Posts

Showing posts from September, 2022

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବଢ଼ିଲା ସମୟ , ମିଳିଲା ମାସେ ମହଲତ...

Image
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବଢ଼ିଲା ସମୟ  , ମିଳିଲା ମାସେ ମହଲତ... କଣ୍ଟାବାଞ୍ଜି, ୩୦/୦୯ :  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା। ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ  ମାସେ ସମୟସୀମା ବୃଦ୍ଧି କରିବା ପାଇଁ  ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ ।         Ad.. ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରାଯିବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟର...

ପଖନମୁଣ୍ଡା ବିଦ୍ୟାଳୟରେ ପୋଷାକ ବିତରଣ ମେଳା...

Image
ପଖନମୁଣ୍ଡା ବିଦ୍ୟାଳୟରେ ପୋଷାକ ବିତରଣ ମେଳା... କଣ୍ଟାବାଞ୍ଜି, ୩୦/୦୯ : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା, ବେଲ୍ଟ,ବେଚ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା।       Ad.. ଉକ୍ତ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟର ସି ଆର ସି ସି  ଧନସିଂ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  କୈବଲ୍ୟ ମାଝୀ, ସମାଜ ସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ।କମିଟିର ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଗୋଟିଏ ହଳ ଜୋତା, ଦୁଇହଳ ମୌଜା,ଗୋଟିଏ ବେଲ୍ଟ ଓ ବେଚ ପ୍ରଦାନ କରାଗଲା।ଏହି ମେଳାରେ ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା,ବିଶେଶ୍ୱର ମୁଦୁଲି,ଲେମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ସହଯୋଗ କରିଥିଲେ। Edited by k.s thakur..

ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାର ଓ ବିଧାୟକ ମହମ୍ମଦ ମୋକିମ ଙ୍କୁ ଜେଲ୍...

Image
ORHDC ଦୁର୍ନୀତି ମାମଲା:  IAS ବିନୋଦ କୁମାର ଓ  ବିଧାୟକ ମହମ୍ମଦ ମୋକିମ ଙ୍କୁ ଜେଲ୍... କ ଟକ, ୨୯/୦୯ : ଓଆରଏଚଡିସି(ORHDC) ଦୁର୍ନୀତି ମାମଲାରେ ଆଜି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଏହା ସହିତ ପୂର୍ବତନ ଆଇଏଏସ ବିନୋଦ ମୁକାରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶର ଶୁଣାଣି ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଏହି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲ ଦଣ୍ଡ ମିଳିଛି । ସେହିପରି ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡାଦେଶର ଆଦେଶ ଦିଆଯାଇଛି । ସମସ୍ତ ୪ ଜଣଙ୍କୁ ଜେଲ ସହ ୫୦ ହଜାର ଲେଖାଏଁ ଜରିମାନା ଦେବାକୁ ଆଦେଶ ଦିଆଯାଇଛି । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି । ଓଆରଏଚଡିସି ଅଧ୍ୟକ୍ଷ ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧ କୋଟି ୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ଓଆରଏଚଡିସି । Edited by k.s thakur..

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା, କହିଲେ ଓଡ଼ିଶାରେ ରକ୍ଷକ ସାଜିଛି ଭକ୍ଷକ...

Image
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା, କହିଲେ  ଓଡ଼ିଶାରେ ରକ୍ଷକ ସାଜିଛି ଭକ୍ଷକ... ଭୁବନେଶ୍ୱର,୨୯/୦୯ : ଶକ୍ତିକେନ୍ଦ୍ର ସମ୍ମିଳନୀରେ ନବୀନ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା । ଏ ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡି ରହିଥିବା ସେ କହିଛନ୍ତି । ନବୀନ ସରକାରକୁ ଓପାଡ଼ି ଫିଙ୍ଗିଦେବାର ସମୟ ଆସିଛି । ଏ ସରକାର ଖାଲି ଠପା ମାରିବା ଜାଣିଛି । ପ୍ରଧାନମନ୍ତ୍ରୀ ଆବାସ ଘର ଦେବେ ମୋଦି, ହେଲେ ନାଁ ବିଜେଡି ସରକାରର ହେବ । PMAY ଘରକୁ ବିଜୁ ପକ୍କା ଘର ନାଁରେ ଠପ୍ପା ମାରି ଲୋକଙ୍କୁ ଭୁତେଇବାରେ ବ୍ୟସ୍ତ । ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଛନ୍ତି । ରାଜ୍ୟରେ ମନରେଗାରେ ଜାଲ୍ ବିଲ୍ ଚାଲିଛି, କି ଶାସନ ଚାଲିଛି ଏଠି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର ବୋଲି ସେ କହିଛନ୍ତି । ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ନଡ୍ଡା କଟାକ୍ଷ କରିଛନ୍ତି । ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବି ସୁରକ୍ଷିତ ନାହିଁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଚାବି ମିଳିଲାନି କିନ୍ତୁ ପରେ ଡୁପ୍ଲିକେଟ ଚାବି ମିଳିଗଲା । ସରକାର ଡୁପ୍ଲିକେଟ, ତେଣୁ ଚାବି ଡୁପ୍ଲିକେଟ ହେବ ହିଁ ହେବ । ଏଭଳି ସରକାରକୁ ଓପାଡ଼ି ଫିଙ୍ଗି ବିଜେପିକୁ ଶାସନ ଆଣିବାକୁ କହିଛନ୍ତି ନଡ୍ଡା । ଅନ୍ୟପଟେ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କ...

ଗ୍ୟାସ୍ ଲିକ୍ ଘଟଣା ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଚିକିତ୍ସିତ..

Image
ଗ୍ୟାସ୍ ଲିକ୍ ଘଟଣା ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଚିକିତ୍ସିତ.. ବାଲେଶ୍ବର, ୨୯/୦୯ : ବାଲେଶ୍ୱର ଖନ୍ତାପଡ଼ାର ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ ହୋଇଛି୍ । ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ହସପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା କର୍ମଚାରୀ ଅଛନ୍ତି । ସୂଚନା ଅନୁସାରେ, ଗତ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଛି । ଖନ୍ତାପଡାର ଏକ ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ତେବେ ପ୍ଲାଣ୍ଟରୁ କେମିତି ଗ୍ୟାସ୍ ଲିକ୍ ହୋଇଛି ତାହା ଜଣାପଡ଼ିନି । ତେବେ ଏ ଅଘଟଣ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ୨୦୧୯ ନଭେମ୍ବର ୧୩ରେ ଖନ୍ତାପଡାର ଆଉ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ୯୦ରୁ ଅଧିକ କର୍ମଚାରୀ...

ଉଧମପୁର : ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା...

Image
ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା... ଉ ଧମପୁର: ଜମ୍ମୁ-କଶ୍ମୀରର ଉଧମପୁରର ପୁଣି ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ଘଟିଛି। ଆଜି ଅର୍ଥାତ୍ ଗୁରୁବାର ଭୋର ୫.୧୫ରେ ଉଧମପୁର ବସଷ୍ଟାଣ୍ଡର ପାର୍କିଂରେ ରହିଥିବା ଗୋଟିଏ ବସ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ବସଟି ନିକଟସ୍ଥ ରାମନଗରରୁ ଉଦୟପୁର ଯାଏ ସେବା ଯୋଗାଇ ଥାଏ। ରାତିରେ କାମ ସରିବା ପରେ ବସକୁ ଷ୍ଟାଣ୍ଡରେ ରଖାଯାଇଥିଲା। ହେଲେ ଆଜି ସକାଳୁ ହଠାତ୍‌ ଏହା ଭିତରେ ବିସ୍ଫୋରଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ବିସ୍ଫୋରଣ ହୋଇଥିବା ବସ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଖବର ପାଇ ପୁଲିସ୍‌ ଓ ସେନା ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୮ ଘଣ୍ଟା ମଧ୍ୟରେ ଏହା ଉଧମପୁରରେ ଦ୍ୱିତୀୟ ବିସ୍ଫୋରଣ। ବୁଧବାର ରାତି ପ୍ରାୟ ୧୦.୪୫ରେ ଉଧମପୁର ଡୋମାଲି ଛକ ନିକଟ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ହୋଇଥିଲା। ଏଥିରେ ବସ୍‌ର କଣ୍ଡକ୍ଟର ଓ ତାଙ୍କ ବନ୍ଧୁ ଆହତ ହୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଘଟଣାରେ ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭ...

