। 

Ad..



ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ରାସ୍ତା କଡରେ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା।



ଆଜି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଗୋଟିଏ ପ୍ରେସ ବିବୃତି ରେ ଗତକାଲି ଘଟଣା କୁ ନେଇ ସାଂସଦ ନିରଂଜନ ବିଶି ଙ୍କ ଗିରଫ ଦାବୀ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଚାରି ଚକିଆ ଯାନ ଗୋଟିଏ ସ୍କୁଟି ଚାଳକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫରାର ମାରି ଥାନାରେ ଯାଇ ସରଣ୍ଡର କରିଥିଲା।କିନ୍ତୁ ନିଜେ ନିରଞ୍ଜନ ବିଶି ଗାଡ଼ି ଭିତରେ ଥାଇ ମଧ୍ୟ ଆହତ ଯୁବକକୁ ସାହାଯ୍ୟ କଲେ ନାହିଁ କାହିଁକି। ଯଦ୍ୱାରା ଆହତ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ଶିବାଜୀ ମହାନ୍ତି କହିଛନ୍ତି ଯେ ରାଜ୍ୟସଭା ସାଂସଦ ଜଣେ ଆଦିବାସୀ ନେତା ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। କିନ୍ତୁ ଜଣେ ଆଦିବାସୀ ହୋଇ ଆଉ ଜଣେ ଆଦିବାସୀ ଯୁବକ ପ୍ରତି ସେ ମାନବିକତା ନ ଦେଖାଇ ସଡ଼କ ଦୁର୍ଘଟଣା ଘଟିବା ପରେ ସେ ଅନ୍ୟତ୍ର ଯାଇ ଲୁଚି ଗଲେ ଓ ଘଟଣା ଘଟେଇ ଥିବା ଗାଡି କୁ ଥାନା କୁ ପଠେଇ ମାମଲା କୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି।

ଶ୍ରୀ ମହାନ୍ତି ଦାବୀ କରିଛନ୍ତି ଯେ ରାଜ୍ୟସଭା ସାଂସଦ ଙ୍କ ନାଁ ରେ "ହିଟ ଏଣ୍ଡ ରନ" କେସ ରୁଜୁ କରିବା ସହ ମୃତକ ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ(୩୫) ପରିବାର କୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...