ତୁରେକେଲାରେ ବ୍ଳକ ସ୍ତରୀୟ ଫୁଟବଲ ଖେଳାଳି ଚୟନ...

Image
ତୁରେକେଲାରେ ବ୍ଳକ ସ୍ତରୀୟ ଫୁଟବଲ ଖେଳାଳି ଚୟନ... କଣ୍ଟାବାଞ୍ଜି:ତା.୨୮/୦୯ତୁରେକେଲା ବ୍ଳକସ୍ଥିତ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଶ୍ରୀ ଧ୍ରୁବଚରଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବ୍ଳକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ଫୁଟବଲ ଖେଳାଳି ଚୟନ କରାଯାଇଥିଲା। ଏହି ଚୟନ ପ୍ରକ୍ରିଆରେ ଅତିଥି ଭାବରେ ତୁରେକେଲା ପଞ୍ଚାୟତର ସରପଞ୍ଚ ଶ୍ରୀ ଜଳନ୍ଧର ମହାକୁଡ,ସମିତିସଭ୍ୟ ଶ୍ରୀ ପ୍ରମୋଦ ମହାପାତ୍ର,ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି, ରକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ବାରା ଉଦଘାଟନୀ ହେବା ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯୦ଜଣ ଛାତ୍ର ମାନଙ୍କ ମଧ୍ୟରେ ଫୁଟବଲ ଖେଳ ହୋଇଥିଲା।ଖେଳ ଶିକ୍ଷକ ରାଜେନ୍ଦ୍ର ସେଠ , କିଶୋର ଧରୁଆ,ଉପେନ୍ଦ୍ର ଚନ୍ଦନ, ଉମାଶଙ୍କର ଖମାରୀ ଖେଳ ଖେଳେଇ ଥିବା ବେଳେ ଚୟନ କମିଟି ପନ୍ଦର ଜଣ ଖେଳାଳିଙ୍କୁ ଜିଲ୍ଲା ସ୍ତରକୁ ଚୟନ କରିଥିଲେ।ଏହି ଚୟନ ପ୍ରକ୍ରିୟାରେ ସମ୍ପାଦକ ଶ୍ରୀ ଦିଲ୍ଲୀପ ଧରୁଆ, କୃଷ୍ଣଚନ୍ଦ୍ର ବାରିକ,ଅମିତ ପାଣିଗ୍ରାହୀ, ମନୋଜ ମହାପାତ୍ର,ଶଙ୍କର ନାଗ,ରାଜେଶ କୁମାର ସିଂଦେଓ,ମନୋଜ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ। Edited by k.s thakur...

ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ...

Image
ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ... ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ  ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ୱାର୍ଡ ନମ୍ବର ୧ ଶିବାଜୀ ନଗର ରେ ସ୍ଥିତ ବାସଭବନ ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କଣ୍ଟାବାଞ୍ଜି ପୋଲିସ ଥାନା ରେ ପଞ୍ଜିକୃତ ହୋଇଛି। ସୂଚନା ଅନୁସାରେ ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଓ ସ୍ବର୍ଗତ ଅମୂଲ୍ୟ ରାୟ ଙ୍କ ପୁଅ ବିବେକାନନ୍ଦ ରାୟ ବର୍ତ୍ତମାନ ୱାର୍ଡ ନମ୍ବର ୧ ର ଘର ଛାଡ଼ି ନିଜ ପରିବାର ସହ ନୂଆପଡା ୱାର୍ଡ ନୁମ୍ବର ୬ ରେ ନୂତନ ଘରେ ରହୁଥିବାରୁ ସେ ଘର ପ୍ରାୟ ତହ ବନ୍ଦ ରହିଥାଏ। ମଝିରେ ମଝିରେ ଯାଇ ଶ୍ରୀ ରାୟ ନିଜ ଘର ବୁଲି ଦେଖି ଆସିଥାନ୍ତି। ବିଗତ ୨୬ ତାରିଖ ଦିନ ସେ ୱାର୍ଡ ନମ୍ବର ୧ କବ୍ରିସ୍ଥାନ ନିକଟ ରେ ଥିବା ଘର ବୁଲିବା କୁ ଯାଇ ଦେଖି ଥିଲେ ଯେ ତାଲା ଭାଙ୍ଗି ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇ ଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଥାନା ରେ ଲିଖିତ ଅଭିଯୋଗ ଦେବା ର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତ ଶୂନ? Edited by k.s thakur...

ବଜାରରୁ ଉଭା ହୋଯାଇଛି ୨ ହଜାର ଟଙ୍କିଆ ନୋଟ୍ : ବିମୁଦ୍ରାୟନ ପରେ ଛପା ଯାଇଥିବା ନୋଟର ମିଳୁନି ଅତ୍ତା ପତ୍ତା...

Image
ବଜାରରୁ ଉଭା ହୋଯାଇଛି ୨ ହଜାର ଟଙ୍କିଆ ନୋଟ୍ : ବିମୁଦ୍ରାୟନ ପରେ ଛପା ଯାଇଥିବା ନୋଟର ମିଳୁନି ଅତ୍ତା ପତ୍ତା... କଳାଧନ କାରବାର ଉପରେ ରୋକ୍ ଲଗାଇବାକୁ ୨୦୧୬ ନଭେମ୍ବର ୮ତାରିଖରେ ବିମୁଦ୍ରାୟନ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଆଶ୍ଚର୍ଯ୍ୟର କଥା ହେଉଛି ଏହା ପରେ ଛପା ଯାଇଥିବା ୧୬୨୬ କୋଟି ୫୦୦ ଟଙ୍କିଆ ଓ ୫୪କୋଟି ୨ହଜାର ଟଙ୍କିଆ ନୋଟ୍ ବଜାରରୁ ଉଭାନ ହୋଇଯାଇଛି । ଏବଂ ରିଜର୍ଭ ବ୍ୟାଙ୍କ ପାଖରେ ଉଭାନ ହୋଇଯାଇଥିବା ଟଙ୍କାର ହିସାବ ନାହିଁ । ଗାଏବ ହୋଇଯାଇଥିବା ଏହି ପରିମାଣର ନୋଟର ମୂଲ୍ୟ ୯ଲକ୍ଷ ୨୧ହଜାର କୋଟି ହେବ । ଏହି ନୋଟ୍ ବ୍ୟାଙ୍କରେ ଜମା ହୋଇ ନାହିଁ କି ବଜାରରେ ମଧ୍ୟ କାରବାର ହେଉନାହିଁ । ରିଜର୍ଭ ବ୍ୟାଙ୍କ ମଧ୍ୟ ଏନେଇ କୌଣସି ଟେର୍ ପାଉନଥିବା ତାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ ଏହି ପରିମାଣର ଟଙ୍କା କଳାଧନ ପାଲଟିଥିବା ନେଇ ଅର୍ଥନୀତି ବିଶାରଦମାନେ ଆଶଙ୍କା ପ୍ରକାଶ କରିଛନ୍ତି । - ୧୬୨୬ କୋଟି ୫୦୦ ଟଙ୍କିଆ ନୋଟର ମିଳୁନି ପତ୍ତା - ୫୪କୋଟି ୨୦୦୦ ଟଙ୍କା ଗଲା କୁଆଡେ ? - ୨୦୧୬ରୁ ଏ ପର୍ଯ୍ୟନ୍ତ ୩୭୦ କୋଟି ୨୦୦୦ଟଙ୍କିଆ ନୋଟ୍ ଛପାଯାଇଛି - ୧୦୨କୋଟି ଖଣ୍ଡ ନୋଟ୍ ଏହି ୬ବର୍ଷରେ ନଷ୍ଟ ହୋଇଛି - ବର୍ତ୍ତମାନ ବଜାରରେ ୨୬୮କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ରହିବା କଥା - ବଜାରରେ ୨୧୪.୨ କୋଟି ୨୦୦୦ ଟଙ୍କିଆ ନୋଟ୍ ରହିଛି  - ୫୪କୋଟି ୨୦୦୦ ଟଙ୍କିଆ ନୋଟ୍ କାରବାରରୁ ଗାଏବ ହୋଇଯାଇଛି - ଏହି ନୋଟ୍ ...

ଶାରଦୀୟ ନବରାତ୍ର ପୂଜା ତୃତୀୟ ଦିନରେ, ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଦର୍ଶନ ଦେବେ ମାଁ...

Image
ଶାରଦୀୟ ନବରାତ୍ର ପୂଜା ତୃତୀୟ ଦିନରେ, ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଦର୍ଶନ ଦେବେ ମାଁ... କଣ୍ଟାବାଞ୍ଜି, ୨୮/୦୯ : ଆଜି ଶାରଦୀୟ ନବରାତ୍ର ପୂଜା ର ତୃତୀୟ ଦିନ। ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଭକ୍ତଙ୍କୁ ଦର୍ଶନ ଦେବେ ଜଗଗ ଜନନୀ ମାଁ। କଣ୍ଟାବାଞ୍ଜି ସହରରେ ତିନୋଟି ସ୍ଥାନରେ ମଣ୍ଡପରେ ବିରାଜମାନ କରିଛନ୍ତି ଜଗତ ଜନନୀ ମାଁ। ସ୍ଥାନୀୟ ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ମାଁ ଙ୍କ ପୂଜାର୍ଚ୍ଚନା କରଯାଉଛି। ଆଝି କୁ ପ୍ରାୟ ୫୪ ବର୍ଷ ରୁ ଏଠି ସବୁ ବର୍ଷ ମାଁ ଙ୍କ ପୂଜା ପାଠ କରଯାଉଛି। ସୂଚନା ଅନୁସାରେ ୧୯୬୯ ମସିହାରୁ ସ୍ଥାନୀୟ ସାପ୍ତାହିକ ବଜ଼ାର ରେ ମାଁ ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଆରମ୍ଭ ସମୟରେ ୩ ଦିନ ଧରି ପୂଜା କରାଯାଉଥିଲା। ୫୦ ବର୍ଷ ପୂର୍ତ୍ତି ପରେ ଆଝି କୁ ପ୍ରାୟ ୫ ବର୍ଷ ରୁ ୯ ଦିନ ଧରି ମାଁ ଙ୍କ ପୂଜାର୍ଚ୍ଚନା କରାଯାଉଛି। ମଧ୍ୟାହ୍ନ ସମୟରେ ଭକ୍ତଙ୍କ ପାଇଁ ମାଁ ଙ୍କ ଅନ୍ନ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସବୁ ଦିନ ସହ ସହ ସଂଖ୍ୟା ରେ ଏଠି ଭକ୍ତଙ୍କ ଗହଳି ଲାଗି ରହି ଥାଏ। ଆଝି ନବରାତ୍ର ର ତୃତୀୟ ଦିନ। ଭକ୍ତଙ୍କୁ ଚନ୍ଦ୍ର ଘଣ୍ଟା ରୂପ ରେ ଦର୍ଶନ ଦେବେ ଜଗତ ଜନନୀ ମାଁ। ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି ରସିଆ ନନ୍ଦ ରାୟ, ଉପସଭାପତି ଚିନ୍ମୟ କୁମାର ଯୋଶୀ, ସମ୍ପାଦକ ପ୍ରଦୀପ କୁମାର ବାଗ,କୋଷାଧ୍ୟକ୍ଷ ଶଙ୍କର ପୁଟେଲ, କର...

ଆମ ଆଦମୀ ପାର୍ଟି ର ବିଧାନସଭା କାର୍ଯକର୍ତା ସମ୍ମିଳନୀ..

Image
ଆମ ଆଦମୀ ପାର୍ଟି ର ବିଧାନସଭା କାର୍ଯକର୍ତା ସମ୍ମିଳନୀ.. କଣ୍ଟାବାଞ୍ଜି ,୨୮/୦୯ : କଂଟାବାଞ୍ଜୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆମ ଆଦମୀ ପାର୍ଟି ର ବୈଠକ ଆଜି କଂଟାବାଞ୍ଜୀ ଜ.ଆର . ପେଲେସ ରେ ଅନୁଷ୍ଠିତ ହୋଇ ଯାଇଥିଲା। ନିର୍ବାଚନ ମଣ୍ଡଳୀ ର ସଂଯୋଜକ ସୁରଥ ବେହେରାଙ୍କ ସଭାପତିତ୍ବରେ ରେ ଆଯୋଜିତ ଏହି ସଭାରେ ଜିଲ୍ଲା ଆବହକ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି, ଜିଲ୍ଲା  ପ୍ରଭାରୀ ରାମ ବେହେରା ସମ୍ମାନିତ ଅତିଥି, କଂଟାବାଞ୍ଜୀ ନଗର ସଂପାଦକ ଗୁଣନିଧି ନିଆଲ , ସଭାପତି ବିଷ୍ଣୁ ପୁଜୀ ,ମଂଚାସୀନ ଥିଲେ । ବଂଗୋମୁଣ୍ଡା ଜୋନ ସଭାପତି ରେଣୁରଂଜନ ବାଗ ସଭା ପରିଚାଳନା କରି ଥିଲେ। ଏହି ସଭାରେ ବଂଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ କର୍ମକର୍ତ୍ତାମାନେ ଯୋଗ ଦେଇ ଥିଲେ।  ଏହା ସହିତ ଲୋଇସିଙ୍ହା ନିର୍ବାଚନ ମଣ୍ଡଳୀ ର ଆବାହକ ପିଣ୍ଟୁ ଭୋଇ, ପାଟଣାଗଡ ର ଆବାହକ ପ୍ରଫୁଲ୍ଲ ପଣ୍ଡା, ସିନ୍ଧେକେଲା ଇନଚାର୍ଜ  ଖେତ୍ରବାସୀ ତାଣ୍ଡି ,ରାଜ୍ୟ ଯୁବମୋର୍ଚା ସଦସ୍ୟ  ଅମନ ମହାପାତ୍ର, ବେଲପଡା ବ୍ଲକ  ସଭାପତି ହେମସାଗର ପୁଞ୍ଜି । ଜୋନ ଇନଚାର୍ଜ ଜଂବେଶ୍ବର ନାଗ, ବଲାଙ୍ଗୀର ର 13 ନଂବର ଜୋନ ଇନ ଚାର୍ଜ କାହ୍ନୁ କରନ, ଖପ୍ରଖୋଲ ଇନ ଚାର୍ଜ  ଉତ୍ତମ ମହାନଂଦ ପ୍ରମୁଖ ଯୋଗ ଦେଥିଲେ।  ଏହି ଅବରସରେ ପ୍ରଥମ ନଗର ପରିକ୍ରମା କରି ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯର୍ପଣ କରାଯାଇ ଥିଲା।  ସଭାରେ ...

ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବରେ କୋଶଲ ରାଜ୍ୟ ଦାବୀ...

Image
ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବରେ କୋଶଲ ରାଜ୍ୟ ଦାବୀ... କଣ୍ଟାବାଞ୍ଜି, ୨୬/୦୯ :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବ ବହୁତ ଯାକ ଯମକ ଓ ହର୍ଷ ଉଲ୍ଲାସ ସହ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଅଗ୍ରୱାଲ ସଭା ପକ୍ଷରୁ ଅନେକ ଆୟୋଜନ କରାଯାଇଥିଲା।  ସେମଧ୍ୟରୁ ଅନେକ ପ୍ରତିଯୋଗିତା, ମନ ମୁଗ୍ଧ କର ରାଲି, ସହିତ ଅନେକ ନାଚ ନୃତ୍ୟ ର ଆୟୋଜନ କରାଯାଇଥିଲା। ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବ କୁ ଧୁମ ଧାମ ରେ ପାଳନ ନିମନ୍ତେ ଗୋଟିଏ ରାଲି ଓ ରେଲି ରେ ଅନେକ ପ୍ରକାରର ବାଦ ନୃତ୍ୟ ଅବା ଝାଙ୍କି ର ଆୟୋଜନ କରାଯାଇଥିଲା। ସେ ମଧ୍ୟ ରୁ ତାଶା, ଆଦିବାସୀ ନୃତ୍ୟ, ଢୋଲ, ନିଶାନ ସାଙ୍ଗ କୁ ଅନେକ ମନୋହର ଝାଙ୍କି। ସହର ମୁଖ୍ୟ ମାର୍ଗ ଦେଇ ଏହି ରେଲି ନଗର ପରିକ୍ରମା କରିବା ଉପରାନ୍ତେ ସ୍ଥାନୀୟ ଓଁକାର ମଲ ଭବନ ପହଂଚି ଥିଲା। ଏହି ରାଲି ରେ ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଅନେକ ସଚେତାତ୍ମାକ ଝାଙ୍କି ପ୍ରସ୍ତୁତ କରାଯାଇଥିଲା। ରେଲି ରେ ପଶ୍ଚିମ ଓଡିଶା କୁ କୋଶଲ ରାଜ୍ୟ ମାନ୍ୟତା ଦାବି କୁ ନେଇ ବ୍ୟାନର, ପୋଷ୍ଟର ଓ ନାରା ବାଜି କରି କୋଶଲ ରାଜ୍ୟ ପାଇଁ ସ୍ୱର ଉତ୍ତୋଳନ କରଯାଇଥିଲା। ଏହା କୁ ନେଇ କୋଶଲ ପ୍ରେମୀ ମାନଙ୍କ ମଧ୍ୟରେ ଅଗ୍ରୱାଲ ସମାଜ କୁ ନେଇ ଅନେକ ସମ୍ମାନ ପ୍ରଗଟ କରାଯାଇଛି। କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଅଗ୍ରୱାଲ ସମାଜ କୁ ମହାରାଜ ଅଗ୍ରସେନ ଜୟନ୍ତୀ ଅବସରରେ ଅନେକ...

ମେଟ୍ରୋ ଟ୍ରେନ୍‌ କୁ ନେଇ ସାଂସଦ ଙ୍କ ପ୍ରସ୍ତାଵ,ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି..

Image
ମେଟ୍ରୋ ଟ୍ରେନ୍‌ କୁ ନେଇ ସାଂସଦ ଙ୍କ ପ୍ରସ୍ତାଵ,ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି.. ଭୁ ବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗଡ଼ିପାରେ ମେଟ୍ରୋ ଟ୍ରେନ୍‌ । ଭୁବନେଶ୍ୱର-କଟକରେ ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିନ୍‌ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋର ଆବଶ୍ୟକତା ରହିଥିବା ଚିଠିରେ ଦର୍ଶାଇଛନ୍ତି ଅପରାଜିତା । ମେଟ୍ରୋ ରେଲ୍‌ ପଲିସି-୨୦୧୭ ଅନୁସାରେ ଟ୍ୱିନ୍‌ ସିଟିରେ ସୁବିଧାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି ଏମଓଏଚୟୁଏକୁ ତୁରନ୍ତ ପଠାନ୍ତୁ ବୋଲି ସାଂସଦ କହିଛନ୍ତି । ତାହା ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ନିଜେ ଏମଓଏଚୟୁଏକୁ ଚିଠି ଲେଖି ଅନୁରୋଧ କରିଥିବା କହିଛନ୍ତି । ସେ ଆହୁରି କହିଛନ୍ତି କି, ଅନ୍ୟ ରାଜ୍ୟ ଗୁଡ଼ିକରେ ମେଟ୍ରୋ ଟ୍ରେନର ବ୍ୟବସ୍ଥା ହୋଇଛି । ତେଣୁ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ହେବାର ଆବାଶ୍ୟକତା ରହିଛି । Edited by k.s thakur...

ମହାକାଶରେ ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ..

Image
ମହାକାଶରେ ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ.. ପୃଥିବୀ ବଞ୍ଚାଇବାକୁ NASA(National Aeronautics and Space Administration) ମହା ମିଶନ ଆରମ୍ଭ କରିଛି। ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍‌ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟ। ନାସା ଆଜି ଏହାର ପରୀକ୍ଷଣ କରିବାକୁ ଯାଉଛି। କାର୍‌ ଆକାରର ଏହି ସ୍ପେସ୍‌କ୍ରାଫ୍ଟଟି ଭାରତୀୟ ସମୟ ଆସନ୍ତାକାଲି ଭୋର୍‌ ୩ଟା ୧୫ରେ ମହାକାଶରେ ହିଁ ଗ୍ରହାଣୁକୁ ଧ୍ୱଂସ କରିଦେବ। ୬୬୦ କେଜି ଓଜନର ଏହି ସ୍ପେସ୍‌କ୍ରାଫ୍ଟ ୨୨ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ଗ୍ରହାଣୁକୁ ଧକ୍କା ଦେବ।  ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ଯୋଗୁ ଗ୍ରହାଣୁ ସହ ଧକ୍କା ଅତି ଭୀଷଣ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ପରୀକ୍ଷଣ ପାଇଁ ଧ୍ୱଂସ କରାଯାଉଥିବା ଗ୍ରହାଣୁ ବହୁ ଦୂରରେ ଥିବାରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ। ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟକୁ  ୨୦୨୧ ମସିହା ନଭେମ୍ବରରେ ଲଞ୍ଚ କରାଯାଇଥିଲା। ଆଜିର ଏହି ପରୀକ୍ଷଣ ସଫଳ ହେଲେ ଆଗାମୀ ଦିନରେ ଗ୍ରହାଣୁ, ଧୂମକେତୁ ଓ ଉଲ୍‌କାପିଣ୍ଡର ଭୟ ଆଉ ରହିବ ନାହିଁ। ମହାକାଶରେ ହି...

ଭାରଉତ୍ତୋଳନ ରେ ଜାତୀୟ ସ୍ତରରେ ୩ୟ ସ୍ଥାନ ରଖିଲେ ବିଶ୍ବରଂଜନ ବାଗ

Image
ଭାରଉତ୍ତୋଳନ ରେ ଜାତୀୟ ସ୍ତରରେ ୩ୟ ସ୍ଥାନ ରଖିଲେ ବିଶ୍ବରଂଜନ ବାଗ, ଗ୍ରାମାଞ୍ଚଳ ର ଯୁବକ କମାଲ ଦେଖାଇଲେ ଦେଶର ରାଜଧାନୀ ଦିଲ୍ଲୀ ରେ ... କଣ୍ଟାବାଞ୍ଜି,୨୫/୦୯ : ଜାତୀୟ ସ୍ତରୀୟ ଭାର ଉତୋଳନ ଚମ୍ପିୟାନସିପ ପ୍ରତି ଯୋଗିତା ଗତ ତା ୨୨ ରୂ ୨୪ ସେପ୍ଟେମ୍ବର ପଯ୍ୟନ୍ତ ନୂଆ ଦିଲ୍ଲୀ  ଠାରେ ନ୍ୟାସନାଲ ସ୍ପୋର୍ଟସ ଫେଡରେସନ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି ।  ଏହି ପ୍ରତିଯୋଗିତା ରେ ଜାତୀୟ ସ୍ତର ରୁ ପ୍ରତି ରାଜ୍ୟ  ରୂ ବହୁ ପ୍ରତିଯୋଗି ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ରେ ୧୦୫ କିଲୋ ବର୍ଗ  ବିଶିଷ୍ଟ ପ୍ରତ୍ୟେକ ରାଜ୍ୟ ରୁ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିବା ବେଳେ  ଓଡ଼ିଶା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ମଲକାସଡା ଗ୍ରାମ ରୁ  ବିଶ୍ୱରଂଜନ ବାଗ ୧୦୫ କିଲୋ ବର୍ଗ ରେ ଅଂଶ କରି ସେ ୩ୟ ସ୍ଥାନ ରଖିଛନ୍ତି ।  ଏହା ପୂର୍ବ ରୁ ବିଶ୍ଵ ରଞ୍ଜନ ଜାତୀୟ ଭାର ଉତ୍ତୋଳନ ସଂଘ ଦ୍ୱାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ଚାମ୍ପିଅନସିପ ରେ  ୨ୟ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସେ ଦେଶ ର ରାଜଧାନୀ ଦିଲ୍ଲୀ ର ତାଳକଟୋରା ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ ରେ ନିଜ କୌଶଳ ପ୍ରଦର୍ଶନ କରି ଥିଲେ । ଏହି ଖବର ପାଇବା ନେଇଁ ଗାଁ ର ଯୁବକ ଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି ସହରାଞ୍ଚଳ ରେ ଅତ୍ୟାଧୁନିକ ଜିମ୍ନାଜୀୟମ ଗୁଡ଼ିକ ଥିବା ସତ୍ୱେ ...

ଆକ୍ସନ ମୋଡ ରେ ସରକାରୀ ବାବୁ, ବଡ଼ କାଯ୍ୟ କୁ ଅଣଦେଖା ହେଲେ ଛୋଟ ଉପରେ ବଜ୍ରାଘାତ...

Image
ଆକ୍ସନ ମୋଡ ରେ ସରକାରୀ ବାବୁ, ବଡ଼ କାଯ୍ୟ କୁ ଅଣଦେଖା ହେଲେ ଛୋଟ ଉପରେ ବଜ୍ରାଘାତ... କଣ୍ଟାବାଞ୍ଜି, ୨୫/୦୯ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅନେକ ସରକାରୀ ଗଲି କନ୍ଦି ରହି ଥିବା ବେଳେ ବର୍ତ୍ତମାନ ସବୁ ଅନେକ ଲୋକଙ୍କ ଅକ୍ତିଆରରେ। ସାର୍ବଜନୀନ ସରକାରୀ ଜାଗା କୁ ବଡ଼ ବଡ଼ିଆ ଲୋକେ ଅକ୍ତିଆର କରିଥିବା ବେଳେ ସରକାରୀ ବାବୁଙ୍କ ବଜ୍ରାଘାତ ପଡିଛି ଜଣେ ପରିବାର ଉପରେ। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପଟେ ସ୍ଥିତ ମହମ୍ମଦ ସୋହେଲ ଙ୍କ ପରିବାର କିଛି ବର୍ଷ ରୁ ଗୋଟିଏ ଛୋଟ କୁଡ଼ିଆ ଘର କରି ସରକାରୀ ଜମି ରେ ବସ ବାସ କରି ଆସୁଥିଲେ। ଶନିବାର ଅପରାନ୍ହ ୧ ଘ ସମୟ ରେ ସ୍ଥାନୀୟ ତହସିଲଦାର ସମୀର ବେହେରା,ଏନଏସି ଇଓ ନିରଂଜନ ଧଳ ଓ ପୋଲିସ ପ୍ରଶାସନ ଉପସ୍ଥିତି ରେ ଜବର ଦଖଲ ଉଛେଦ କରାଗଲା। ତହସିଲଦାର ଓ ଇଓ ଙ୍କ କହିବା ଅନୁସାରେ ମହମ୍ମଦ ସୋହେଲ କୁ ପୂର୍ବରୁ ନୋଟିସ କରାଯାଇଥିଲା ଓ ନୋଟିସ କୁ ନମାନିବାରୁ ସରକାରୀ ଜମି ଜବରଦଖଲ ଉପ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ଉଚ୍ଛେଦ କରଗଲା। କିନ୍ତୁ ବଡ କଥା ସରକାରୀ ବାବୁଙ୍କ ମାନବିକତା ଉପରେ ପ୍ରଶ୍ନ ଉଠୁଛି ଯେ ଗୋଟେ ଗରିବ ଖଟିଖିଆ ପରିବାର କୁ ଥଇଥାନ ନ କରି ତରବରିଆ ଭାବରେ ତାଙ୍କ ପରିବାର କୁ ଭୂମି ହୀନ କାହିଁକି କରାଗଲା। ଅନ୍ୟ ପଟେ ସରକାରୀ ଜମି ନାଁ କୁ ମାତ୍ର ତିନି ରୁ ଚାରି ଫୁଟ ଗଲି । ଅନ୍ୟ ୪ ଫୁଟ ଜାଗା ରୟିତି । ଯାହା କି ତାଙ୍କର ପରିବାର ଲୋକଙ୍କ ଯିବା ଆସିବା ପା...

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ...

Image
୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ... ଚେ ନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ । ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ । ୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି । ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ ସୁରକ୍ଷା କର୍ମୀମାନଙ୍କୁ ଚୟନିତ ବିମାନ ବନ୍ଦରରେ ମୁତୟନ କରାଯିବ । ଏବେ ସୁଦ୍ଧା ୧୬ଟି ବିମାନ ବନ୍ଦର ପାଇଁ ୧୬୧ ଜଣ ଡିଜିଆର ସୁରକ୍ଷା କର୍ମୀ ଏଭିଏସଇସି ପ୍ରଶିକ୍ଷଣ ନେଉଛନ୍ତି ଏବଂ ପ୍ରଶିକ୍ଷଣ ...

ପୁରୀରେ ଅନୁଷ୍ଠିତ ହେବ ଦଶମ ପରାମର୍ଶଦାତା କମିଟି ବୈଠକ, ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

Image
ପୁରୀରେ ଅନୁଷ୍ଠିତ ହେବ ଦଶମ ପରାମର୍ଶଦାତା କମିଟି ବୈଠକ, ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ... ପୁ ରୀ ୨୪/୦୯ : ଆଜି ପୁରୀରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାଜୀବ ଚନ୍ଦ୍ରଶେଖର ଓ ଦେଶର ବିଭିନ୍ନ ରାଜନୈତିକ ଦଳର ସାଂସଦ ଯୋଗଦେବେ । ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାର ବିମର୍ଷ କରାଯିବ । ସକାଳ ୧୦ ଟା ୪୫ରେ ପୁରୀରେ ହୋଟେଲ ମେ ଫେୟାରରେ ହେବ ବୈଠକ । ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । Edited by k.s thakur..

ଦୁର୍ଘଟଣା ପ୍ରବଣ ସ୍ଥାନରେ ପୁଣି ଦୁର୍ଘଟଣା...

Image
  ଦୁର୍ଘଟଣା ପ୍ରବଣ ସ୍ଥାନରେ ପୁଣି ଦୁର୍ଘଟଣା... କଣ୍ଟାବାଞ୍ଜି,ତା.୨୨/୦୯ : ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ବହୁ ଜନଜୀବନର କ୍ଷୟକ୍ଷତି ଘଟୁଛି।ଆଜି ଦିନ ୧୦ଘଣ୍ଟା ସମୟରେ ତୁରେକେଲା କଣ୍ଟାବାଞ୍ଜି ରାସ୍ତାରେ ଥିବା ତାରିଣୀ ମନ୍ଦିର ପାଖରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି।ଗଇନ୍ଦିମାଲ ଗ୍ରାମର ଡଙ୍କେଶ୍ୱର ରାଉତ ତାଙ୍କ ମାଆ ଶ୍ରୀମତୀ ଉମା ରାଉତଙ୍କୁ ନିଜ ବାଇକରେ ବସେଇ ବେଲପଡା ବ୍ଳକର ବୁଢାଭଟା ଗ୍ରାମରୁ ନିଜ ଗ୍ରାମ ଗଇନ୍ଦିମାଲକୁ ଫେରିବା ସମୟରେ ମନ୍ଦିର ବାଙ୍କ ମୋଡରେ ଭାରସାମ୍ୟ ହରେଇ ପଡିଯାଇଥିଲେ। ଖବରପାଇ ରକ୍ଷକ ବିରଂଚି ନାରାୟଣ ଦାଶ,ପ୍ରେମରାଜ ପାଣିଗ୍ରାହୀ, ରଂଜନ ଆଇଚ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତୁରେକେଲା ଥାନାକୁ ଖବର ଦେବାରୁ ଥାନା ଅଧିକାରୀ ଦୀପକ ଦୁମଦୁମ କିଛି ପୋଲିସକର୍ମୀଙ୍କୁ ଆଣି ଥାନା ଗାଡିରେ ତୁରେକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଉପସ୍ଥିତ ଥିବା ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱାଗତ ଖମାରୀ, ନର୍ସ ସ୍ମିତାଞ୍ଜଳି ପଣ୍ଡା, ଶାନ୍ତି କୁମରିଆ, ଅଶୋକ ସମରଥ ତୁରନ୍ତ ଚିକିତ୍ସା କରିଥିଲେ। ପ୍ରକାଶ ଥାଉକି ତୁରେକେଲାରେ କିଛି ଦୁର୍ଘଟଣା ସ୍ଥାନ ଅଛି ଯେପରିକି ତାରିଣୀ ମନ୍ଦିର ଛକ,ଝି...

Odisha /ତୁରେକେଲା : PMGSY ମେଣ୍ଟେନେନ୍ସ କାମ ରେ ଅନିୟମିତତା, ୯ କିମି କାମ ନ ହୋଇ ପଇସା ହଡ଼ପ...

Image
PMGSY ମେଣ୍ଟେନେନ୍ସ କାମ ରେ ଅନିୟମିତତା, ୯ କିମି କାମ ନ ହୋଇ ପଇସା ହଡ଼ପ... ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ PMGSY କାମ ରେ ଅନିୟମିତତା। ସୂଚନା ଅନୁସାରେ PMGSY ମେଣ୍ଟେନେନ୍ସ କାମ ବାବଦ କୁ ୮ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଟେଣ୍ଡର ହୋଇଥିଲା। ୮ କୋଟି ରୁ ଉର୍ଦ୍ଧ୍ବ ଟେଣ୍ଡର ରେ ୮୧ କିମି ର PMGSYରୋଡ଼ ମେଣ୍ଟେନେନ୍ସ  କରିବା ଥିଲା। କିନ୍ତୁ ଟେଣ୍ଡର ଅନୁଯାଇ କାମ ନ ହୋଇ ପ୍ରାୟ ୮କିମି ୯୭୫ ମିଟର ରାସ୍ତା ମରାମତି କାମ କରାଯାଇ ନାହିଁ। ସୂଚନା ଅନୁସାରେ ପିଡବ୍ଲୁଡ଼ି ରୋଡ ରୁ କୁସପାଳୀ,ପିଡବ୍ଲୁଡ଼ି ରୋଡ ରୁ ନାନ୍ଦୁଲ , ଘୁନେସ ରୁ ବଡ଼ବାଙ୍କୀ, ପୁଣି ବଡ଼ବାଙ୍କୀ ରୁ ଘୁନେସ, ଆର୍ଡି ରୋଡ ଠୁ ମାଲପା ମୁଣ୍ଡା ସହିତ ୨୫ ଗୋଟି PMGSYରୋଡ଼ ମେଣ୍ଟେନେନ୍ସ କାମ ରେ ଅନିୟମିତତା ହୋଇଛି। ନାଁ ଅଛି ସୂଚନା ଫଳକ, ନାଁ ଅଛି କିମି ଦର୍ଶଉ ଥିବା ସ୍ଥମ୍ବ। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇ ଠିକାଦାର ଙ୍କୁ ସମ୍ପୂର୍ଣ୍ଣ ବିଲ ମଧ୍ୟ ପଇଠ ହୋଇଥିବା ସୁଚନା ରୁ ପ୍ରକାଶ। ରାସ୍ତା ଲମ୍ବ ରେ କମ, ଚଉଡା ରେ କାମ, ମୋଟା ରେ କମ। ସବୁ ହିସାବ କିତାବ ରେ ଫେଲ ମାରିଛି ସମ୍ପୂର୍ଣ୍ଣ କାମ ? ହେଲେ ଏହି ବାବଦ କୁ ନେଇ ଜେଇ ପ୍ରଦୀପ ଦାଶ କୁଂ ପଚାରିବା ରୁ ସେ ଉଚ୍ଚ ଅଧିକାରୀ ସହ କଥା ହେବା କୁ କହିଥିଲେ। ଉଚ୍ଚ ଅଧିକାରୀ ଙ୍କୁ ଫୋନ ମଧ୍ୟରେ ଯୋଗା ଯୋଗ କରିବାରୁ ସେ ଫୋନ ରିସିବ କରି ନ ଥିଲେ। ହେଲେ ସୂଚନା ଅନୁଯାୟୀ ଏତ...

Odisha /କଣ୍ଟାବାଞ୍ଜି : ହେମାଳ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ବିଦାୟୀ ...

Image
ହେମାଳ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ବିଦାୟୀ ... କଣ୍ଟାବାଞ୍ଜି, ୨୧/୦୯ :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ହେମାଲ ସଙ୍ଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କ ୫ ଦିନ ଧରି ସେବା,ପୂଜାର୍ଚ୍ଚନା କରିବା ପରେ ଆଝି ତାଙ୍କ ଭାଷାଣି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଢୋଲ,ନିଶାନ, ତାଶା ସାଙ୍ଗକୁ କଳାହାଣ୍ଡି ଜୁନାଗଢ଼ ରୁ ଆସିଥିବା ମେଲୋଡି ପାର୍ଟି ଭାଷାଣି ଉତ୍ସବ ରେ ଯମକ ସୃଷ୍ଟି କରିଥିଲେ। ସମ୍ବଲପୁରୀ ସଙ୍ଗୀତ ରେ ଲାଇବ ଡ୍ୟାନ୍ସ ରେ ଲୋକଙ୍କୁ ଆକୃଷ୍ଟ କରିଥିଲେ କଳାକାର। ହେମାଲ ସଙ୍ଘ ଭବନ ରୁ ବାବା ବିଶ୍ଵକର୍ମା ଙ୍କ ଭାଷାଣି ଶୋଭାଯାତ୍ରା ବାହାରି ନଗର ମୁଖ୍ୟ ମାର୍ଗ ଦେଇ ବାବା ଙ୍କୁ ବିଦାୟ ଦିଆଯାଇଥିଲା। ଏହି ଅବସରରେ ହେମାଲ ସଙ୍ଘ ସଭାପତି ଶେଷ ପୁଟେଲ, ଉପସଭାପତି ବିଦେଶୀ ବେହେରା, ସମ୍ପାଦକ ବିଶର୍ବ ବେହେରା, ପୂଜା କର୍ତ୍ତା ଟଙ୍କଧର ପୁଟେଲ,କାନହୁ ପୁଟେଲ,ରସମାଲ ବାଗ,ବିନୋଦ ବେହେରା, ସୁରେଶ ପୁଟେଲ,ଭୂଜବଳ ପୁଟେଲ,ବିନୋଦ ବେହେରା, କମଳ ବେହେରା ଓ ହେମାଲ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। Edited by k.s thakur...

ବାବା ବିଶ୍ୱକର୍ମା ଙ୍କ ବିଦାୟୀ ଉତ୍ସବ ବଡ ଧୁମ ଧାମ ରେ ପାଳନ କଲେ ଡ୍ରାଇଭର ମହାସଂଘ ଓ ଠେଲା ମାଲିକ ସଙ୍ଘ...

Image
ବାବା ବିଶ୍ୱକର୍ମା ଙ୍କ ବିଦାୟୀ ଉତ୍ସବ ବଡ ଧୁମ ଧାମ ରେ ପାଳନ କଲେ ଡ୍ରାଇଭର ମହାସଂଘ ଓ ଠେଲା ମାଲିକ ସଙ୍ଘ... କଣ୍ଟାବାଞ୍ଜି  , ୨୧/୦୯ :  ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ତିନି ଦିନ ଧରି ବାବା ବିଶ୍ୱକର୍ମା ଙ୍କ ସେବା ପୂଜାର୍ଚ୍ଚନା କରିଥିଲେ ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ ଓ ଠେଲା ମାଲିକ ସଙ୍ଘ। ସେହି ସମୟରେ ଅନେକ ପୌରାଣିକ ଲେଖା କୁ ନେଇ ଦଣ୍ଡ ନୃତ୍ୟ ର ମଧ୍ୟ ଆୟୋଜନ କରିଥିଲେ ଡ୍ରାଇଭର ମହାସଂଘ। ତିନି ଦିନ ପୂଜାର୍ଚ୍ଚନା ପରେ ବାବା ବିଶ୍ୱକର୍ମା ଙ୍କୁ ବଡ଼ ଧୁମ ଧାମ ରେ ବିଦାୟୀ ଉତ୍ସବ ପାଳନ କରାଯାଇଥିଲା। ନଗର ମୁଖ୍ୟ ମାର୍ଗ ଦେଇ ଢୋଲ , ତାଶା, ବଜା ,ଡିଜେ ରେ ବାବା ଙ୍କୁ ବିଦାୟ କରାଯାଇଛି। ଡ୍ରାଇଭର ମହାସଂଘ ପକ୍ଷରୁ ପରମାନନ୍ଦ ହାତୀ, ନନ୍ଦଲାଲ କୁମ୍ଭାର,ବିଜୟ ମହାପାତ୍ର, ସୁରଜୀତ ସିଂ ମାଖୀଜ, ଗୀତ ଧରୁଆ,ପ୍ରସାଦ ବାଗ, ଅମିତ ଦନସେନା,ଆର୍ତ୍ତ ମହନନ୍ଦ, ଶମ୍ଭୁ ତାଣ୍ଡି, ତେଜରାଜ ବେହେରା,ଗୁଳ ଘିବେଳା, ଗୁଜ ବାଗ,କାର୍ତ୍ତିକ ବଂଛୋର,ରାଜେଶ କୁମାର ପ୍ରଧାନ,ମଙ୍ଗଳ ସିଂ ଓ ଅନ୍ୟ ସଦସ୍ୟ ଏହି ଉତ୍ସବ ରେ ସାମିଲ ହୋଇ ଥିଲେ। ଅନ୍ୟ ପଟେ ଠେଲା ମାଲିକ ସଙ୍ଘ ପକ୍ଷ ରୁ ପ୍ରଦୀପ ବାଗ, ଅମିତ ବେହେରା ଓ ଅନ୍ୟାନ୍ୟ ସଦସ୍ୟ ବାବା ବିଶ୍ୱକର୍ମା ଙ୍କ ବିଦାୟୀ ଉତ୍ସବ ରେ ସାମିଲ ହୋଇ ଥିଲେ। Edited by k.s thakur..

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର, ଯେଉଁଠାରେ ନନ୍‌-ଭେଜ୍ ସମ୍ପୂର୍ଣ୍ଣ ନିଷେଧ...

Image
ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର, ଯେଉଁଠାରେ ନନ୍‌-ଭେଜ୍ ସମ୍ପୂର୍ଣ୍ଣ ନିଷେଧ... ନୂ ଆଦିଲ୍ଲୀ : ଭାରତ ବିବିଧତା ଏକତାର ଦେଶ । ଯେଉଁଠାରେ ପ୍ରତ୍ୟେକ ରାଜ୍ୟର ଭିନ୍ନ ଉପଭାଷା, ଖାଦ୍ୟ ଏବଂ ପରିଚୟ ଅଛି । ଏଥି ସହିତ, ଏକ କଥା ମଧ୍ୟ ଅଛି ଯେ 'ଏଠାରେ ଗୋଟିଏ କୋସରେ ଜଳ ବଦଳିଯାଏ, ଚାରି କୋସରେ କଥା', ଏଠାରେ ଏକରୁ ଅଧିକ ପ୍ରାଚୀନ ଏବଂ ଇଶ୍ୱରୀୟ ଧାର୍ମିକ ସ୍ଥାନ ଅଛି । ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ଦେଶର ଏମିତି ସହର ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଭାରତ ନୁହେଁ ବିଶ୍ୱ ର ପ୍ରଥମ ଭେଜ୍ ସିଟି । ଗୁଜୁରାଟର ପଲିଟାନାକୁ ମିଳିଛି ମାନ୍ୟତା – ଗୁଜୁରାଟର ପଲିଟାନା ସହର ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ ସହର। ୨୦୧୪ ରେ, ଗୁଜୁରାଟ ସରକାର ଏହାକୁ ସମ୍ପୂର୍ଣ୍ଣ ଶାକାହାରୀ ଘୋଷଣା କରିଥିଲେ। ଏଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୈନ ଧର୍ମର ଅନୁଗାମୀମାନେ ବହୁ ସଂଖ୍ୟାରେ ପହଞ୍ଚନ୍ତି । ଆଜ୍ଞା ହଁ ଏହା ହେଉଛି ଭାରତର ଏକମାତ୍ର ସ୍ଥାନ ଯାହାକି ସମ୍ପୂର୍ଣ୍ଣ ଶାକାହାରୀ । ଏହି ସହରରେ ମାଂସ ସମ୍ପୂର୍ଣ୍ଣ ନିଷେଧ । ବର୍ତ୍ତମାନ ଏପରି ପରିସ୍ଥିତିରେ, ଆପଣ ହୁଏତ ଭାବୁଥିବେ ଯେ ଏହା କିପରି ହୋଇପାରେ, ପ୍ରକୃତରେ ଏଠାରେ କୈାଣସି ନନ୍‌-ଭେଜ୍ ଭୋଜନକାରୀ ନାହାଁନ୍ତି? ଏସବୁ କେତେବେଳେ ଏବଂ କିପରି ସମ୍ଭବ ହେଲା ଆସନ୍ତୁ ଜାଣିବା । ସହରର ଏକ ହଜାରରୁ ଅଧିକ ମନ୍ଦିର – ‘ଟାଇମ୍ସ ଟ୍ରାଭେଲ’ରେ ପ୍ରକାଶିତ ଏକ ରିପ...

ଶିକ୍ଷକଙ୍କ କଲ୍ୟାଣ ପାଇଁ 'ବଜ୍ର'...

Image
ଶିକ୍ଷକଙ୍କ କଲ୍ୟାଣ ପାଇଁ 'ବଜ୍ର'... ଭୁ ବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ସଙ୍ଗଠନର ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭୁବନେଶ୍ବର ସାମନ୍ତ ବିହାରଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଯେଉଁଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ପ୍ରେକ୍ଷାଳୟ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହ ୧୦ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ। ଏହି ଅବସରରେ ଶିକ୍ଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ 'ବଜ୍ର' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଶିକ୍ଷକମାନେ ସେମାନଙ୍କ ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ। ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ଏହି ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ। ଓଏଭି ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ହେବ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖର୍ଚ୍ଚ ହେବ ୨୫ କୋଟି, ୩୦୦ ସିଟ୍‌ର ପ୍ରେକ୍ଷାଳୟ କାର୍ଯ୍ୟକ୍ରମରେ ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିବେଚିତ ଆଦର୍ଶ ବିଦ୍ୟାଳୟଗୁଡ଼ିକ ହେଲା ...

Odisha : ବାବା ବିଶ୍ୱକର୍ମା ଙ୍କ ପୂର୍ଣାହୁତି ଦିନରେ ଯୋଗ ଦେଲେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଓ ସହ ସମ୍ପାଦକ...

Image
ବାବା ବିଶ୍ୱକର୍ମା ଙ୍କ ପୂର୍ଣାହୁତି ଦିନରେ ଯୋଗ ଦେଲେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଓ ସହ ସମ୍ପାଦକ.. . କଣ୍ଟାବାଞ୍ଜି, ୨୦/୦୯ :   ଓଡିଶା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ପକ୍ଷ ରୁ ବାବା ବିଶ୍ଵକର୍ମା ଙ୍କ ପୂଜାର୍ଚ୍ଚନା ବିଗତ ୧୭ ତାରିଖ ରୁ କରା ଯାଉଥିଲା। ବହୁତ ହର୍ଷ ଉଲ୍ଲାସ ଓ ଖୁସିରେ ଏହି ବର୍ଷ ବାବାଙ୍କ ପୂଜାର୍ଚ୍ଚନା କରାଗଲା। ଆଝି ବାବା ବିଶ୍ଵକର୍ମା ଙ୍କ ପୂର୍ଣା ହୁତି ପୂଜନ ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ର ଜିଲ୍ଲା ସଭାପତି ଅଚ୍ୟୁତ ସେଠ ଓ ସହ ସମ୍ପାଦକ ସୁମନ୍ତ ପୁଟେଲ ଯୋଗ ଦେଇ ବାବା ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଅର୍ଜନ କରିଥିଲେ। ଏହି ଅବସରରେ କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ର ସଭାପତି ପ୍ରମାନନ୍ଦ ହାତୀ, ଉପସଭାପତି ନନ୍ଦଲାଲ କୁମ୍ଭାର, ବିଜୟ ମହାପାତ୍ର, ଉପଦେଷ୍ଟା ସୁରଜୀତ ସିଂ ମଖିଯା, ଦେବରାଜ ଯାଦବ ଙ୍କୁ ଶୁଭେଚ୍ଛା ଦେଇ ଥିଲେ ଜିଲ୍ଲା ସଭାପତି। ପୂଜା ଅବସର ରେ ଓ ପୂଜା କୁ ସୂଚରୁ ରୂପେ ପ୍ରଚଳନ ପାଇଁ ପୂଜା କମିଟି ସଭାପତି ଯୁଗେଶ୍ବର ବେହେରା, ଗୀତା ଧାରୁଆ,ପ୍ରସାଦ ବାଗ,ଅମିତ ଦାନସେନା,ଆର୍ତ୍ତ ମହନନ୍ଦ , ଶମ୍ଭୁ ତାଣ୍ଡି, କାର୍ତିକ ବାରିହା,ତେଜରାଜ ବେହେରା, ଗୁଳ ଘିବେଳା, ଗୁଜ ବାଗ, କାର୍ତିକ ବଂଛୋର, ରାଜେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। Edited by k.s thakur...

କୋଶଳ ରାଜ୍ୟ ଦାବି ବାବା କେଦାରନାଥ ଙ୍କ ଦ୍ୱାର ରେ..

Image
କୋଶଳ ରାଜ୍ୟ ଦାବି ବାବା କେଦାରନାଥ ଙ୍କ ଦ୍ୱାର ରେ.. କଣ୍ଟାବାଞ୍ଜି : ୧୮/୦୯ : ଅନେକ ବର୍ଷ ରୁ ଓଡିଶା ରୁ ଭିନ୍ନ ପଶ୍ଚିମ ଓଡିଶା କୁ କୋଶଳ ରାଜ୍ୟ ମାନ୍ୟତା ଦାବୀ ହୋଇ ଆସୁଛି। ଆଝି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ୯ ଜଣ ଯୁବକ ବାବା କେଦାର ନାଥ ଙ୍କ ମନ୍ଦିର ସମୁଖ ରେ କୋଶଳ ରାଜ୍ୟ ବ୍ୟାନର ଦେଖାଇ ପଶ୍ଚିମ ଓଡିଶାର ଲୋକଙ୍କୁ ଏକ ସ୍ୱତନ୍ତ୍ର ସନ୍ଦେଶ ଦେବା ପାଇଁ  ଚେଷ୍ଟା କରିଛନ୍ତି। ସେହି ସ୍ଥାନରେ ବାବା କେଦାର ନାଥ ଙ୍କୁ କୋଶଳ ରାଜ୍ୟ ପାଇଁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ମଧ୍ୟ କରିଥିଲେ। ଏହି ଯୁବକ ଙ୍କ ସହ ଲୋକଙ୍କ ବିଶ୍ୱାସ ଅଛି ଯେ ବାବା କେଦାର ନାଥ ଙ୍କ ପାଖରେ କରା ଯାଇଥିବା ପ୍ରାର୍ଥନା କେବେ ନିଷ୍ଫଳ ହୁଏ ନାହିଁ। ବାବା କେଦାର ନାଥ ଯାୟୀ ବାବାଙ୍କ ସମ୍ମୁଖ ରେ କୋଶଳ ରାଜ୍ୟ ପାଇଁ ପ୍ରାର୍ଥନା କରିଥିବା ଯୁବକ ମାନେ ହେଲେ ଲୁଚନ୍ ବାରିକ, ସର୍ବନ ବାଗ, ମହେଶ ପୁଟେଲ,ପିଙ୍କୁ ବାରିକ,ରାଜେଶ ବେହେରା,ଗୁପ୍ତେ ପୁଟେଲ, ଉମା ପୁଟେଲ, ପ୍ରମୋଦ ଧରୁଆ। Edited by k.s thakur..

ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ..

Image
ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ.. ଭୁବନେଶ୍ୱର , ୧୭/୯ :   ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।  ରାଜ୍ୟ ରେ ମହିଳା ଓ  ଶିଶୁ ଡେସ୍କ ଠିକ୍ ରୂପେ କାମ କରୁଛି ତ ? ପୀଡିତାଙ୍କୁ ଅଯଥା ହଇରାଣ କରାଯାଉନାହିଁ ତ ? ଅନୋଚିତ ବ୍ୟବହାର ଏବଂ ତଦନ୍ତ ନାଁରେ ବିଳମ୍ବ କରାଯାଉନାହିଁ ତ ? ନ୍ୟାୟ ଦେବା ବଦଳରେ ଅଯଥା ପ୍ରଶ୍ନ କରି ହଇରାଣ କରାଯାଉନାହିଁ ତ ? ଭୁବନେଶ୍ୱର କମିଶନରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଏସବୁ ଉପରେ ଡିଜିପି ସୁନୀଲ ବଂଶଲ ଫୋକସ କରିଛନ୍ତି। ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆଗକୁ ଆଉ ୮ଟି ବ୍ୟାଚ୍‌ରେ ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।  ବାଲେଶ୍ୱର, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଏଭଳି ଟ୍ରେନିଂ ଦେବାକୁ ପୋଲିସ...